Posted inଜାତୀୟ

ମେସି ଆସାମରେ ଜନ୍ମ ହୋଇଥିଲେ କହି ଟ୍ରୋଲ ହେଲେ କଂଗ୍ରେସ ଏମ୍‌ପି

ନୂଆଦିଲ୍ଲୀ,୨୦।୧୨: ୩୬ ବର୍ଷ ପରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ ୨୦୨୨ ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଏକ ରୋମାଞ୍ଚକର ମ୍ୟାଚରେ ଫ୍ରାନ୍ସକୁ ପରାସ୍ତ କରିଛି। ସେବେଠାରୁ ଆର୍ଜେଣ୍ଟିନା ଏବଂ ଏହାର ଅଧିନାୟକ ଲିଓନେଲ ମେସି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ଭାରତର ଅନେକ ସ୍ଥାନରେ ଆର୍ଜେଣ୍ଟିନାର ବିଜୟ ଉତ୍ସବ ପାଳନ କରାଯାଇଥିଲା। ବିଶେଷକରି ପ୍ରଶଂସକମାନେ ମେସିଙ୍କ ବିଷୟରେ ବହୁତ କିଛି ଲେଖୁଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ମେସିଙ୍କ ପ୍ରଶଂସକମାନେ ସମଗ୍ର ବିଶ୍ୱରେ ଅଛନ୍ତି। ଭାରତରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ ନୁହେଁ। ଭାରତୀୟ ପ୍ରଶଂସକମାନେ ମଧ୍ୟ ମେସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ଆସାମର ଜଣେ କଂଗ୍ରେସ ଏମ୍‌ପି ମେସି ଆସାମରେ ଜନ୍ମ ହୋଇଥିବା କହି ଟ୍ରୋଲ ହୋଇଛନ୍ତି।
ଆସାମ କଂଗ୍ରେସ ଏମ୍‌ପି ଅବଦୁଲ ଖଲିକ ଟୁଇଟରରେ ମେସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଲେଖିଛନ୍ତି, ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ, ଆପଣଙ୍କ ଆସାମ ସଂଯୋଗ ପାଇଁ ଆମେ ଗର୍ବିତ। କେବଳ ଏତିକି ନୁହେଁ, ଯେତେବେଳେ ୟୁଜର୍ସ ଅବଦୁଲ ଖାଲିକଙ୍କୁ ମେସିଙ୍କ ଆସାମ ସଂଯୋଗ ବିଷୟରେ ପଚାରିଥିଲେ, ସେ ଦାବି କରିଥିଲେ ଯେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଭାରତୀୟ ଆସାମରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କର ଏହି ଟୁଇଟ ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଛନ୍ତି। ଅବଦୁଲ ଟ୍ରୋଲ ହେବାପରେ ସେ ତାଙ୍କ ଟୁଇଟ ଡିଲିଟ କରିଦେଇଥିଲେ, କିନ୍ତୁ ୟୁଜର୍ସ ତାଙ୍କ ଟୁଇଟର୍‌ ସ୍କ୍ରିନସଟ ନେଇ ସୋସିଆଲ ମିଡିଆରେ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୧୦୫ ସ୍ଥାନରେ ସିବିଆଇ ଚଢ଼ାଉ..

ନୂଆଦିଲ୍ଲୀ,୪।୧୦ : ସିବିଆଇ ସାରା ଦେଶରେ ବଡ ପଦକ୍ଷେପ ନେଇଛି। ସିବିଆଇ ଦ୍ୱାରା ଦେଶର ୧୦୫ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସାଇବର...

ପାସପୋର୍ଟରେ ମା’ଙ୍କ ନାଁ ବଦଳାଇବାକୁ ଚାହୁଛନ୍ତି ମେହେବୁବାଙ୍କ ଝିଅ

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତିଙ୍କ ସାନ ଝିଅ ଏବେ ପାସପୋର୍ଟରେ ମା’ ମେହେବୁବାଙ୍କ ନାଁରେ ପରିବର୍ତ୍ତନ...

ହିମାଚଳ ପ୍ରଦେଶ ଭୋଟର୍‌ଙ୍କୁ ମୋଦିଙ୍କ ଚିଠି: ଆପଣଙ୍କ ଖଣ୍ଡିଏ ଭୋଟ ମୋ ଶକ୍ତି ବଢାଇବ

ନୂଆଦିଲ୍ଲୀ,୧୦।୧୧: ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ଭୋଟ ଗ୍ରହଣ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଭୋଟରଙ୍କୁ ଏକ...

ମାନେକା ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ସମନ ଜାରି…

ନୂଆଦିଲ୍ଲୀ, ୧୫।୫ : ଭେଟେରିନାରୀ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଦାଖଲ ହୋଇଥିବା ମାନହାନି ମକଦ୍ଦମା ଉପରେ ଦିଲ୍ଲୀ ହାଇକୋର୍ଟ ଭାଜପା ଏମ୍‌ପି ମାନେକା ଗାନ୍ଧୀଙ୍କୁ...

ଆଣ୍ଡାମାନ ନିକୋବରରେ ସୁସ୍ଥ ହେଲେ ସମସ୍ତ ୧୧ କରୋନା ସଂକ୍ରମିତ

ପୋର୍ଟ ବ୍ଲେୟାର,୧୬।୪: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଆଣାମାନ ନିକୋବର ଦ୍ୱୀପ ମଧ୍ୟ ଏଥିରୁ ବାଦ୍‌ ପଡି ନ ଥିଲା।...

କେନ୍ଦ୍ରୀୟ ଏସିଆରେ ବ୍ଲାକଆଉଟ୍‌

ନୂଆଦିଲ୍ଲୀ, ୨୬ା୧: କେନ୍ଦ୍ରୀୟ ଏସିଆର ୩ ଦେଶରେ ମଙ୍ଗଳବାର ବଡ଼ ଧରଣର ବ୍ଲାକଆଉଟ୍‌ ହୋଇଛି। ଏକ ପ୍ରମୁଖ ପାଓ୍ବାର ଲାଇନରେ ସମସ୍ୟା ଯୋଗୁ କାଜାଖସ୍ତାନ, ଉଜ୍‌ବେକିସ୍ତାନ...

ଆଇଏଏସ୍‌ ଅଧିକାରୀଙ୍କ ଇସ୍ତଫା

ମାଙ୍ଗାଲୁରୁ, ୭ା୯(ପି.ଟି.) : କର୍ନାଟକର ଆଇଏଏସ୍‌ ଅଫିସର ତଥା ଦକ୍ଷିଣ କନ୍ନଡ଼ ଜିଲାର ଡେପୁଟି କମିଶନର ଶଶିକାନ୍ତ ସେନ୍ଥିଲ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି।...

ବୈଷ୍ଣୋଦେବୀ ଯାତ୍ରା: କଟ୍ରାରେ ୫୦ ଘୋଡ଼ା ସହିତ ଚାଳକଙ୍କ କରୋନା ପରୀକ୍ଷା

କଟ୍ରା, ୨।୬: ଜୁନ୍‌ ୮ରୁ ମାତା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ମନ୍ଦିର କର୍ତ୍ତୃପକ୍ଷ ବେଶ୍‌ ସକ୍ରିୟ ହେବାରେ...

Advertisement
Archives

Model This Week