ଏକାଦଶ, ଦ୍ୱାଦଶରେ ଉପସ୍ଥାନ କମିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ):ରାଜ୍ୟର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାର ପ୍ରୟାସ ଚଳାଇଛନ୍ତି। ଏବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଉପସ୍ଥାନ ବୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଶତପ୍ରତିଶତ ନ ରହିଲେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଅନୁପସ୍ଥିତ ଛାତ୍ରୀଛାତ୍ରଙ୍କ ଉପରେ ମଧ୍ୟ ପଦକ୍ଷେପ ନିଆଯିବ। ଦୈନିକ କଲେଜ ଛୁଟି ହେବା ପରେ ସବୁ ବିଷୟର ଆଟେଣ୍ଡାନ୍ସକୁ ଅଧ୍ୟକ୍ଷ ଯାଞ୍ଚ କରିବେ। ଯେଉଁ ଛାତ୍ରୀଛାତ୍ର କ୍ଲାସରେ ଅନୁପସ୍ଥିତ ଥିବେ, ବିଶେଷକରି ମାସରେ ୧୦ରୁ ଅଧିକ ଦିନ ଛୁଟିରେ ରହିଲେ, ସେମାନଙ୍କୁ କାରଣ ଦର୍ଶାଇବାକୁ ନୋଟିସ କରାଯିବ। ଛାତ୍ରୀଛାତ୍ର ଯେଉଁ ଉତ୍ତର ରଖିବେ, ସେଥିରେ ଉଭୟ ପିଲା ଓ ଅଭିଭାବକଙ୍କ ଦସ୍ତଖସ୍ତ ରହିବ। ସନ୍ତୋଷମୂଳକ ଉତ୍ତର କିମ୍ବା କାରଣ ନ ଦର୍ଶାଇବା ପର୍ଯ୍ୟନ୍ତ ସେହି ପିଲାମାନେ କଲେଜ ଆସିଲେ ମଧ୍ୟ କୌଣସି କ୍ଲାସରେ ବସିପାରିବେ ନାହିଁ। ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ୨,୦୬୫ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। ମାତ୍ର ୫ବର୍ଷର ତଥ୍ୟକୁ ଦେଖିଲେ, ରାଜ୍ୟରେ ଯୁକ୍ତ୨ ଶେଷବର୍ଷ ପରୀକ୍ଷା ପୂର୍ବରୁ ବା ଫର୍ମପୂରଣ ସମୟରେ ସରକାରୀ କଲେଜଗୁଡ଼ିକରେ ପ୍ରାୟ ୪୫ ଭାଗ ପିଲାଙ୍କ ଉପସ୍ଥାନ ୩୫ ପ୍ରତିଶତ ତଳକୁ ଥିବାବେଳେ ଅନୁଦାନପ୍ରାପ୍ତ କଲେଜରେ ୭୦ ଭାଗରୁ ଅଧିକ ପିଲାଙ୍କ ଶ୍ରେଣୀ ଉପସ୍ଥାନ ୪୦ପ୍ରତିଶତ ରହିଛି। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ର ପ୍ରାକ୍ଟିକାଲ ଶ୍ରେଣୀରେ ଶତପ୍ରତିଶତ ଉପସ୍ଥାନ ଦେଉଥିବା ବେଳେ ଥିଓରି ଲାଗି ପ୍ରାୟ ୬୫ପ୍ରତିଶତ ଉପସ୍ଥାନ ରହୁଛି। ପ୍ରାୟ ୪୦ପ୍ରତିଶତ ପିଲା ନିୟମିତ ଥିଓରି କ୍ଲାସରେ ଉପସ୍ଥିତ ଥିବାବେଳେ ୬୦ପ୍ରତିଶତ ପିଲା ଅନୁପସ୍ଥିତ ରହିଛନ୍ତି। ଟ୍ୟୁଶନ ଓ ବିଭିନ୍ନ କୋଚିଂ ଲାଗି ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କ ଶ୍ରେଣୀ ଉପସ୍ଥାନ ଶତପ୍ରତିଶତ ହେଉନାହିଁ। ସେହିଭଳି କଳାର ସର୍ବାଧିକ ୮୫ପ୍ରତିଶତ ଓ ବାଣିଜ୍ୟ ବିଭାଗର ୬୫ ପ୍ରତିଶତ ପିଲା ଶ୍ରେଣୀରେ ନିୟମିତ ଅନୁପସ୍ଥିତ ରହୁଛନ୍ତି। ଧନ୍ଦାମୂଳକଶିକ୍ଷା ପିଲାଙ୍କ ଉପସ୍ଥାନ ୫୦% ପାର ହେଉ ନ ଥିବା ଜଣାପଡ଼ିଛି। ଏହି ସମସ୍ୟାର ସମାଧାନ ଲାଗି ପୂର୍ବରୁ କୋଚିଂ ଓ ଟ୍ୟୁଶନ ଉପରେ ସରକାର ଅଙ୍କୁଶ ଲଗାଇଛନ୍ତି। କଲେଜ ସମୟରେ କୌଣସି କୋଚିଂ ସେଣ୍ଟରରେ ପାଠପଢ଼ା ହୋଇପାରିବ ନାହିଁ। ସେହିଭଳି ଶ୍ରେଣୀରେ ଶତପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା ଫର୍ମ ପୂରଣ ଲାଗି ସର୍ବନିମ୍ନ ଉପସ୍ଥାନ ୭୫ପ୍ରତିଶତ ସରକାର ଧାର୍ଯ୍ୟ କରିଛନ୍ତି। ୭୫ପ୍ରତିଶତରୁ କମ୍‌ ଉପସ୍ଥାନ ଥିବା ପିଲାଙ୍କୁ ଫର୍ମ ପୂରଣରୁ ବାଦ୍‌ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ମାତ୍ର ଶ୍ରେଣୀରେ ଉପସ୍ଥାନ ଖୁବ୍‌କମ୍‌ ରହୁଥିଲେ ମଧ୍ୟ ପିଲାଙ୍କର ଭବିଷ୍ୟତକୁ ଗୁରୁତ୍ୱ ଦେଇ ସରକାର ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କୁ ଫର୍ମ ପୂରଣ ଲାଗି ସୁଯୋଗ ଦେଉଛନ୍ତି। ମାତ୍ର ଏହି ଅବ୍ୟବସ୍ଥାକୁ ଆଉ ସରକାର ବରଦାସ୍ତ କରିବେ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କଲେଜ ଅଧ୍ୟକ୍ଷ ଏ ଦିଗରେ ସର୍ବାଧିକ ଗୁରୁତ୍ୱ ଦେବା ସହ ଅନୁପସ୍ଥିତ ଛାତ୍ରୀଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri