ସଠିକ୍‌ ହୋଇନି ପଥର ପ୍ୟାକିଂ: ଧସୁଛି ପଥର, ମାଟି

କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକାକୁ ସଂଯୋଗ କରୁଥିବା ରାସ୍ତା ବିପଦସଙ୍କୁଳ ହୋଇରହିଛି। ଏହି ସ୍ଥାନକୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ବର୍ଷ ତମାମ ଯାତ୍ରା କରୁଥିବାରୁ ଏହି ବିପଦପୂର୍ଣ୍ଣ ରାସ୍ତାର ସ୍ଥାୟୀ ଓ ସୁରକ୍ଷିତ କରିବାକୁ ଦାବି ହେଉଛି। ଏହି ରାସ୍ତାର କିଛି ଅଂଶ ଘାଟି ରାସ୍ତା ରହିଛି। ଏହି ଘାଟି ରାସ୍ତା ପାହାଡ଼ କାଟି କରାଯାଇଥିବାରୁ ଉଭୟ ପାର୍ଶ୍ୱରୁ ବିଶେଷକରି ବର୍ଷାଦିନରେ ଅତଡ଼ା ଖସେ। ଫଳରେ ଅସୁରକ୍ଷିତ ଅବସ୍ଥାରେ ଲୋକମାନେ ଯାତାୟାତ କରିଥାନ୍ତି। ରାସ୍ତାର ଉଭୟ ପାର୍ଶ୍ୱକୁ ସଠିକ୍‌ ଭାବରେ ପଥର ପ୍ୟାକିଂ କରାଯାଇ ନ ଥିବାରୁ ପଥର ଓ ମାଟି ଧସୁଛି। ଫଳରେ ବହୁ ସଂଖ୍ୟାରେ ବଡ଼ ବଡ଼ ଗଛ ଅସୁକ୍ଷିତ ଅବସ୍ଥାରେ ଛିଡ଼ା ହୋଇରହିଛି। ଗଛ ଉପୁଡ଼ି ପଡ଼ିଲେ ଯାତାୟାତ କରୁଥିବା ଲୋକଙ୍କ ଉପରେ ଖସିପଡ଼ି ବଡ଼ ଦୁର୍ଘଟଣା ଘଟିବା ଆଶଙ୍କା ରହିଥିଲେ ହେଁ ଏହା ଉପରେ କାହାରି ନଜର ନାହିଁ। ଉକ୍ତ ସ୍ଥାନକୁ ଅନେକ ସମୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ନେତା, ମନ୍ତ୍ରୀ, ଲୋକପ୍ରତିନିଧିମାନେ ଯାତାୟାତ କରୁଥିଲେ ହେଁ ଅଣଦେଖା କରୁଥିବାରୁ ବିପଦ ଆଶଙ୍କା ରହୁଛି ବୋଲି ସ୍ଥାନୀୟ ଅଞ୍ଚଳ ସାମାଜିକ କର୍ମୀ ବୀରବର ନାୟକ କହିଛନ୍ତି।

ଏଣୁ ସେସବୁର ସୁରକ୍ଷା କରା ନ ଗଲେ ରାସ୍ତାର ଉଭୟ ପାର୍ଶ୍ୱପାହାଡ଼ରୁ ପଥର, ମାଟି ଅତଡ଼ା ଏବଂ ଗଛ ଖସି ରାସ୍ତା ଅବରୋଧ କରିବା ସହ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟିବା ସମ୍ଭାବନା ରହୁଥିବାରୁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?