୫୪ କୋଟି ଖର୍ଚ୍ଚ ପରେ ବି ପାଣି ମିଳୁନି

ପଟ୍ଟାମୁଣ୍ଡାଇ, ୧୦ା୩ (ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପିଇବା ପାଣି ଏବେବି ପ୍ରମୁଖ ସମସ୍ୟା ହୋଇ ରହିଛି। ସରକାର ଅମୃତ ଯୋଜନାରେ ବିଶୁଦ୍ଧ ପାଣି ଯୋଗାଣ ବାବଦରେ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। କେଉଁ ୱାର୍ଡରେ ପାଣି ଆସୁଛି ତ କେଉଁଠି ଜମା ନାହିଁ। ଆଉ କେଉଁଠି ପାଇପ୍‌ ଫାଟିଚି ତ କେଉଁଠାରେ ମୁକୁଳା ଟ୍ୟାପ୍‌ରୁ ଅନବରତ ପାଣି ବୋହି ଚାଲିଛି। ଏବେ ବି ଲୋକେ ପାଣି ପାଇଁ ଷ୍ଟାଣ୍ଡପୋଷ୍ଟରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଏଭଳି ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୨୦ଟି ୱାର୍ଡରେ।
ଏ ସମସ୍ତ ଓ୍ବାର୍ଡର ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଅମୃତ ଯୋଜନାରେ ୫୪ କୋଟି ଖର୍ଚ୍ଚ କରାଯାଇ ଅଳଭାଠାରେ ବୃହତ ପାନୀୟ ଜଳ ପ୍ରକଳ୍ପ (ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) କାରଗଲା। ୨୦୧୯ ସେପ୍ଟେମ୍ବର ୨୯ରେ ତତତ୍କାଳ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଳଭାଠାରେ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଉଦ୍‌ଘାଟନ କରିଥିଲେ। ପୌରାଞ୍ଚଳର ୪୦ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିବା ଉଦ୍‌ଘାଟନ ସ୍ଥଳରେ ଆୟୋଜିତ ସଭାରେ ମନ୍ତ୍ରୀ ଜେନା କହିଥିଲେ। ଇତିମଧ୍ୟରେ ୪ ବର୍ଷ ବିତିବାକୁ ବସିଛି। କିନ୍ତୁ ଅଳଭାଠାରେ ପ୍ରତିଷ୍ଠା କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ବି ଜଳ ଯୋଗାଣ ଠିକ୍‌ ଭାବେ ହୋଇପାରିନାହିଁ। ପୌରାଞ୍ଚଳରେ ବିଭିନ୍ନ ୱାର୍ଡକୁ ପାଣି ପାଇପ୍‌ ସଂଯୋଗ ହୋଇଛି। ନିମ୍ନମାନର ପାଇପ୍‌ ଯୋଗୁ ସେଗୁଡ଼ିକ ଫାଟି ଅନେକ ଜାଗାରେ ପାଣି ବୋହୁଛି। ପୂର୍ବରୁ ସମସ୍ତ ଘରକୁ ସଂଯୋଗ ହୋଇଥିବା ପୁରୁଣା ପାଇପ୍‌ ଓ ବର୍ତ୍ତମାନର ଅମୃତ ଯୋଜନାରେ ସମସ୍ତ ୱାର୍ଡରେ ଥିବା ବୋରୱେଲ୍‌ରେ ନୂଆ ପାଇପ୍‌ ସଂଯୋଗ କରାଯାଇଛି। ହେଲେ ସବୁ ଘରକୁ ପାଣି ଆସିପାରୁନାହିଁ। ଫଳରେ ଲୋକମାନଙ୍କୁ ପାଣି ପାଇଁ ପମ୍ପ ଓ ନଳକୂପ ପାଖରେ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏ ସମ୍ପର୍କରେ ୫ ନଂ. ୱାର୍ଡ କଷଣଅଣ୍ଟାର ହିରଣ୍ୟ ରାଉତଙ୍କ କହିବା କଥା ହେଲା, ଅମୃତ ଯୋଜନା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସଫଳ ହୋଇପାରିନାହିଁ। ରାସ୍ତା ତଳେ ଯେଉଁ ପାଇପ ବିଛାଯାଇଛି, ତାହା ଅତି ନିମ୍ନମାନର। ଫଳରେ ଅଧିକାଂଶ ସମୟରେ ପାଇପ୍‌ ଫାଟି ଯାଉଛି। ବାରମ୍ବାର ପାଇପ ଫାଟିଲେ ଲୋକେ ପାଣି କେମିତି ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ବେଲତଳ ଗଁାର ବାସିନ୍ଦା ପୀତାମ୍ବର ପରିଡା କହିଛନ୍ତି, ୫ ଦିନ ହେବ ୧୮, ୧୯ ଓ ୨୦ ନଂ. ୱାର୍ଡକୁ ପାଣି ଆସୁନାହଁି। ଫଳରେ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲୋକଙ୍କ ପାଇଁ ସରକାର ଯେତେ ସବୁ ଯୋଜନା କରୁଛନ୍ତି ତାହା ଫେଲ୍‌ ମାରୁଛି। କହିବୁ କାହାକୁ ଶୁଣିବ କିଏ। ଜନପ୍ରତିନିଧି ଯେଉଁମାନେ ଅଛନ୍ତି, ସେମାନେ ଏହାକୁ ନଜର ଦେଉନାହାନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ସୁଦାମ ସାହୁଙ୍କୁ ପଚାରିବାରୁ ନିମ୍ନମାନର ପାଇପ୍‌ ବୋଲି ଯାହା ଅଭିଯୋଗ ହେଉଛି, ତାହା ଠିକ୍‌ ନୁହେଁ। ରାସ୍ତାରେ ପାଇପ୍‌ ବିଛା ସରିବା ପରେ ବିଭିନ୍ନ ସମୟରେ ରାସ୍ତା କାମ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। କେତେକ ସ୍ଥାନରେ ଲୋକଙ୍କ ଘରକୁ ପାଣି ସଂଯୋଗ ପାଇଁ ପାଇପ୍‌ ମୁହଁ ବନ୍ଦ କରାଯାଇଛି। କିନ୍ତୁ କେତେଜଣ ଲୋକ ପାଣି ଟ୍ୟାପ୍‌ ଖୋଲି ଦେଉଥିବାରୁ ପାଇପରୁ ପାଣି ବାହାରି ରାସ୍ତାରେ ମାଡ଼ୁଛି। ସହରରେ ଯେଉଁସବୁ ସ୍ଥାନରେ ପାଇପ୍‌ ଫାଟି ପାଣି ବୋହୁଥିବା ଅଭିଯୋଗ ଆସୁଛି, ତାକୁ ସଙ୍ଗେ ସଙ୍ଗେ ମରାମତି କରାଯାଉଛି। ବେଲତଳ ଗଁା ରାସ୍ତାରେ ଫାଟି ଯାଇଥିବା ପାଇପ୍‌କୁ ବଦଳା ଯାଇ ନୂଆ ଲଗାଯାଉଛି। ଖୁବ୍‌ଶୀଘ୍ର ସମସ୍ୟା ଦୂର ହୋଇଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?