Home Left

ଗୋଟିଏ ମଞ୍ଚରେ ଗେହଲଟ୍‌, ପାଇଲଟ

ନୂଆଦିଲ୍ଲୀ,୩୦।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଗଦ୍ଦାର କହିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତେବେ ମଙ୍ଗଳବାର ଜୟପୁରରେ ଏକ ଖବରଦାତା ସମ୍ମିଳନୀରେ ଉଭୟ ନେତା ଗୋଟିଏ ମଞ୍ଚରେ ଉପସ୍ଥିତ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ମନମୁଖି ଯୋଗୁ ମନ୍ଥର

ବଇଣ୍ଡା, ୩୦।୧୧: ଠିକା ସଂସ୍ଥା ବଦଳିଲା। ହେଲେ ସେପରି ଅଗ୍ରଗତି ଦେଖିବାକୁ ମିଳୁନାହିଁ କାର୍ଯ୍ୟରେ। ପୂର୍ବପରି ଏହା କଚ୍ଛପ ଗତିରେ ଚାଲୁଥିବାରୁ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଶେଷ ହେବାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ। ଏ ନେଇ ବାରମ୍ବାର…

ଆନ୍ଦୋଳନ ପରେ ଚାଇନାର ସହରରେ ପୋଲିସ ଛାଉଣୀ

ସାଂଘାଇ,୩୦।୧୧: ଚାଇନାରେ ଜିରୋ-କୋଭିଡ୍‌ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜାରି ରହିଥିବାବେଳେ ରାଜନୈତିକ ସ୍ବାଧୀନତା ପ୍ରଦାନ ସହ ଲକ୍‌ଡାଉନ୍‌ କଟକଣା ହଟାଇବା ଦାବିରେ ଦେଶବ୍ୟାପୀ ର଼୍ୟାଲି ନିମନ୍ତେ ଆହ୍ବାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଶି ଜିନ୍‌ପିଙ୍ଗ୍‌ ସରକାର…

୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକଲେ ନାବାଳକ

ବେମେତାରା,୩୦।୧୧: ଛତିଶଗଡ଼ର ବେମେତାରା ଜିଲାରେ ଜଣେ ନାବାଳକ ପଡ଼ିଶା ଘରର ଜଣେ ୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ୧୭ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଅଟକ ରଖିଛି। ରାୟପୁରଠାରୁ ୯୦ କିଲୋମିଟର ଦୂର ବେମେତରାର…

ସୋରଡ଼ାରେ ପର୍ଯ୍ୟଟକଙ୍କ ଭିଡ଼

ସୋରଡା,୩୦।୧୧(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ସୋରଡ଼ାକୁ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ପର୍ଯ୍ୟଟକମାନେ ସୋରଡା ଦେଇ ଯିବା ବେଳେ ଏଠାରେ ମଧ୍ୟ ବହୁ ସ୍ଥାନ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ପାଉଛନ୍ତି।…

କୁରୁକ୍ଷେତ୍ରରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବ

କୁରୁକ୍ଷେତ୍ର,୩୦।୧୧(ଆଇଏଏନ୍‌ଏସ୍‌): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ହରିୟାଣାର କୁରୁକ୍ଷେତ୍ରରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ପୁରୁଷୋତ୍ତମପୁର ବାଗ୍‌ରେ ଥିବା ଶ୍ରୀକୃଷ୍ଣଙ୍କ ରଥ ନିକଟରେ ରାଷ୍ଟ୍ରପତି ଯଜ୍ଞ କରିଥିଲେ। ଏହି କାର୍ଯ୍ୟକ୍ରମରେ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଏବଂ ମୁଖ୍ୟମନ୍ତ୍ରୀ ମନୋହରଲାଲ…

ମୌଳିକ ସୁବିଧାରୁ ବଞ୍ଚିତ ଡବରଗାଁ ଶବର ସାହି

ଆର.ଉଦୟଗିରି,୩୦।୧୧(ଡି.ଏନ.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେବି ଏମିତି ଗାଁ ରହିଛି, ଯେଉଁଠି ରାସ୍ତା ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚାଇବାରେ ଯେମିତି ଅସମର୍ଥ ପ୍ରଶାସନ।…

ରାଗିଂ କରି ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ୧୮ ଛାତ୍ର ବହିଷ୍କୃତ

ଦିବ୍ରୁଗଡ଼,୩୦।୧୧: ବରିଷ୍ଠ ଛାତ୍ରମାନଙ୍କ ର଼୍ୟାଗିଂ ଯୋଗୁ ରବିବାର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟର ପ୍ରଥମ ସେମିଷ୍ଟର ଛାତ୍ର ହଷ୍ଟେଲ୍‌ ବିଲ୍ଡିଂରୁ ଡେଇଁ ଗୁରୁତର ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ୧୮ ଜଣ ଛାତ୍ରଙ୍କୁ ୟୁନିଭର୍ସିଟି କର୍ତ୍ତୃପକ୍ଷ ହଷ୍ଟେଲରୁ ବହିଷ୍କାର କରିଛନ୍ତି। ଏହା ବ୍ୟତୀତ ପୋଲିସ…

ଟେଣ୍ଟ ପୋଡ଼ିବାକୁ ନେଇ ଉତ୍ତେଜନା

ବ୍ରହ୍ମପୁର ଅଫିସ,୩୦।୧୧: ଶିଶୁପୁତ୍ରକୁ ନ୍ୟାୟ ଓ ନିଜର ଅଧିକାର ଦାବିରେ ବ୍ରହ୍ମପୁର ଦେଶୀବେହେରାସାହିସ୍ଥିତ ପ୍ରେମିକ କେ.ଦିନେଶଙ୍କ ଘର ସମ୍ମୁଖରେ ଯୁବତୀ ଜଣଙ୍କ ଜୁଲାଇ ୨ରୁ ଧାରଣା ଜାରି ରଖିଛନ୍ତି। ପୁଅକୁ ବାପାଙ୍କ ପରିଚୟ ଦେଇ ଦିନେଶ ତାଙ୍କୁ ବିବାହ କରିବାକୁ ସେ…

୧,୫୦୦ ଅଫିସରଙ୍କୁ ହରେଇଲାଣି ରୁଷିଆ

ମସ୍କୋ,୩୦।୧୧: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୯ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଛି। ଉଭୟ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଏହାର ନକାରାତ୍ମକ ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିଛି। ତେବେ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟର ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରୁ ସଂଗୃହୀତ…

ଜ୍ୟୋତିଷ ରୂପରେ ଗୋପାଳପୁର ବିଧାୟକ ପ୍ରଦୀପ: ପଦ୍ମପୁରରେ ପଦ୍ମ ଫୁଟିବା ଭବିଷ୍ୟବାଣୀ

ବ୍ରହ୍ମପୁର ଅଫିସ,୩୦।୧୧: ବିଜେଡିରୁ ବହିଷ୍କୃତ ଗୋପାଳପୁର ହ୍ୟାଟ୍ରିକ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିବାରେ ଲାଗିଛନ୍ତି। ନଭେମ୍ବର ୨୭ରେ ରଙ୍ଗେଇଲୁଣ୍ଡା ବ୍ଲକ ଆଲିପୁରରେ ସେ ଜନ ସମ୍ପର୍କ ପଦଯାତ୍ରା ଅବସରରେ ପ୍ରଶାସନ ଅହଂକାରୀ ହୋଇଯାଇଛି। ମନ୍ତ୍ରୀମାନେ…

୫ ମାସରେ ସରିବ କୁଆଁସ ସେତୁ ନିର୍ମାଣ

ଭଦ୍ରକ ଅଫିସ,୩୦।୧୧: ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ନୂତନ ସେତୁ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହାକୁ ନେଇ ସହରଠାରୁ ବିଚ୍ଛିନ୍ନ ହୋଇ ଦୁର୍ଦ୍ଦଶା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri