ଏକାଦଶ, ଦ୍ୱାଦଶରେ ଉପସ୍ଥାନ କମିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ):ରାଜ୍ୟର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାର ପ୍ରୟାସ ଚଳାଇଛନ୍ତି। ଏବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଉପସ୍ଥାନ ବୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଶତପ୍ରତିଶତ ନ ରହିଲେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଅନୁପସ୍ଥିତ ଛାତ୍ରୀଛାତ୍ରଙ୍କ ଉପରେ ମଧ୍ୟ ପଦକ୍ଷେପ ନିଆଯିବ। ଦୈନିକ କଲେଜ ଛୁଟି ହେବା ପରେ ସବୁ ବିଷୟର ଆଟେଣ୍ଡାନ୍ସକୁ ଅଧ୍ୟକ୍ଷ ଯାଞ୍ଚ କରିବେ। ଯେଉଁ ଛାତ୍ରୀଛାତ୍ର କ୍ଲାସରେ ଅନୁପସ୍ଥିତ ଥିବେ, ବିଶେଷକରି ମାସରେ ୧୦ରୁ ଅଧିକ ଦିନ ଛୁଟିରେ ରହିଲେ, ସେମାନଙ୍କୁ କାରଣ ଦର୍ଶାଇବାକୁ ନୋଟିସ କରାଯିବ। ଛାତ୍ରୀଛାତ୍ର ଯେଉଁ ଉତ୍ତର ରଖିବେ, ସେଥିରେ ଉଭୟ ପିଲା ଓ ଅଭିଭାବକଙ୍କ ଦସ୍ତଖସ୍ତ ରହିବ। ସନ୍ତୋଷମୂଳକ ଉତ୍ତର କିମ୍ବା କାରଣ ନ ଦର୍ଶାଇବା ପର୍ଯ୍ୟନ୍ତ ସେହି ପିଲାମାନେ କଲେଜ ଆସିଲେ ମଧ୍ୟ କୌଣସି କ୍ଲାସରେ ବସିପାରିବେ ନାହିଁ। ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ୨,୦୬୫ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। ମାତ୍ର ୫ବର୍ଷର ତଥ୍ୟକୁ ଦେଖିଲେ, ରାଜ୍ୟରେ ଯୁକ୍ତ୨ ଶେଷବର୍ଷ ପରୀକ୍ଷା ପୂର୍ବରୁ ବା ଫର୍ମପୂରଣ ସମୟରେ ସରକାରୀ କଲେଜଗୁଡ଼ିକରେ ପ୍ରାୟ ୪୫ ଭାଗ ପିଲାଙ୍କ ଉପସ୍ଥାନ ୩୫ ପ୍ରତିଶତ ତଳକୁ ଥିବାବେଳେ ଅନୁଦାନପ୍ରାପ୍ତ କଲେଜରେ ୭୦ ଭାଗରୁ ଅଧିକ ପିଲାଙ୍କ ଶ୍ରେଣୀ ଉପସ୍ଥାନ ୪୦ପ୍ରତିଶତ ରହିଛି। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ର ପ୍ରାକ୍ଟିକାଲ ଶ୍ରେଣୀରେ ଶତପ୍ରତିଶତ ଉପସ୍ଥାନ ଦେଉଥିବା ବେଳେ ଥିଓରି ଲାଗି ପ୍ରାୟ ୬୫ପ୍ରତିଶତ ଉପସ୍ଥାନ ରହୁଛି। ପ୍ରାୟ ୪୦ପ୍ରତିଶତ ପିଲା ନିୟମିତ ଥିଓରି କ୍ଲାସରେ ଉପସ୍ଥିତ ଥିବାବେଳେ ୬୦ପ୍ରତିଶତ ପିଲା ଅନୁପସ୍ଥିତ ରହିଛନ୍ତି। ଟ୍ୟୁଶନ ଓ ବିଭିନ୍ନ କୋଚିଂ ଲାଗି ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କ ଶ୍ରେଣୀ ଉପସ୍ଥାନ ଶତପ୍ରତିଶତ ହେଉନାହିଁ। ସେହିଭଳି କଳାର ସର୍ବାଧିକ ୮୫ପ୍ରତିଶତ ଓ ବାଣିଜ୍ୟ ବିଭାଗର ୬୫ ପ୍ରତିଶତ ପିଲା ଶ୍ରେଣୀରେ ନିୟମିତ ଅନୁପସ୍ଥିତ ରହୁଛନ୍ତି। ଧନ୍ଦାମୂଳକଶିକ୍ଷା ପିଲାଙ୍କ ଉପସ୍ଥାନ ୫୦% ପାର ହେଉ ନ ଥିବା ଜଣାପଡ଼ିଛି। ଏହି ସମସ୍ୟାର ସମାଧାନ ଲାଗି ପୂର୍ବରୁ କୋଚିଂ ଓ ଟ୍ୟୁଶନ ଉପରେ ସରକାର ଅଙ୍କୁଶ ଲଗାଇଛନ୍ତି। କଲେଜ ସମୟରେ କୌଣସି କୋଚିଂ ସେଣ୍ଟରରେ ପାଠପଢ଼ା ହୋଇପାରିବ ନାହିଁ। ସେହିଭଳି ଶ୍ରେଣୀରେ ଶତପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା ଫର୍ମ ପୂରଣ ଲାଗି ସର୍ବନିମ୍ନ ଉପସ୍ଥାନ ୭୫ପ୍ରତିଶତ ସରକାର ଧାର୍ଯ୍ୟ କରିଛନ୍ତି। ୭୫ପ୍ରତିଶତରୁ କମ୍‌ ଉପସ୍ଥାନ ଥିବା ପିଲାଙ୍କୁ ଫର୍ମ ପୂରଣରୁ ବାଦ୍‌ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ମାତ୍ର ଶ୍ରେଣୀରେ ଉପସ୍ଥାନ ଖୁବ୍‌କମ୍‌ ରହୁଥିଲେ ମଧ୍ୟ ପିଲାଙ୍କର ଭବିଷ୍ୟତକୁ ଗୁରୁତ୍ୱ ଦେଇ ସରକାର ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କୁ ଫର୍ମ ପୂରଣ ଲାଗି ସୁଯୋଗ ଦେଉଛନ୍ତି। ମାତ୍ର ଏହି ଅବ୍ୟବସ୍ଥାକୁ ଆଉ ସରକାର ବରଦାସ୍ତ କରିବେ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କଲେଜ ଅଧ୍ୟକ୍ଷ ଏ ଦିଗରେ ସର୍ବାଧିକ ଗୁରୁତ୍ୱ ଦେବା ସହ ଅନୁପସ୍ଥିତ ଛାତ୍ରୀଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?