ଆହତଙ୍କ ସହ ମଦ ପିଇଲେ ଆମ୍ବୁଲାନ୍ସ ଚାଳକ

ଜଗତ୍‌ସିଂହପୁର ଅଫିସ, ୨୦ା୧୨:ରାସ୍ତା ପାର୍ଶ୍ୱରେ ଆମ୍ବୁଲାନ୍ସ ଅଟକାଇ ଚାଳକ ଗ୍ଲାସରେ ମଦ ପିଉଥିବାବେଳେ ଆହତଙ୍କ ପାଇଁ ପେଗ୍‌ ବନାଉଛନ୍ତି। ଗାଡ଼ିର ପଛ ସିଟ୍‌ରେ ଜଣେ ମହିଳା ଓ ଝିଅ ମଧ୍ୟ ବସିଛନ୍ତି। ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ପରେ ଆମ୍ବୁଲାନ୍ସଟି ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଛାଡ଼ି ଫେରୁଥିବାବେଳେ ଚାଉଳିଆଗଞ୍ଜ ନିକଟରେ ଏକ ସ୍କୁଟର ସହ ଧକ୍କା ହୋଇଥିଲା। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପହଞ୍ଚତ୍ ଆମ୍ବୁଲାନ୍ସକୁ ନେଇ ଚାଉଳିଆଗଞ୍ଜ ଥାନାରେ ରଖିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏହି ଭିଡିଓ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାରଳା ରୋଡ ମଦ ଦୋକାନ ନିକଟବର୍ତ୍ତୀ ଅଞ୍ଚଳର ବୋଲି ଜଣାପଡ଼ିଛି।
ପାରାଦୀପରୁ ଜଣେ ଆହତଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ (ନଂ. ଓଡି-୨୧-ଏନ୍‌- ୩୮୮୬) ଯୋଗେ କଟକ ନିଆଯାଉଥିଲା। ଆମ୍ବୁଲାନ୍ସଟି ରଘୁନାଥପୁର ବ୍ଲକ ରେଢ଼ୁଆ ମୋହନପୁର ଗ୍ରାମର ଦିଲୀପ କୁମାର ରଥଙ୍କ ନାମରେ ରହିଛି। ସେ ନିଜେ ଏହାକୁ ଚଳାଉଛନ୍ତି। ଏ ସମ୍ପର୍କରେ ରଥଙ୍କୁ ପଚାରିବାରୁ କହିଛନ୍ତି, ଆହତ ଜଣକ ହେଉଛନ୍ତି କେନ୍ଦୁଝର ଜିଲାର ଜଣେ ଆଦିବାସୀ ବ୍ୟକ୍ତି। ତାଙ୍କ ନାମ କୈଳାସ ଦେହୁରୀ। ସେ ଦୀର୍ଘ ବର୍ଷ ହେବ ପରିବାର ସହ ପାରାଦୀପରେ ରହି ମଜୁରି ଲାଗି ପରିବାର ଭରଣପୋଷଣ କରନ୍ତି। ୧୦ ବର୍ଷ ହେବ ଦେହୁରୀଙ୍କ ସହ ତାଙ୍କର ପରିଚୟ ରହିଛି। ପାରାଦୀପ ତାରେଣୀଗଡ଼ା ଓ ମ୍ୟୁନିସିପାଲିଟି ହାଇସ୍କୁଲ ନିକଟରେ ରଥଙ୍କ ପୃ୍‌ଥକ୍‌ ଘର ରହିଛି। ତାରେଣୀଗଡ଼ା ନିକଟ ଘରେ ସେ ପରିବାର ସହ ରହୁଥିବାବେଳେ ମ୍ୟୁନିସିପାଲିଟି ହାଇସ୍କୁଲ ପାଖ ଘର ଭଡା ସୂତ୍ରରେ ଦେଇଛନ୍ତି। ଗତ ୧୮ ତାରିଖରେ ରଥଙ୍କ ମ୍ୟୁନିସିପାଲିଟି ହାଇସ୍କୁଲ ନିକଟ ଜମିରେ ଥିବା ଚାକୁଣ୍ଡା ଗଛ ଡାଳ କାଟିବାକୁ ଦେହୁରୀ ଯାଇଥିଲେ। ଗଛର ଡାଳ କାଟିବା ବେଳେ ତା’ମୂଳରୁ ଅଧାଅଧି କାଟି ଦେଇଥିଲେ। ପରେ ଦଉଡି ଆଣି ଅଗ୍ର ଭାଗରେ ବାନ୍ଧି ତଳେ ଭିଡିବାକୁ ଯୋଜନା କରିଥିଲେ। ଏହି ଉଦ୍ଦେଶ୍ୟରେ ଗଛରେ ଚଢ଼ୁଥିବାବେଳେ ଭୁଲବଶତଃ କଟା ଡାଳରେ ଛଢ଼ିଯିବାରୁ ଦେହୁରୀ ତଳେ ପଡି ଆହତ ହୋଇଥିଲେ। ତାଙ୍କ ବାମ ଗୋଡ଼ ଭାଙ୍ଗିଯିବା ସହ ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ପାରାଦୀପ ପୋର୍ଟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ରଥ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ନେଇ ଯାଇଥିଲେ। ବାଟରେ ଦେହୁରୀଙ୍କ ଯନ୍ତ୍ରଣା ବଢ଼ିଯାଇଥିଲା। ମଦ ପିଇଲେ ଏହା ଲାଘବ ହେବ ବୋଲି କହି ବ୍ୟାକୁଳ ହେବାରୁ ବାଧ୍ୟ ହୋଇ ରଥ ସାରଳା ରୋଡ ମଦ ଦୋକାନ ନିକଟରେ ଆମ୍ବୁଲାନ୍ସ ରଖିଥିଲେ। ସେଠାରୁ ମଦ କିଣି ଦେହୁରୀଙ୍କ ସହ ନିଜେ ଗୋଟିଏ ପେଗ୍‌ ନେଇଥିବା ରଥ ସ୍ବୀକାର କରିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି, ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରି କିଛି ଟଙ୍କା ଦେଇଥିଲେ। ସେଠାରୁ ଫେରିଲା ବେଳକୁ ଚାଉଳିଆଗଞ୍ଜ ନିକଟରେ ଏକ ସ୍କୁଟି ସହ ଦୁର୍ଘଟଣା ହୋଇଥିଲା। ସ୍କୁଟି ମାଲିକ କ୍ଷତି ବାବଦରେ ୨୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ୧୫ ହଜାର ଟଙ୍କାରେ ଆପୋସ ବୁଝାମଣା ହୋଇଛି। ଏବେ ଆମ୍ବୁଲାନ୍ସଟି ଚାଉଳିଆଗଞ୍ଜ ଥାନାରେ ଅଛି। ମଙ୍ଗଳବାର ଟଙ୍କା ଦେଇ ଗାଡ଼ି ଆଣିବେ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri