ସଠିକ୍‌ ହୋଇନି ପଥର ପ୍ୟାକିଂ: ଧସୁଛି ପଥର, ମାଟି

କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକାକୁ ସଂଯୋଗ କରୁଥିବା ରାସ୍ତା ବିପଦସଙ୍କୁଳ ହୋଇରହିଛି। ଏହି ସ୍ଥାନକୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ବର୍ଷ ତମାମ ଯାତ୍ରା କରୁଥିବାରୁ ଏହି ବିପଦପୂର୍ଣ୍ଣ ରାସ୍ତାର ସ୍ଥାୟୀ ଓ ସୁରକ୍ଷିତ କରିବାକୁ ଦାବି ହେଉଛି। ଏହି ରାସ୍ତାର କିଛି ଅଂଶ ଘାଟି ରାସ୍ତା ରହିଛି। ଏହି ଘାଟି ରାସ୍ତା ପାହାଡ଼ କାଟି କରାଯାଇଥିବାରୁ ଉଭୟ ପାର୍ଶ୍ୱରୁ ବିଶେଷକରି ବର୍ଷାଦିନରେ ଅତଡ଼ା ଖସେ। ଫଳରେ ଅସୁରକ୍ଷିତ ଅବସ୍ଥାରେ ଲୋକମାନେ ଯାତାୟାତ କରିଥାନ୍ତି। ରାସ୍ତାର ଉଭୟ ପାର୍ଶ୍ୱକୁ ସଠିକ୍‌ ଭାବରେ ପଥର ପ୍ୟାକିଂ କରାଯାଇ ନ ଥିବାରୁ ପଥର ଓ ମାଟି ଧସୁଛି। ଫଳରେ ବହୁ ସଂଖ୍ୟାରେ ବଡ଼ ବଡ଼ ଗଛ ଅସୁକ୍ଷିତ ଅବସ୍ଥାରେ ଛିଡ଼ା ହୋଇରହିଛି। ଗଛ ଉପୁଡ଼ି ପଡ଼ିଲେ ଯାତାୟାତ କରୁଥିବା ଲୋକଙ୍କ ଉପରେ ଖସିପଡ଼ି ବଡ଼ ଦୁର୍ଘଟଣା ଘଟିବା ଆଶଙ୍କା ରହିଥିଲେ ହେଁ ଏହା ଉପରେ କାହାରି ନଜର ନାହିଁ। ଉକ୍ତ ସ୍ଥାନକୁ ଅନେକ ସମୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ନେତା, ମନ୍ତ୍ରୀ, ଲୋକପ୍ରତିନିଧିମାନେ ଯାତାୟାତ କରୁଥିଲେ ହେଁ ଅଣଦେଖା କରୁଥିବାରୁ ବିପଦ ଆଶଙ୍କା ରହୁଛି ବୋଲି ସ୍ଥାନୀୟ ଅଞ୍ଚଳ ସାମାଜିକ କର୍ମୀ ବୀରବର ନାୟକ କହିଛନ୍ତି।

ଏଣୁ ସେସବୁର ସୁରକ୍ଷା କରା ନ ଗଲେ ରାସ୍ତାର ଉଭୟ ପାର୍ଶ୍ୱପାହାଡ଼ରୁ ପଥର, ମାଟି ଅତଡ଼ା ଏବଂ ଗଛ ଖସି ରାସ୍ତା ଅବରୋଧ କରିବା ସହ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟିବା ସମ୍ଭାବନା ରହୁଥିବାରୁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭୂମିହୀନଙ୍କୁ ପଟ୍ଟା ଯୋଜନାରେ ସାମିଲ ଦାବି: ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୫ ନଂ. ଓ୍ବାର୍ଡ ମୁରାବାଲି ମୌଜା ମଝିସାହିର ଭୂମିହୀନ ବସ୍ତିବାସନ୍ଦାଙ୍କୁ ପଟ୍ଟା ଯୋଜନାରେ ସାମିଲ କରିବା ଦାବିରେ ସୋମବାର...

ଚିତ୍ରକଳାରେ କରୋନା ସଚେତନତା

ଆସିକା,୨୧ା୪(ଡି.ଏନ୍‌.ଏ.): ଆସିକା କଳାକାର ସଂଘ ପକ୍ଷରୁ ସହରର ବିଜୁ ପଟ୍ଟନାୟକ ଛକ, ବସଷ୍ଟାଣ୍ଡ, ତାଲୁକା ଛକ ଆଦିର ମୁଖ୍ୟ ରାସ୍ତାରେ ଚିତ୍ରକଳା ମାଧ୍ୟମରେ ମହାମାରୀ କରୋନା...

କରଞ୍ଜିଆରେ ବିଜେଡି ଓ ଯଶିପୁରରେ ଭାଜପା ଆଗୁଆ

ବାରିପଦା ଅଫିସ,୨୩ା୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ପରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୬୭୨ ଭୋଟରେ ଆଗୁଆ ଅଛନ୍ତି। ବିଜେଡି...

ବିଦ୍ୟାଳୟରେ ପାଞ୍ଚ ମାସ ମଧ୍ୟାହ୍ନ ଭୋଜନ ବନ୍ଦ: ଜିଲାପାଳଙ୍କ ନିକଟରେ ଅଭିଯୋଗ କଲା ପରିଚାଳନା କମିଟି

ବରୀ,୨|୮(ସ୍ବ.ପ୍ର)- ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତର କ୍ଷେମେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚ ମାସ ହେବ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ଗୁରୁବାର ଯାଜପୁର ଜିଲାପାଳଙ୍କ...

ଡିସେମ୍ବର ୧୬ରୁ ଗଞ୍ଜାମରେ ଧାନକିଣା

ଛତ୍ରପୁର,୨୧ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଖରିଫ ଧାନସଂଗ୍ରହ କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରି ଆସନ୍ତା ଡିସେମ୍ବର ୧୬ରୁ...

ଜଳ ପାଲଟିଛି ଜହର

କେନ୍ଦ୍ରାପଡା ଅଫିସ, ୧୧।୧: ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଏହି ନଦୀର ଜଳ...

ସ୍ତ୍ରୀଙ୍କ ପାଇଁ ହାତ ପାତୁଛନ୍ତି ସ୍ବାମୀ

କୁଆମରା, ୩୦।୪ (ଡି.ଏନ.ଏ.)-କର୍କଟ ରୋଗାକ୍ରାନ୍ତ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସ୍ବାମୀ ବାରଦୁଆର ବୁଲି ବୁଲି ଅର୍ଥ ଭିକ୍ଷା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼...

ଅନ୍ୟ ଜାତିରେ ବିବାହ କରିବାରୁ ବାସନ୍ଦ : ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ପରିବାର

ଛତ୍ରପୁର,୬ା୬(ଡି.ଏନ୍‌.ଏ.): ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ ଜଣେ ଯୁବକ ଅନ୍ୟ ଜାତିରେ ବିବାହ କରିବାରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି...

Advertisement
Archives

Model This Week