Posted inଜାତୀୟ

ବେଲଗାଭିରେ ୧୪୪ ଧାରା

ବେଲଗାଭି/ନୂଆଦିଲ୍ଲୀ ,୨୦।୧୨ : ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ସୋମବାର ଉଗ୍ର ରୂପ ଧାରଣ କରିଛି। ମହାରାଷ୍ଟ୍ର ଏକୀକରଣ ସମିତି (ଏମ୍‌ଇଏସ୍‌)ର ସଦସ୍ୟଙ୍କ ସହ ଏନ୍‌ସିପି ନେତାମାନେ ବେଲଗାଭିରେ ପ୍ରବେଶ ଅନୁମତି ଦାବି କରି ବିକ୍ଷୋଭ କରିବା ପରେ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। କର୍ନାଟକ ବିଧାନସଭାରେ ବି.ଏସ୍‌. ବୋମାଇ ସରକାରଙ୍କ ଶେଷ ଶୀତ ଅଧିବେଶନ ସୋମବାର ଆରମ୍ଭ ହୋଇଥିବାବେଳେ ଏନ୍‌ସିପି ସମେତ ଶିବସେନା ନେତାମାନେ ବିକ୍ଷୋଭ ଯୋଜନା କରିଥିଲେ। ସୀମାରେ ୩୦୦ରୁ ଊର୍ଦ୍ଧ୍ୱ ଏନ୍‌ସିପି, କଂଗ୍ରେସ ଓ ଶିବସେନା ସଦସ୍ୟ ବେଲଗାଭିରେ ପ୍ରବେଶ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ କର୍ନାଟକ ପୋଲିସ ଅଟକ ରଖି ଫେରାଇ ଦେଇଛି। ସେହିପରି ମହାରାଷ୍ଟ୍ର ପୋଲିସ ମଧ୍ୟ କେତେଜଣଙ୍କୁ ଅଟକ ରଖିଥିଲା। ତିଲକଓ୍ବାଡ଼ିଠାରେ ଏମ୍‌ଇଏସ୍‌ର ବିକ୍ଷୋଭକୁ ରୋକିବା ଲାଗି ବ୍ୟାପକ ପୋଲିସ ମୁତୟନ ହେବା ସହ ବେଲଗାଭିରେ ୧୪୪ ଧାରା ଜାରି ହୋଇଛି।
ମହାରାଷ୍ଟ୍ର ଏକୀକରଣ ସମିତିର ସଦସ୍ୟମାନେ ୫ ଦଶନ୍ଧିର ସୀମା ବିବାଦ ପ୍ରସଙ୍ଗ ଉଠାଇ ଶୀତ ଅଧିବେଶନ ପୂର୍ବରୁ ବଡ଼ ଧରଣର ବିକ୍ଷୋଭ ଯୋଜନା କରିଥିଲେ। ସୀମା ବିବାଦ ପାଇଁ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭାଜନ ନୀତିକୁ ଦାୟୀ କରିଛନ୍ତି। ମୋଦି ମହାରାଷ୍ଟ୍ରକୁ ବିଭାଜିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ବସିବା ସତ୍ତ୍ୱେ ସୀମା ବିବାଦର ସମାଧାନ ହୋଇପାରି ନାହିଁ। ନେତାମାନଙ୍କୁ ବେଲଗାଭି ଛଡ଼ା ନ ଯିବା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି ବୋଲି କଂଗ୍ରେସ ନେତା କହିଛନ୍ତି। ଏହି ମାମଲା ଉପରେ ସୁପ୍ରିମକୋର୍ଟ ରାୟ ନ ଶୁଣାଇବା ପର୍ଯ୍ୟନ୍ତ ଦୁଇ ରାଜ୍ୟ ସୀମାକୁ ନେଇ ଦାବି ଉଠାଇବେ ନାହିଁ ବୋଲି ଶାହାଙ୍କ ସହ ବୈଠକରେ ଦୁଇ ମୁଖ୍ୟମନ୍ତ୍ରୀ ରାଜି ହୋଇଥିଲେ। ତେବେ ଏହା ମହାରାଷ୍ଟ୍ର ଗର୍ବର ପ୍ରସଙ୍ଗ ହୋଇଥିବା କହି ଏହା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ଆମେ ଆମ ଲୋକଙ୍କ ସହ ରହିଛୁ ଏବଂ ସବୁ ଆବଶ୍ୟକତା ଯୋଗାଇ ଦେବୁ ବୋଲି ଶିନ୍ଦେ କହିବା ସହ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌କୁ ବିରୋଧ କରିଛନ୍ତି।
ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ବିଶେଷଜ୍ଞ କମିଟି ମୁଖ୍ୟ ତଥା ମହାରାଷ୍ଟ୍ର ଏମ୍‌ପି ଧୈର୍ଯ୍ୟଶୀଳ ସାମ୍ଭାଜିରାଓ ମାନେ ସୋମବାର ବେଲଗାଭି ଗସ୍ତ କରିବାକୁ ଥିବାବେଳେ ଜିଲା ପ୍ରଶାସନ ତାଙ୍କୁ ବାରଣ କରିଥିଲା। ମହାରାଷ୍ଟ୍ର ଏମ୍‌ପିଙ୍କ ପ୍ରବେଶ ଯୋଗୁ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିପାରେ ବୋଲି ପୋଲିସ ଏଡିଜି ଆଲୋକ କୁମାର କହିଥିଲେ। କର୍ନାଟକ ବିଧାନସଭା ଅଧିବେଶନ ସମୟରେ ବିକ୍ଷୋଭ ପାଇଁ ୬୧ଟି ସଂଗଠନ ଅନୁମତି ଲୋଡ଼ିଥିଲେ। ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ବେଲଗାଭିରେ ୬ ଏସ୍‌ପି, ୧୧ ଏଏସ୍‌ପି, ୪୩ ଡିଏସ୍‌ପିଙ୍କ ସମେତ ୪,୦୦୦ରୁ ଊର୍ଦ୍ଧ୍ୱ ପୋଲିସ ମୁତୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?