ସୁପ୍ରିମକୋର୍ଟରେ ଚିଟ୍ଫଣ୍ଡ୍ ଦୁର୍ନୀତି: ଆମିକସ୍ କ୍ୟୁରି ନିଯୁକ୍ତ
ନୂଆଦିଲ୍ଲୀ,୧୫ା୧୧: ଓଡ଼ିଶାର ହାଇ-ପ୍ରୋଫାଇଲ ଚିଟ୍ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସହଯୋଗ ପାଇଁ ସୁପ୍ରିମକୋର୍ଟ ସୋମବାର ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରଓ୍ବାଲଙ୍କୁ ଆମିକସ୍ କ୍ୟୁରି ରୂପେ ନିଯୁକ୍ତ କରିଛନ୍ତି। ଜମାକାରୀମାନେ ନିଜ କଷ୍ଟ ଅର୍ଜିତ ଧନ ଫେରିପାଇ ନ ଥିବାବେଳେ ଆମିକସ୍ କ୍ୟୁରିଙ୍କ…
ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ଗୁଳିକାଣ୍ଡ, ୩ ମୃତ ଅଭିଯୁକ୍ତ ଗିରଫ
ନ୍ୟୁୟର୍କ,୧୫ ।୧୧: ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ରାତିରେ ଗୁଳିକାଣ୍ଡ ହୋଇଛି । ଏହି ସମୟରେ ଭର୍ଜିନିଆ ବିଶ୍ୱ ବଦ୍ୟାଳୟ ଫୁଟବଲ ଟିମର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୨ ଜଣ ଆହତ ହୋଇଛନ୍ତି…
ବିହନ ସଙ୍କଟରେ ଆଳୁଚାଷୀ
ଭୁବନେଶ୍ୱର (ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ୍/ପାରଳାଖେମୁଣ୍ଡି (ଡି.ଏନ୍.ଏ.)/ଯାଜପୁର ଅଫିସ୍/ ବଲାଙ୍ଗୀର ଅଫିସ୍, ୧୫ା୧୧ ରାଜ୍ୟ ସରକାର ଆଳୁ ମିଶନକୁ ଜୋରସୋରରେ ପ୍ରଚାର ପ୍ରସାର କଲେ। ବଜାରର ଚାହିଦା ଓ ମୂଲ୍ୟକୁ ଦେଖି ବିଭିନ୍ନ ଜିଲାରେ ଚାଷୀମାନେ ଏହି ଚାଷ ପ୍ରତି ଆଗ୍ରହ ଦେଖାଇଥିଲେ। ତେବେ…
ଧୂଳିମୟ ଭିଆଇପି ରୋଡ୍
ଆନନ୍ଦପୁର,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ୧୩ ନଂ. ଓ ୧୪ ନଂ. ଓ୍ବାର୍ଡକୁ ସଂଲଗ୍ନ ଭିଆଇପି ରୋଡ୍ ଧୂଳିମୟ ହୋଇପଡ଼ିଛି। ଯାନବାହନ ଯାତାୟାତ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଭାରିଯାନ ଯାତାୟାତ ସମୟରେ ସମ୍ପୃକ୍ତ ରାସ୍ତାଟିରେ ଧୂଳି ଓ…
୧୭ରୁ ସବୁ ଜିଲାରେ ଡେଡିକେଟେଡ ଡେଙ୍ଗୁ ହସ୍ପିଟାଲ, ଛାତ୍ରଙ୍କୁ ଫୁଲ ପ୍ୟାଣ୍ଟ-ସାର୍ଟ ପିନ୍ଧିବାକୁ ନିର୍ଦ୍ଦେଶ
ଲକ୍ଷ୍ନୌ,୧୫ ।୧୧: ଉତ୍ତର ପ୍ରଦେଶରେ ବେଳକୁ ବେଳ ବଢି ଚାଲିଛି ଡେଙ୍ଗୁର ପ୍ରକୋପ । ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୧୭ରୁ ସମସ୍ତ ଜିଲାରେ ଡେଡିକେଟେଡ ଡେଙ୍ଗୁ ହସ୍ପିଟାଲ କାର୍ଯ୍ୟ କରିବାକୁ ଯାଉଛି । ଏଥିରେ ଫିଜିସିଆନ ଓ…
ମିଥୁନଙ୍କ ଗୀତରେ ଝୁମିଲେ ପ୍ରିୟଙ୍କା
ତିନି ବର୍ଷ ପରେ ବିଦେଶରୁ ଭାରତ ଆସିଥିବା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ଭାରି ବ୍ୟସ୍ତ। ଗୋଟଇଏ ଦିନରେ ତାଙ୍କୁ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡ଼ୁଛି। ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ହେବା କାରଣରୁ ଉତ୍ତର ପ୍ରଦେଶର ବିଭିନ୍ନ…
ଗଛରୁ ମିଳିଲା ଝୁଲନ୍ତା ମୃତଦେହ
ଲହୁଣୀପଡା,୧୪।୧୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ-୧୪୩ ନମ୍ବର ଜାତୀୟ ରାଜପଥର ଠିଆବେର୍ଣ୍ଣା ଛକର ବାମ ପଟ ଜଙ୍ଗଲରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଲହୁଣୀପଡା ପୋଲିସ ମୃତଦେହକୁ ଗଛରୁ ଝୁଲନ୍ତା ଅବସ୍ଥାରେ ଜବତ କରି ବଣାଇ ଡାକ୍ତରଖାନା…
ପୋଖରୀରେ ପଶିଲା ଟ୍ରକ: ଷ୍ଟିଅରିଂରେ ଚାପି ହୋଇ ଚାଲିଗଲା ଜୀବନ
ଦେବଗଡ଼,୧୪ା୧୧(ଡି.ଏନ.ଏ): ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଦେବଗଡ ଥାନା ଅନ୍ତର୍ଗତ ସୁଗୁଡା ଗ୍ରାମରେ ରାଞ୍ଚତ୍-ବିଜୟୱାଡା ରାସ୍ତାକଡରେ ଥିବା ଏକ ପୋଖରୀ ମଧ୍ୟକୁ ଓଲଟିପଡିଛି। ଫଳରେ ଟ୍ରକ ଷ୍ଟିଅରିଂରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତଦେହ ଉଦ୍ଧାର ପାଇଁ ଦେବଗଡ଼ ଆଦର୍ଶ…
ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହେଲେ ଶିବକୁମାର
ନୂଆଦିଲ୍ଲୀ,୧୪।୧୧: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ସୋମବାର ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏହି ସମୟରେ ଇଡି ତାଙ୍କୁ ବିଭିନ୍ନ ଦିଗରେ ପଚରାଉଚରା କରିଥିଲା। ଏହି ମାମଲାରେ ଇଡି…
ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାର ନିଲମ୍ବିତ
ନୂଆଦିଲ୍ଲୀ,୧୪।୧୧: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲ୍ରେ ଥିବା ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସେଠାରେ ଭିଆଇପି ଅଭ୍ୟର୍ଥନା ମିଳୁଥିବା ଅଭିଯୋଗକ୍ରମେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରାଯାଇଛି। ଜୈନଙ୍କୁ ଜେଲରେ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଉଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…
ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ବାଲିରେ ପହଞ୍ଚିଲେ ମୋଦି
ବାଲି,୧୪।୧୧: ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମୁଦାୟ ଲୋକମାନେ ମୋଦିଙ୍କୁ ହର୍ଷଉଲ୍ଲାସରେ ଭବ୍ୟ ସ୍ବାଗତ କରିଥିଲେ। ଏହି ଶିଖର ସମ୍ମିଳନୀରେ ମୋଦି ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି…
ବରଗଡ଼ ଜିଲାରେ ୨୧ରୁ ଖୋଲିବ ଧାନମଣ୍ଡି
ବରଗଡ଼ ଅଫିସ୍,୧୪।୧୧: ବରଗଡ଼ ଜିଲାରେ ଆସନ୍ତା ୨୧ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ସହିତ ମଣ୍ଡି ଖୋଲିବ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପତ୍ରସଂଖ୍ୟା-୧୭୨୧୮ ତା-୧୪।୧୧।୨୦୨୨ରିଖରେ ଏହା ଉଲ୍ଲେଖ ରହିଛି। ପ୍ରକାଶଥାଉକି, ପୂର୍ବରୁ…
Archives


