ଟ୍ରକ୍‌ ପଛରେ ପିଟିଲା ସ୍କର୍ପିଓ: ୩ ମୃତ, ୩ ଗୁରୁତର

କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ସ୍କର୍ପିଓ କାର ଧକ୍କା ଦେଇଥିଲା ବେଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାର୍‌ରେ ବସିଥିବା ଜଣେ ଶିଶୁ ସମେତ ୩ ଗୁରୁତରଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ବିଜୁ ହଟିଂ ଅଞ୍ଚଳର ଅର୍ଜ୍ଜୁନ ମୁଣ୍ଡା, ରାଞ୍ଚି ମୁଣ୍ଡା ଏବଂ ଜୁରିଆ ମୁଣ୍ଡା । ଖବର ପାଇ ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସଙ୍କଟାପନ୍ନଙ୍କୁ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଥିମଧ୍ୟରୁ ଜଣେ ଶିଶୁ ରହିଥିବା ସୂଚନା ମିଳିଛି। ଗୁରୁତରମାନେ ହେଲେ ୭ ବର୍ଷୀୟ ଶିଶୁ ଟୁନୁ ମୁଣ୍ଡା, ଶାହାଜାହାନ ଭୂୟାଁ ଏବଂ ରାମ ଲାଗୁରି।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀରେ ଅସ୍ଥାୟୀ କୋଭିଡ-୧୯ କ୍ୟାମ୍ପ ଖୋଲିବ

ହାଟଡିହୀ, ୨୮।୪(ଡି.ଏନ.ଏ.)-ବାହାର ରାଜ୍ୟ ଫେରନ୍ତାଙ୍କୁ ନେଇ ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ତେଣୁ ସେମାନଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା...

ପଞ୍ଚାୟତି ରାଜ କମିଶନରଙ୍କ କ.ନୂଆଗାଁ ଗସ୍ତ

କ.ନୂଆଗାଁ,୪ା୧୧(ଡି.ଏନ୍‌.ଏ.): କ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡିରେ ଥିବା ଅମୃତ ସରବରକୁ ପଞ୍ଚାୟତି ରାଜ ଓ ପାନୀୟ ଜଳ କମିଶନର ଅରବିନ୍ଦ ଡାକୁଆ ଅମୃତ ସରବରକୁ ବୁଲି ଦେଖିଥିଲେ।...

ଅପରାହ୍ନ ୩ଟା ସୁଦ୍ଧା ହିଞ୍ଜିଳିରେ ୫୪ ପ୍ରତିଶତ ମତଦାନ

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନ ନିମନ୍ତେ ଗୁରୁବାର ବିଭିନ୍ନ ଓ୍ବାର୍ଡରେ ମତଦାନ ନିମନ୍ତେ ଭୋଟରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଅପରାହ୍ନ...

ମୃତକଙ୍କ ନାଁରେ ଉଠାଯାଉଛି ଭତ୍ତା

ତିହିଡ଼ି, ୧୪।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏପରିକି ମୃତକଙ୍କ ନାଁରେ ୨ ବର୍ଷ...

ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ମାନକୁ ନେଇ ଉପ ଜିଲାପାଳଙ୍କ ଅସନ୍ତୋଷ

ଭଞ୍ଜନଗର,୧୩ା୫(ଡି.ଏନ୍‌.ଏ.)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ମଙ୍ଗଳବାର ସୋରଡ଼ା ବ୍ଲକ ଲାଠିପଡ଼ା ପଞ୍ଚାୟତ ଭାଲିଆପଲ୍ଲୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର...

ବଟି ମାଗି ଗିରଫ ହେଲେ ମହିଳା ଖବରଦାତା

ଉମରକୋଟ, ୧୪।୧୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଜଣେ କାର୍ଯ୍ୟରତ ମହିଳା ଖବରଦାତାଙ୍କୁ ବଟି ମାଗିବା ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ରାଇଘର ପୋଲିସ ଗିରଫ...

ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ଗୁରୁବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍‌ ପ୍ରଭାବ ହ୍ରାସ ନିମନ୍ତେ...

ବାଇକ ହ୍ୟାଣ୍ଡେଲ୍‌ରେ ଟାଙ୍ଗି ଥିଲେ ଲକ୍ଷେ ୩୨ ହଜାର ଟଙ୍କା, ଚୋର ନେଇ ପାର୍‌

ଭଣ୍ଡାରିପୋଖରୀ,୧୪।୭ (ଡି.ଏନ.ଏ): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟଳୟ ନିକଟରେ ଏକ ବଡ ଲୁଟ୍‌ ହୋଇଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ନିର୍ଗୁଣ୍ଡି ପଞ୍ଚାୟତ...

Advertisement
Archives

Model This Week