Home Left

ଚାଷ ଚିନ୍ତାରେ ଚାଷୀ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ଧାରା ଶ୍ରାବଣରେ ଉଭାନ ହୋଇଯାଇଛି ବର୍ଷା। ଧାନତଳି ରୋଇବା ଯୋଗ୍ୟ ହୋଇଯାଇଥିଲେ ମଧ୍ୟ ବିଲରେ ପାଣି ନ ଥିବାରୁ କାମ ଆଗଉନି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ୧୦ ପଞ୍ଚାୟତର ଚାଷୀ। ବର୍ଷାଭାବରୁ…

ତଳମୁହାଁ ସଂକ୍ରମଣ: ଚିହ୍ନଟ ହେଲେ ୮୩୬ କରୋନା ପଜିଟିଭ୍‌

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୦ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୩୪୬ ଜଣ ଲୋକାଲ କେସ୍‌ ରହିଛନ୍ତି । ସେହିଭଳି ୧୮ ବର୍ଷରୁ…

ପାଟଣାଗଡ଼ ଜୁଏଲେରି ଦୋକାନରୁ ଡକାୟତି

ବଲାଙ୍ଗୀର ଅଫିସ,୬ା୮: ପାଟଣାଗଡ ମେନରୋଡଠାରେ ଥିବା ଅମୃତ କଳସ ଜୁଏଲେରି ଦୋକାନରୁ ଶୂୁକ୍ରବାର ଅପରାହ୍ଣରେ ଏକ ବଡଧରଣର ଡକାୟତି ହୋଇଛି। ୬ ଜଣ ଡକାୟତ ଦୋକାନ ଭିତରକୁ ପଶି ଦୋକାନ ମାଲିକ ଏବଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦେଢ଼ କିଲୋରୁ ଊର୍ଦ୍ଧ୍ୱ…

ନାକେଦମ କଲେଣି ନିଶାଦିଆ ଲୁଟେରା

ଢେଙ୍କାନାଳ ଅଫିସ, ୬।୮: ପାଖକୁ ଆସି ଉପରେ ପଡ଼ି ବଢ଼ାଉଛନ୍ତି ଭାବ। ଖୁବ୍‌ କମ୍‌ ସମୟରେ ଜିତି ନେଉଛନ୍ତି ଭରସା। ସରଳତାର ସୁଯୋଗ ନେଇ କୌଶଳକ୍ରମେ ନିଶାମିଶା ଖାଦ୍ୟପଦାର୍ଥ ଦେଇଦେଉଛନ୍ତି। ଆଉ ଚେତାଶୂନ୍ୟ ହୋଇଗଲା ପରେ ଲୁଟି ନେଉଛନ୍ତି ସର୍ବସ୍ବ। ଏଭଳି…

ପ୍ରବଳ ବର୍ଷିବ: ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା

ଭୁବନେଶ୍ୱର,୬।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ଦୁଇ ପଦକ ଜିତିବାରେ ରୂପାଲ ପ୍ରଥମ ଭାରତୀୟ

କାଲି(କଲମ୍ବିଆ),୬ା୮: ୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଆଥ୍‌ଲେଟ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୂପାଲ ଚୌଧାରୀ। ସେ ଏଠାରେ ପ୍ରଥମେ ୪X୪୦୦ ମିଟର ରିଲେରେ ରୌପ୍ୟ ପଦକ ଏବଂ ପରେ ମହିଳା ୪୦୦…

କେନାଲବନ୍ଧ ଭାଙ୍ଗି ଚାଷଜମି ବୁଡ଼ିଲା

ଭଦ୍ରକ ଅଫିସ, ୬।୮: ଭଦ୍ରକ ଜିଲା ରାଣୀତାଲ ମୁଖ୍ୟ କେନାଲ ବନ୍ଧ ବୁଧବାର ଭାଙ୍ଗିଯାଇଛି। ଫଳରେ ଚାଷଜମିଗୁଡ଼ିକ ଜଳମଗ୍ନ ହୋଇଛି। ଜମିରେ ପଡ଼ିଥିବା ତଳି ଓ ରୁଆ ସରିଥିବା ଜମି ପାଣିରେ ବୁଡ଼ି ରହିଥିବାରୁ ପଚି ଯାଇ ନଷ୍ଟ ହେବାର ଆଶଙ୍କା…

ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ୪ ଗିରଫ

ସୋନପୁର,୬।୮(ନି.ପ୍ର.): ସୋନପୁର ଟାଉନ ପୋଲିସ କୁଞ୍ଜଛକଠାରେ ଚଢାଉ କରି ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଛତିଶଗଡ ଗଞ୍ଜେଇ ବ୍ୟବସାୟୀଙ୍କ ନିକଟରୁ ୨୧ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ସେହିପରି ଗଞ୍ଜେଇ…

ଧର୍ମାନୁଷ୍ଠାନ ଦଖଲରେ ସରକାରଙ୍କ ଶତାଧିକ ଏକର

ଅନୁଗୋଳ ଅଫିସ, ୬।୮: ଅନୁଗୋଳ ଜିଲାରେ ଗଢ଼ି ଉଠିଛି ଅନେକ ଧର୍ମାନୁଷ୍ଠାନ। ହେଲେ ସେଥିମଧ୍ୟରୁ କେତୋଟି ଧାର୍ମିକ ଅନୁଷ୍ଠାନ ସରକାରୀ ଜାଗାକୁ ଜବରଦଖଲ କରିବାରେ ଲାଗିଛନ୍ତି। ଏପରି କି ଜବରଦଖଲ ଜମିକୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି।…

ପାଲୁରୁ ସାହେବ କେନାଲ ଅବରୋଧ, ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ

ଗଞ୍ଜାମ,୬ା୮(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅଧୀନରେ ଥିବା ପାଲୁରୁ ସାହେବ କେନାଲ ନୂତନ ପୋଡ଼ାମପେଟା ଓଡିଆର୍‌ପି ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୟୂରପଦା ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଯାହାକୁ ନେଇ ଉକ୍ତ ସ୍ଥାନରେ ପ୍ରାୟ ୬…

ହ୍ୱାଇଟ ହାଉସ ବାହାରେ ବଜ୍ରପାତ: ୩ ମୃତ

ୱାଶିଂଟନ,୬ ।୮: ଆମେରିକାର ରାଜଧାନୀ ୱାଶିଂଟନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ବାହାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ବି ହୋଇଛନ୍ତି ।…

ବେତନଟୀ ତହସିଲ ଅଫିସରେ ଅବ୍ୟବସ୍ଥା

ବୈଶିଙ୍ଗା,୬।୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ତହସିଲରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ପଦବୀ ଗତ ଅକ୍ଟୋବର ମାସରୁ ଖାଲି ପଡ଼ିଛି। ଦୁଇ ଅତିରିକ୍ତ ତହସିଲଦାର ଓ ୩୦ରୁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ଜଣେ ଅତିରିକ୍ତ ତହସିଲଦାର ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri