ଦିଅରଙ୍କ ପଥର ମାଡରେ ଚାଲିଗଲା ଭାଉଜଙ୍କ ଜୀବନ

ଗଜପତି,୨୨।୨(ଡି.ଏନ.ଏ.): ଗଜପତି ଜିଲା ଆର. ଉଦୟଗିରି ଥାନା ବଙ୍ଗଳା ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଭାଉଜଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦିଅର। ମୃତକ ହେଲେ ବଙ୍ଗଳା ସାହିର ମାମାଲି ପାଇକ। ସୁଚନା ଅନୁଯାୟୀ, ବଙ୍ଗଳା ସାହିରେ ରହୁଥିବା ସୁଶାନ୍ତ ପାଇକ ତାଙ୍କ ଭାଉଜକୁ ଖାଇବାକୁ ମାଗିଥିଲେ। ସେହି ସମୟରେ ତାଙ୍କ ଭାଉଜ ଚାଉଳ ବାଛୁଥିବାରୁ ସୁଶାନ୍ତ ତାଙ୍କୁ ଗାଳି ଦେଇଥିଲେ। ସେଥିରେ ଉତକ୍ଷିପ୍ତ ହୋଇ ସୁଶାନ୍ତ ତାଙ୍କୁ ଧକ୍କା ମାରିଥିଲେ। କାହିଁକି ଧକ୍କା ମାରୁଛୁ ବୋଲି ପ୍ରତିବାଦ କରିବାରୁ ସୁଶାନ୍ତ ରାଗିଯାଇ ନିକଟରେ ପଡିଥିବା ଏକ ପଥର ସାହାଯ୍ୟରେ ଭାଉଜଙ୍କ ମୁଣ୍ଡକୁ ମାରିଥିଲେ। ଚିତ୍କାର ଶୁଣି ସାହି ପଡିଶା ଲୋକ ସେଠାରେ ପହଞ୍ଚିଥିଲେ। ସେହି ସମୟରେ ଘଟଣାସ୍ଥଳରୁ ସୁଶାନ୍ତ ଦୌଡି ପଳାଇଥିଲେ। ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାମାଲିକୁ ଉଦ୍ଧାର କରି ମେଡିକାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଶାନ୍ତଙ୍କ ମା ସରସ୍ବତୀ ପାଇକ ଥାନାରେ ଅଭିଯୋଗ କରିବା ପରେ ଆର. ଉଦୟଗିରି ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏକ କେସ ୨୧/୨୩ ରୁଜୁ ହୋଇଥିବା ଉଦୟଗିରି ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସନ୍ତରେ ବୈଶାଖ ତାତି

ବରଗଡ଼ ଅଫିସ୍‌,୧୧।୩: ବସନ୍ତ ସରିନାହିଁ। ହେଲେ ବୈଶାଖର ତାତି ପରିଲକ୍ଷିତ ହେଲାଣି। ଦିନ ୧୧ଟାରୁ ତାତିର ପ୍ରକୋପ ଜଣାପଡୁଛି। ରାସ୍ତାଘାଟରେ ଲୋକଙ୍କ ଯାତାୟାତ କମିଯାଉଛି। ଗତପ୍ରାୟ...

ଝିଅପୁଅଙ୍କୁ ସମାନ ଅଧିକାର ଦେଲେ ସମାଜର ଉନ୍ନତି ଘଟିବ : ଜିଲାପାଳ

ଗଞ୍ଜାମ,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ପ୍ରୋୟାଗୀ ଗ୍ରାମରେ ବୁଧବାର ମୋ’ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ...

ଚିନ୍ତା ବଢ଼ାଇଲା ମାଲେସିଆ ଜାହାଜ କଣ୍ଟେନରରେ ୫ଫୁଟର ଫାଟ, ପଶିଲା ପାଣି

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୧୯।୮(ଡି.ଏନ୍‌.ଏ.) : ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମୁହଁାଣର ରାଜହଂସ ଓ ଖିରିସାହି ଗଁା ନିକଟ ବଙ୍ଗୋପସାଗର ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ...

ସମସ୍ତ ଦୋଷୀ ଫାଶୀଖୁଣ୍ଟରେ ଝୁଲିଲା ପରେ ହିଁ ଶାନ୍ତି ପାଇବ ପୀଡ଼ିତାଙ୍କ ଆତ୍ମା: ବିଜୁ ଛାତ୍ର ଜନତା ଦଳ

ଭବାନୀପାଟଣା,୩।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲା ବିଜୁ ଛାତ୍ରଜନତା ଦଳ ତରଫରୁ...

ପିସି ଘଟଣା ଅଭିଯୋଗକୁ ଭିତ୍ତିହୀନ କହିଲେ କୋକସରା ବ୍ଲକ ଅଧ୍ୟକ୍ଷା

କୋକସରା, ୨୬।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରଶାସନ ଦ୍ୱାରା ଗତ ୨୧ ତାରିଖରେ ବ୍ଲକ ସଭାଗୃହ ରେ ଏକ ସ୍କ୍ରିନିଂ କମିଟିର ବୈଠକ...

ଉଚ୍ଛେଦ ବେଳେ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌, ବ୍ୟବସାୟୀ ହାତାହାତି

ବ୍ରହ୍ମପୁର ଅଫିସ୍‌,୮।୫: ବ୍ରହ୍ମପୁର ସହରରେ ଦିନକୁ ଦିନ ଉଠା ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରର ମୁଖ୍ୟ ଛକଠାରୁ ଆରମ୍ଭ କରି ଡାକ୍ତରଖାନା ଭଳି ସମ୍ବେଦନଶୀଳ...

ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ...

ଗାଁ ଗାଁରେ ଏକାଠି ହେଉଛନ୍ତି ଲୋକେ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ଗୁଡଭେଲା, ୧୧।୪(ଡି.ଏନ୍‌.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ତିନୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ତୁଷୁରା...

Advertisement
Archives

Model This Week