ଫସଲ ବଢ଼ିଆ, ଚାଷୀ କାନ୍ଦୁଛି

ବରଗଡ ଅଫିସ/ରସୁଲପୁର (ଡି.ଏନ୍‌.ଏ.),୨୦ା୧୨:ରାଜ୍ୟରେ ସମ୍ପ୍ରତି କ୍ଷେତଗୁଡ଼ିକରେ ଧାନ, ପରିବା ଭରିଯାଇଛି। ହେଲେ ଶୀତଳଭଣ୍ଡାର ନ ଥିବାରୁ ସେଗୁଡ଼ିକୁ ସାଇତି ରଖି ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ସମ୍ଭବ ହୋଇପାରୁନାହିଁ। ଏଥିଯୋଗୁ ଚାଷୀଙ୍କ କଷ୍ଟୋପାର୍ଜିତ ଫସଲର ମୂଲ୍ୟ ଅତି ନଗଣ୍ୟ ହୋଇଯାଇଛି। ତାହାକୁ ଅମଳ କରି ବଜାରକୁ ଆଣିବା ଖର୍ଚ୍ଚ ମଧ୍ୟ ବାହାରୁନାହିଁ। ଏଭଳି ଦୁର୍ଦ୍ଦିନରେ ଘାଣ୍ଟି ହେଉଥିବା ଚାଷୀ ନିଜ ଫସଲକୁ ନଷ୍ଟ କରିବାକୁ ଶ୍ରେୟସ୍କର ମନେ କରୁଛନ୍ତି। ଉଦାହରଣ ଭାବେ ବରଗଡ଼ ଜିଲାକୁ ନିଆଯାଇପାରେ, ଯେଉଁଠି ଧାନ ସାଙ୍ଗକୁ ପନିପରିବାର ଅଭାବୀ ବିକ୍ରି ଲାଗି ରହିଛି। ଏହା ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଭଳି ସ୍ଥିତିରେ ଚାଷୀ ବହୁ ଟଙ୍କା ଖର୍ଚ୍ଚ କରି ଲାଭ ଆଶାରେ କରିଥିବା ପରିବା ଫସଲକୁ କ୍ଷେତରେ ନଷ୍ଟ କରିଦେଉଛନ୍ତି। ଏହି କ୍ରମରେ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ପଞ୍ଚାୟତ ଗଞ୍ଝିଆଟିକ୍ରା ଅଞ୍ଚଳର କେତେଜଣ ଚାଷୀ ନିଜ କ୍ଷେତରେ ବନ୍ଧାକୋବି ଫସଲରେ ଟ୍ରାକ୍ଟର ମଡ଼ାଇ ନଷ୍ଟ କରିବା ଭଳି ଘଟଣା ସାମ୍ନାକୁ ଆସିଛି।
ଧାନର ବିକଳ୍ପ ଭାବେ ଚାଷୀଙ୍କୁ ଅଣଧାନ ଅର୍ଥାତ୍‌ ପନିପରିବା, ଶସ୍ୟଜାତୀୟ ଫସଲ କରିବା ପାଇଁ କୃଷି ବିଭାଗ ଉତ୍ସାହିତ କରୁଛି। କିନ୍ତୁ ପନିପରିବାର ଅଭାବୀ ବିକ୍ରି ଚାଷୀଙ୍କୁ ଚିନ୍ତାରେ ପକାଇଛି। ଗଞ୍ଝିଆଟିକ୍ରା ଗ୍ରାମର ଚାଷୀମାନେ ଧାନ ପରିବର୍ତ୍ତେ ପରିବା ଫସଲରେ ଅଧିକ ଲାଭ ମିଳିବ ବୋଲି ଆଶା ବାନ୍ଧିଥିଲେ। ତେଣୁ ସେମାନେ ବହୁ ଏକର ଜମିରେ କୋବି ଚାଷ କରିଥିଲେ। କିନ୍ତୁ ଅମଳ ପରେ ବେପାରୀମାନେ କୋବି କିଲୋଗ୍ରାମ ପ୍ରତି ୨ରୁ ୩ଟଙ୍କା ଦର କରିବାକୁ କହିଥିଲେ। ଏହି ଦରରେ ଚାଷରେ ନିୟୋଜିତ ଶ୍ରମିକଙ୍କ ଖର୍ଚ୍ଚ ମଧ୍ୟ ବାହାରିବ ନାହିଁ। ଫଳରେ ଚାଷୀମାନେ କୋବି ନ ଅମଳ କରି ତାହାକୁ ନଷ୍ଟ କରିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଚାଷୀ ପ୍ରଶାନ୍ତ ସାହୁ କହିଛନ୍ତି। ସେହିପରି ଗଞ୍ଝିଆଟିକ୍ରାର ଆଉ ଜଣେ ଚାଷୀ ଗୋପାଳ ପ୍ରଧାନ କହିଛନ୍ତି, ସେ ୨ ଏକର ଜମିରେ ଫୁଲକୋବି ଏବଂ ବନ୍ଧାକୋବି ଚାଷ କରିଛନ୍ତି। ଏଥିରେ ସେ ପାଖାପାଖି ୧ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ବେପାରୀମାନେ କି.ଗ୍ରା. ପ୍ରତି ୨ଟଙ୍କା ଦରରେ ବନ୍ଧାକୋବି ମାଗୁଛନ୍ତି। ଶୀତଳଭଣ୍ଡାର ଥିଲେ ଏଭଳି ସମସ୍ୟା ଉପୁଜି ନ ଥାଆନ୍ତା ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ କୋବି ଫସଲରେ ଟ୍ରାକ୍ଟର ମଡ଼ାଇ ନଷ୍ଟ କରିଥିବା ଚାଷୀ କାଶୀନାଥ ପ୍ରଧାନ କହିଛନ୍ତି, କୋବି ଚାଷରୁ ଭଲ ଲାଭ ମିଳିବ ବୋଲି ସେ ଏହି ଚାଷ କରୁଥିଲେ। ହେଲେ କୋବି ଦର ଏଭଳି କମିଗଲା ଯେ ବେପାରୀମାନେ ମଧ୍ୟ ଆଉ କିଣିବା ପାଇଁ ଆସିଲେ ନାହିଁ। କ୍ଷେତରେ ତାହା ଅଧିକ ଦିନ ରହିପାରିବ ନାହିଁ। ସେଥିପାଇଁ ସେ ଟ୍ରାକ୍ଟର ମଡ଼ାଇ ତାହାକୁ ନଷ୍ଟ କରିଥିବା କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ଅଶୋକ କୁମାର ଅମାତ କହିଛନ୍ତି, ଅନୁକୂଳ ପାଗ ଯୋଗୁ ଏଥର ଉଭୟ ଧାନ ଏବଂ ଅଣଧାନ ଫସଲ ଭଲ ହୋଇଛି। ପରିବା ବିକ୍ରିବଟାରେ ସମସ୍ୟା ଦେଖାଯାଇଛି। ଶୀତଳ ଭଣ୍ଡାର ଅଭାବରୁ ମଧ୍ୟ ଏହି ସମସ୍ୟା ହେଉଛି। ଚାଷୀମାନେ ଚାହିଁଲେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଶୀତଳଭଣ୍ଡାର କରିପାରିବେ। ସେଥିପାଇଁ ଚାଷୀଙ୍କୁ ସଚେତନ କରାଯିବ। ସେହିପରି ସାଧାରଣ ଶୀତଳଭଣ୍ଡାରରେ କୋବି ସଂରକ୍ଷଣ ସମ୍ଭବ ନୁହେଁ, ତାହା କ୍ଷଣସ୍ଥାୟୀ। ଏଥିପାଇଁ ମଲ୍ଟି ପର୍ପୋଜ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି ବୋଲି ଅମାତ କହିଛନ୍ତି।
ସେହିପରି ଯାଜପୁର ଜିଲା ରସୁଲପୁର ବ୍ଲକରେ ପନିପରିବା ଚାଷ ବହୁଳ ଭାବରେ କରାଯାଉଛି। ଏହି ବ୍ଲକର ବାରବାଟୀଠାରେ ଚାଷୀଙ୍କ ଦୈନିକ ପରିବା ହାଟର ବେଶ୍‌ ଖ୍ୟାତି ରହିଛି। କ୍ଷେତରୁ ଉପତ୍ାଦିତ ପରିବାକୁ ହାଟରେ ବିକି ଚାଷୀ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଏବେ ଉଚିତ ମୂଲ୍ୟ ମିଳୁ ନ ଥିବାରୁ ଚାଷୀମାନେ ହତାଶ ହେଉଛନ୍ତି। ବିଶେଷକରି ଫୁଲକୋବି ଚାଷୀ ଘୋର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ହାଟରେ ଉନ୍ନତମାନର ଫୁଲକୋବି ଗୋଟାକ (୧ରୁ ୧.୫ କେ.ଜି. ମଧ୍ୟରେ) ଦର ୫ଟଙ୍କାକୁ ଖସି ଆସିଛି, ଯାହାକି ଉପତ୍ାଦିତ ମୂଲ୍ୟଠାରୁ କମ୍‌। ଉନ୍ନତ କିସମର ମଞ୍ଜି ବ୍ୟବହାର କରି ଚାରା ଉପତ୍ାଦନ କରିବାରୁ ଚାଷୀମାନଙ୍କୁ ଫୁଲକୋବି ଚାରା ପିଛା ୧ରୁ ୨ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏହାଛଡ଼ା କୃଷି ଶ୍ରମିକମାନଙ୍କ ସଂଖ୍ୟା କମିଯାଉଛି। ଶ୍ରମିକ ଚାହିଦା ବଢ଼ିଯାଇଥିବାରୁ ସେ ବାବଦକୁ ଚାଷୀମାନଙ୍କୁ ଅଧିକ ମଜୁରି ଖର୍ଚ୍ଚ କରିବାକୁ ପଡୁଛି। ଏ ଅଞ୍ଚଳର କୋବି ଚାଷୀ ଆଲୋକ କୁମାର ମଲ୍ଲିକଙ୍କ ମତରେ ସାର, କୀଟନାଶକ, ଉନ୍ନତ କିସମର ମଞ୍ଜି, କୃଷି ଶ୍ରମିକ, ଜଳସେଚନ ବ୍ୟବସ୍ଥା ଆଦି ମହଙ୍ଗା ହୋଇପଡ଼ିଛି। ହାଟ ନିକଟରେ ସଂରକ୍ଷଣ ବ୍ୟବସ୍ଥା, ସରକାରୀ ମଣ୍ଡିର ସୁବିଧା ନ ଥିବାରୁ ଚାଷୀମାନଙ୍କ କୃଷିଜାତ ଦ୍ରବ୍ୟକୁ ଉଚିତ ମୂଲ୍ୟ ମିଳୁନାହିଁ। ଯାଜପୁର ଜିଲାରେ ପନିପରିବା ସଂରକ୍ଷଣ ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ। ଜିଲାର ଛତିଆଠାରେ ଥିବା ଶୀତଳଭଣ୍ଡାର କେବଳ ଆଳୁ ସଂରକ୍ଷଣ ରଖିବା ପାଇଁ ଉଦ୍ଦିଷ୍ଟ। ପରିବା ସଂରକ୍ଷଣ ପାଇଁ ପ୍ରତ୍ୟେକ ହାଟ ନିକଟରେ ଶୀତଳଭଣ୍ଡାର ସୁବିଧା କରାଯାଇପାରିଲେ ଚାଷୀମାନଙ୍କ ଦ୍ରବ୍ୟକୁ ଉଚିତ୍‌ ମୂଲ୍ୟ ମିଳିପାରିବ ବୋଲି ସେ କହିଛନ୍ତି। ଆଉ ଜଣେ ଅଗ୍ରଣୀ ଚାଷୀ ଶିଶିର କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଚାଷୀଙ୍କ ଦୁଃଖ ଶୁଣିବାକୁ କେହିନାହିଁ। ଚାଷୀ କେବଳ ମୁଣ୍ଡର ଝାଳ ତୁଣ୍ଡରେ ମାରି କ୍ଷେତରେ ଖଟିବ, ଆଉ ତା’ର ଉପତ୍ାଦିତ ଦ୍ରବ୍ୟକୁ ନ୍ୟାୟ ମିଳିବ ନାହିଁ। ଏହାଠାରୁ ଘୋର ଅନ୍ୟାୟ ଓ ବଡ଼ ବିପତ୍ତି ଆଉ କିଛି ନାହିଁ। ସରକାର ଚାଷୀମାନଙ୍କ ଉଦ୍ଦେଶ୍ୟରେ ଘୋଷଣା କରୁଥିବା ଯୋଜନାକୁ ବାସ୍ତବ ରୂପ ଦିଅନ୍ତୁ, ନଚେତ ଖାଦ୍ୟ ସଙ୍କଟ ସୃଷ୍ଟି ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri