ଆହତଙ୍କ ସହ ମଦ ପିଇଲେ ଆମ୍ବୁଲାନ୍ସ ଚାଳକ

ଜଗତ୍‌ସିଂହପୁର ଅଫିସ, ୨୦ା୧୨:ରାସ୍ତା ପାର୍ଶ୍ୱରେ ଆମ୍ବୁଲାନ୍ସ ଅଟକାଇ ଚାଳକ ଗ୍ଲାସରେ ମଦ ପିଉଥିବାବେଳେ ଆହତଙ୍କ ପାଇଁ ପେଗ୍‌ ବନାଉଛନ୍ତି। ଗାଡ଼ିର ପଛ ସିଟ୍‌ରେ ଜଣେ ମହିଳା ଓ ଝିଅ ମଧ୍ୟ ବସିଛନ୍ତି। ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ପରେ ଆମ୍ବୁଲାନ୍ସଟି ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଛାଡ଼ି ଫେରୁଥିବାବେଳେ ଚାଉଳିଆଗଞ୍ଜ ନିକଟରେ ଏକ ସ୍କୁଟର ସହ ଧକ୍କା ହୋଇଥିଲା। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପହଞ୍ଚତ୍ ଆମ୍ବୁଲାନ୍ସକୁ ନେଇ ଚାଉଳିଆଗଞ୍ଜ ଥାନାରେ ରଖିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏହି ଭିଡିଓ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାରଳା ରୋଡ ମଦ ଦୋକାନ ନିକଟବର୍ତ୍ତୀ ଅଞ୍ଚଳର ବୋଲି ଜଣାପଡ଼ିଛି।
ପାରାଦୀପରୁ ଜଣେ ଆହତଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ (ନଂ. ଓଡି-୨୧-ଏନ୍‌- ୩୮୮୬) ଯୋଗେ କଟକ ନିଆଯାଉଥିଲା। ଆମ୍ବୁଲାନ୍ସଟି ରଘୁନାଥପୁର ବ୍ଲକ ରେଢ଼ୁଆ ମୋହନପୁର ଗ୍ରାମର ଦିଲୀପ କୁମାର ରଥଙ୍କ ନାମରେ ରହିଛି। ସେ ନିଜେ ଏହାକୁ ଚଳାଉଛନ୍ତି। ଏ ସମ୍ପର୍କରେ ରଥଙ୍କୁ ପଚାରିବାରୁ କହିଛନ୍ତି, ଆହତ ଜଣକ ହେଉଛନ୍ତି କେନ୍ଦୁଝର ଜିଲାର ଜଣେ ଆଦିବାସୀ ବ୍ୟକ୍ତି। ତାଙ୍କ ନାମ କୈଳାସ ଦେହୁରୀ। ସେ ଦୀର୍ଘ ବର୍ଷ ହେବ ପରିବାର ସହ ପାରାଦୀପରେ ରହି ମଜୁରି ଲାଗି ପରିବାର ଭରଣପୋଷଣ କରନ୍ତି। ୧୦ ବର୍ଷ ହେବ ଦେହୁରୀଙ୍କ ସହ ତାଙ୍କର ପରିଚୟ ରହିଛି। ପାରାଦୀପ ତାରେଣୀଗଡ଼ା ଓ ମ୍ୟୁନିସିପାଲିଟି ହାଇସ୍କୁଲ ନିକଟରେ ରଥଙ୍କ ପୃ୍‌ଥକ୍‌ ଘର ରହିଛି। ତାରେଣୀଗଡ଼ା ନିକଟ ଘରେ ସେ ପରିବାର ସହ ରହୁଥିବାବେଳେ ମ୍ୟୁନିସିପାଲିଟି ହାଇସ୍କୁଲ ପାଖ ଘର ଭଡା ସୂତ୍ରରେ ଦେଇଛନ୍ତି। ଗତ ୧୮ ତାରିଖରେ ରଥଙ୍କ ମ୍ୟୁନିସିପାଲିଟି ହାଇସ୍କୁଲ ନିକଟ ଜମିରେ ଥିବା ଚାକୁଣ୍ଡା ଗଛ ଡାଳ କାଟିବାକୁ ଦେହୁରୀ ଯାଇଥିଲେ। ଗଛର ଡାଳ କାଟିବା ବେଳେ ତା’ମୂଳରୁ ଅଧାଅଧି କାଟି ଦେଇଥିଲେ। ପରେ ଦଉଡି ଆଣି ଅଗ୍ର ଭାଗରେ ବାନ୍ଧି ତଳେ ଭିଡିବାକୁ ଯୋଜନା କରିଥିଲେ। ଏହି ଉଦ୍ଦେଶ୍ୟରେ ଗଛରେ ଚଢ଼ୁଥିବାବେଳେ ଭୁଲବଶତଃ କଟା ଡାଳରେ ଛଢ଼ିଯିବାରୁ ଦେହୁରୀ ତଳେ ପଡି ଆହତ ହୋଇଥିଲେ। ତାଙ୍କ ବାମ ଗୋଡ଼ ଭାଙ୍ଗିଯିବା ସହ ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ପାରାଦୀପ ପୋର୍ଟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ରଥ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ନେଇ ଯାଇଥିଲେ। ବାଟରେ ଦେହୁରୀଙ୍କ ଯନ୍ତ୍ରଣା ବଢ଼ିଯାଇଥିଲା। ମଦ ପିଇଲେ ଏହା ଲାଘବ ହେବ ବୋଲି କହି ବ୍ୟାକୁଳ ହେବାରୁ ବାଧ୍ୟ ହୋଇ ରଥ ସାରଳା ରୋଡ ମଦ ଦୋକାନ ନିକଟରେ ଆମ୍ବୁଲାନ୍ସ ରଖିଥିଲେ। ସେଠାରୁ ମଦ କିଣି ଦେହୁରୀଙ୍କ ସହ ନିଜେ ଗୋଟିଏ ପେଗ୍‌ ନେଇଥିବା ରଥ ସ୍ବୀକାର କରିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି, ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରି କିଛି ଟଙ୍କା ଦେଇଥିଲେ। ସେଠାରୁ ଫେରିଲା ବେଳକୁ ଚାଉଳିଆଗଞ୍ଜ ନିକଟରେ ଏକ ସ୍କୁଟି ସହ ଦୁର୍ଘଟଣା ହୋଇଥିଲା। ସ୍କୁଟି ମାଲିକ କ୍ଷତି ବାବଦରେ ୨୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ୧୫ ହଜାର ଟଙ୍କାରେ ଆପୋସ ବୁଝାମଣା ହୋଇଛି। ଏବେ ଆମ୍ବୁଲାନ୍ସଟି ଚାଉଳିଆଗଞ୍ଜ ଥାନାରେ ଅଛି। ମଙ୍ଗଳବାର ଟଙ୍କା ଦେଇ ଗାଡ଼ି ଆଣିବେ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?