ପାସ୍‌ ହେଲା ୬୦୫ କୋଟିର ବଜେଟ

କଟକ ଅଫିସ,୧୦ା୩: କଟକ ମହାନଗର ନିଗମ (ସିଏମ୍‌ସି)ର ଚିଠା ବଜେଟରୁ ପୂର୍ଣ୍ଣାଙ୍ଗ ବଜେଟ୍‌ ଆୟବ୍ୟୟ ବୃଦ୍ଧି ପାଇଛି। ପୂର୍ବରୁ ଚିଠା ବଜେଟ୍‌ରେ ସମ୍ଭାବ୍ୟ ଆୟ ୫୮୭ କୋଟି ଦର୍ଶାଯାଇଥିବାବେଳେ ଏହାକୁ ପରିବର୍ତ୍ତନ କରାଯାଇ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ସମ୍ଭାବ୍ୟ ଆୟ ୬୦୫ କୋଟି ଦର୍ଶାଯାଇଛି। ସେହିପରି ଚିଠା ବଜେଟ୍‌ରେ ସମ୍ଭାବ୍ୟ ବ୍ୟୟ ୫୮୬ କୋଟି ଦର୍ଶାଯାଇଥିବାବେଳେ ଏହାକୁ ବଢ଼ାଯାଇ ୬୦୨ କୋଟି ଟଙ୍କା କରାଯାଇଛି। ୩ କୋଟିର ବଳକା ବଜେଟ୍‌ ଭାବେ ଦର୍ଶାଯାଇଛି। ସିଏମ୍‌ସିର ଚିଠା ବଜେଟ୍‌ ପ୍ରସ୍ତାବରେ ଯେଉଁ ଆୟବ୍ୟୟ ଅଟକଳ ରଖାଯାଇଥିଲା ସେଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬୦୫ କୋଟିର ବଜେଟ୍‌ ସିଏମ୍‌ସି କାଉନ୍‌ସିଲ ବୈଠକରେ ଅନୁମୋଦନ ହୋଇଛି। ସିଏମ୍‌ସି ବିଜୁ ଭବନରେ ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିତ୍ତ ଅଧିକାରୀ ସତୀଶ କୁମାର ମିଶ୍ର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିଲେ। ସ୍ବତନ୍ତ୍ର ପ୍ରକଳ୍ପ ବାବଦକୁ ଚିଠା ବଜେଟରୁ ଆହୁରି ୧୫ କୋଟି ବଢ଼ାଯାଇଛି। ସିଏମ୍‌ସି ନିଜସ୍ବ ଟିକସ୍‌ ରାଜସ୍ବରୁ ୪୮.୬ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେହିପରି ଅକ୍ଟ୍ରାଇ ଟିକସ ବାବଦକୁ ୯୦ କୋଟି ଟଙ୍କା, ୟୁଜର୍ସ ଚାର୍ଜେସ ବାବଦକୁ ୩ କୋଟି ୧୮ ଲକ୍ଷ ଟଙ୍କା, ସିଏମ୍‌ସି ସମ୍ପତ୍ତିର ରେଣ୍ଟାଲ ଇନ୍‌କମ୍‌ ବାବଦରୁ ୩ କୋଟି ୬୭ ଲକ୍ଷ, ଦେୟ ଓ ଜରିମାନା ବାବଦରୁ ୬ କୋଟି ୬୪ ଲକ୍ଷ ଓ ଅନ୍ୟାନ୍ୟ ଉତ୍ସରୁ ୯.୩୪ କୋଟି, ଅନୁଦାନ, ଋଣ ପ୍ରଭୃତିରୁ ୪୪୩.୬ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି। ସେହିପରି ବ୍ୟୟ କ୍ଷେତ୍ରରେ ସାଧାରଣ ପ୍ରଶାସନିକ ପରିଚାଳନା ପାଇଁ ୧୨୩ କୋଟି ୭୦ ଲକ୍ଷ, ସ୍ବାସ୍ଥ୍ୟ ପରିମଳ ଓ ମେଡିକାଲ ପାଇଁ ୭୫ କୋଟି ୯୪ ଲକ୍ଷ, ଜନସାଧାରଣଙ୍କ ସୁବିଧା ନିମନ୍ତେ ୩ କୋଟି ୪୫ ଲକ୍ଷ, ଅନ୍ୟାନ୍ୟ କ୍ଷେତ୍ର ପାଇଁ ୭ କୋଟି ୬ ଲକ୍ଷ, ଋଣ ବାବଦକୁ ୮ କୋଟି ୮୫ ଲକ୍ଷ, ସରକାରୀ ଅନୁଦାନ ଏବଂ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୨୬୫ କୋଟି, ଅସମ୍ପୂର୍ଣ୍ଣ ଏବଂ ନୂତନ ପ୍ରକଳ୍ପ ପାଇଁ ୧୧୮ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ବଜେଟ୍‌କୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ। ସେହିପରି ସଫେଇ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି), ହରିଣ ପାର୍କ, ପାଠାଗାର ପୁନରୁଦ୍ଧାର, ସ୍ମାର୍ଟ ଫୁଟ୍‌ପାଥ ଓ ପାର୍କିଂ, ସହରରେ ଫୁଟ୍‌ ଓଭର ବ୍ରିଜ୍‌ ପାଇଁ ବଜେଟ୍‌ରେ ବ୍ୟୟବରାଦ କରାଯାଇଛି। ବଜେଟ୍‌ ଅନୁମୋଦନ ପରେ ସାଧାରଣ କାଉନସିଲ ବୈଠକରେ କର୍ପୋରେଟରମାନେ ସେମାନଙ୍କ ୱାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ। ଏହି ବୈଠକରେ ମେୟର ସିଂ, କମିଶନର ନିଖିଲ ପଓ୍ବନ କଲ୍ୟାଣ, ଡେପୁଟି ମେୟର ଦମୟନ୍ତୀ ମାଝି ଓ କପୋରେଟରମାନଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ହୋର୍ଡିଂରେ ବାର୍‌କୋଡ ବ୍ୟବସ୍ଥା କରାଯାଉ

ସହରରେ ଅନେକ ସଂସ୍ଥା ମନଇଚ୍ଛା ଖୁଣ୍ଟ ପୋତି ହୋର୍ଡିଂ ଲଗାଉଛି। ଏନେଇ ସିଏମ୍‌ସି ନିକଟରେ ସୂଚନା ରହୁନାହିଁ। ତେଣୁ ବାର୍‌କୋଡ ବ୍ୟବସ୍ଥା କରାଗଲେ ବେଆଇନ ହୋର୍ଡିଂ ଉପରେ ରୋକ୍‌ ଲଗାଯାଇପାରିବ। ଏଥିସହ ସିଏମ୍‌ସିର ରାଜସ୍ବ ବୃଦ୍ଧି ପାଇବ ବୋଲି କର୍ପୋରେଟର ଲିଜା ରାଉତ କହିଥିଲେ। ଏଥିରେ କମିଶନର ସହମତି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ଆମ ପୋଖରୀ ଯୋଜନାରେ ସାମିଲ ହେବ ୫୦ ପୋଖରୀ

ଆମ ପୋଖରୀ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଗଙ୍ଗା ମନ୍ଦିର ପୋଖରୀ, ନୀଳକଣ୍ଠେଶ୍ୱର ପୋଖରୀ ଓ ଉତ୍କଳ ବାଳାଶ୍ରମ ପୋଖରୀକୁ ସାମିଲ କରାଯାଇଥିଲା। ତେବେ ରେଭେନ୍‌ଶାରେ ହୋଇଥିବା ବୈଠକରେ କମିଶନରଙ୍କ ଅନୁରୋଧକ୍ରମେ ଆଉ ୫୦ ପୋଖରୀକୁ ଏଥିରେ ସାମିଲ କରାଯାଇଛି। ମେୟରଙ୍କ ସୂଚନା ଅନୁଯାୟୀ, ସହରରେ ୧୫୦ରୁ ଊର୍ଦ୍ଧ୍ୱ ପୋଖରୀ ରହିଛି। ଏଥିରେ ଏବେ ୫୦ଟିକୁ ସାମିଲ କରିବାକୁ କୁହାଯାଇଛି। ଏହି ବୈଠକରେ କର୍ପୋରେଟରଙ୍କୁ ପୋଖରୀଗୁଡିକର ତାଲିକା ଦେବାକୁ କୁହାଯାଇଛି।

ତୁରନ୍ତ ଉତ୍ତର ଦାବିରେ ହୋହଲ୍ଲା

ବୈଠକରେ ବିରୋଧୀ କର୍ପୋରେଟର ସନ୍ତୋଷ ଭୋଳ ନର୍ସରୀ ଦାୟିତ୍ୱ କିପରି ଜଗନ୍ନଥ ପ୍ରସାଦ ସଂସ୍ଥାକୁ ଦିଆଗଲା ଏବଂ ଏଥିରେ ୪୦୦ କର୍ମଚାରୀଙ୍କୁ କିଭଳି ନିୟୁକ୍ତ ଦିଆଗଲା ସେନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ବୈଠକ ଶେଷରେ ଦିଆଯିବ ବୋଲି ମେୟର କହିଥିଲେ। ହେଲେ ତୁରନ୍ତ ଉତ୍ତର ଆବଶ୍ୟକ ବୋଲି ଜିଦ୍‌ରେ ଅଡି ବସିଥିଲେ କର୍ପୋରେଟର। ମେୟର ଏପରି ହୋଇପାରିବନି ଏବଂ ବୈଠକର ଏହା ପ୍ରଣାଳୀ ନୁହଁ ବୋଲି କହିଥିଲେ। ଏଥିରେ କେତେଜଣ ବିଜେଡି କର୍ପୋରେଟର ସହମତି ପ୍ରକାଶ କରିଥିଲେ। ତେବେ ଏହାକୁ ନେଇ ବୈଠକରେ ହୋହହ୍ଲା ହୋଇଥିଲା। କର୍ପୋରେଟରମାନେ ପରସ୍ପରକୁ ଆକ୍ଷେପ କରିଥିଲେ। ଶେଷରେ ମେୟର ଉକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯୁଗ୍ମ କମିଶନର ଅନାମ ପାତ୍ରଙ୍କୁ କହିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ପେଟ୍ରୋଲ ପମ୍ପ ଆୟ ବୃଦ୍ଧି ନେଇ ପ୍ରସ୍ତାବ

ଲାଇସେନ୍ସ ସେକ୍ସନରେ ଥିବା ପେଟ୍ରୋଲ ପମ୍ପ ଆୟ ୬ ଲକ୍ଷ ୨୪ ହଜାର ଦର୍ଶଯାଇଛି। ହେଲେ ଏହା ମାଧ୍ୟମରେ ସିଏମ୍‌ସି ଆହୁରି ଆୟ ବୃଦ୍ଧି କରି ପାରିବା ନେଇ କର୍ପୋରେଟର ବିକାଶ ବେହେରା ପ୍ରସ୍ତାବ ଦେଇଥିଲେ। ପେଟ୍ରୋଲ ପମ୍ପଠାରୁ ଆୟ ବୃଦ୍ଧି ସହ ସେଠାରେ ଥିବା ସମସ୍ୟା ସମାଧାନ ଦିଗାରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ବିଭିନ୍ନ ଏଜେନ୍ସି, ସରକାରୀ ସଂସ୍ଥା, ବ୍ୟାଙ୍କ ଆଦି ସିଏମ୍‌ସିଠାରୁ ତେଲ ନିଅନ୍ତୁ। ଏହାର ସୁବ୍ୟସ୍ଥା ଦ୍ୱାରା ଅଧିକ ଆୟ ହେବ ବୋଲି ସେ ପ୍ରସ୍ତାବ ଦେଇଥିଲେ।

୧୦ କଲ୍ୟାଣ ମଣ୍ଡପ ନିର୍ମାଣ ହେବ

ସିଏମ୍‌ସି ଅଞ୍ଚଳରେ ୧୦ଟି ୨ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ନିର୍ମାଣ ହେବ। ଏଥିପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସିଏମ୍‌ସି ପକ୍ଷରୁ ଏନେଇ ତାଲିକା ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ପ୍ରଥମେ କର୍ପୋରେଟରମାନେ ସ୍ଥିର କରନ୍ତୁ କେଉଁ ସ୍ଥାନ ଉପଯୁକ୍ତ ହେବ। ପରେ ଏଥିପାଇଁ ସରକାର ଅର୍ଥ ଯୋଗାଇବେ। ହେଲେ ଏହାର ନିର୍ମାଣ କାର୍ଯ୍ୟ ରୁରାଲ ଡିପାର୍ଟମେଣ୍ଟ କରିବ ବୋଲି ପୂର୍ବରୁ ସ୍ଥିର କରାଯାଇଥିବା କମିଶନର ସୂଚନା ଦେଇଛନ୍ତି।

ଇ-ଟେଣ୍ଡର ପାଇଁ ଦାବି

ସହରରେ ରାସ୍ତାରୁ ବାଲି ସଫେଇ ଓ ପଙ୍କୋଦ୍ଧାର ପାଇଁ ଗାଡ଼ିର ଆବଶ୍ୟକତା ରହିଛି। ଏଥିପାଇଁ ଇ-ଟେଣ୍ଡର କରିବାକୁ କର୍ପୋରେଟରମାନେ ଦାବି କରିଥିଲେ। କେବଳ ଯନ୍ତ୍ରୀ ବିଭାଗ ବ୍ୟତିତ ଅନ୍ୟ କୌଣସି ବିଭାଗ ପାଖରେ ଇ-ଟେଣ୍ଡର ବ୍ୟବସ୍ଥା ନାହିଁ ବୋଲି କମିଶନର କହିଥିଲେ।

ଝୋଲା ସାହିରେ ହେବ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ସିଏମ୍‌ସିର ୨୬ନଂ. ୱାର୍ଡ ଅଧୀନ ଝୋଲା ସାହିରେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯିବ। ଏଠାରେ ଥିବା ପୁରୁଣା ଗୋଦାମ ଗୃହରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାବିନେଟ୍‌ରେ ପାସ୍‌ ହୋଇଛି। ୨୦୦ ଡିସିମିଲରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ରହିବ। ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?