ଷ୍ଟ୍ରୋକ୍‌ ଯୋଗୁ ପ୍ରତି ୪ ମିନିଟ୍‌ରେ ଜଣେ ପ୍ରାଣ ହରାଉଛନ୍ତି

ନୂଆଦିଲ୍ଲୀ, ୧୦। ୩:ଷ୍ଟ୍ରୋକ୍‌ ଯୋଗୁ ଭାରତରେ ପ୍ରତି ୪ ମିନିଟରେ ଜଣଙ୍କର ମୃତ୍ୟୁ ଘଟୁଛି। ବର୍ତ୍ତମାନ ଏହା ଦେଶରେ ଘଟୁଥିବା ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ପାଲଟିଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ)ର ନ୍ୟୁରୋଲୋଜିଷ୍ଟ (ମସ୍ତିଷ୍କ ରୋଗ ବିଶେଷଜ୍ଞ) ପ୍ରଫେସର ଏମ୍‌.ଭି. ପଦ୍ମା ଶ୍ରୀବାସ୍ତବ କହିଛନ୍ତି। ଦେଶରେ ପ୍ରତିବର୍ଷ ୧,୮୫,୦୦୦ ଜଣ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି। ସେହିପରି ପ୍ରତି ୪୦ ସେକେଣ୍ଡରେ ଜଣଙ୍କୁ ଷ୍ଟ୍ରୋକ୍‌ ଆସିଥାଏ। ଗ୍ଲୋବାଲ୍‌ ବଡର୍ନ ଡିଜିଜ୍‌ (ଜିବିଡି) ତଥ୍ୟ ମୁତାବକ ୬୮.୬% ଷ୍ଟ୍ରୋକ୍‌ ଭାରତୀୟଙ୍କଠାରେ ଦେଖାଯାଉଥିବାବେଳେ ଏଥିରୁ ୭୦.୯%ଙ୍କ ଷ୍ଟ୍ରୋକ୍‌ ଯୋଗୁ ମୃତ୍ୟୁ ହେବା ସହ ୭୭.୭% ଅସୁସ୍ଥ ହୋଇପଡ଼ୁଛନ୍ତି। ବର୍ତ୍ତମାନ ସମୟରେ ବୟସ୍କଙ୍କ ତୁଳନାରେ କମ୍‌ ଓ ମଧ୍ୟ ବୟସ୍କଙ୍କ ପାଇଁ ଷ୍ଟ୍ରୋକ୍‌ ଘାତକ ସାଜିଛି। ଜିବିଡି ରିପୋର୍ଟ ଅନୁସାରେ ବିଶ୍ୱରେ ବର୍ଷକୁ ୨୦ ବର୍ଷରୁ କମ୍‌ ବୟସର ୫୨ ଲକ୍ଷ ପିଲା ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି।
ଡାକ୍ତରଖାନାଗୁଡ଼ିକରେ ସ୍ବାସ୍ଥ୍ୟସେବାର ଅଭାବ ଯୋଗୁ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁ ଘଟୁଥିବା ଲକ୍ଷ୍ୟ କରାଯାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଲୋକମାନେ ଏହା ଦ୍ୱାରା ଅଧିକମାତ୍ରାରେ ପ୍ରଭାବିତ ହେଉଛନ୍ତି। ମାନସିକ ଚାପ ଷ୍ଟ୍ରୋକ୍‌ର ମୁଖ୍ୟ କାରଣ। ଅନ୍ୟପକ୍ଷେ କୋଭିଡ୍‌ ମହାମାରୀ ପରଠାରୁ ଷ୍ଟ୍ରୋକ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଆମେରିକାର ଥୋମାସ ଜେଫରଶନ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟୁଟି ମାସ୍କ

ବ୍ୟୁଟି ଟ୍ରିଟ୍‌ମେଣ୍ଟ ବି ହେବ ଆଉ ସୋସିଆଲ ଡିଷ୍ଟାନ୍ସକୁ ପାଳନ କରିହେବ। ସେଥିପାଇଁ ତିଆରି କରାଯାଇଛି ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ। ଗ୍ରହକମାନଙ୍କ ପାଇଁ ଏଭଳି...

ବ୍ୟାକ୍ଟେରିଆ ରୋକିବାର ସରଳ ଉପାୟ

ବ୍ୟାକ୍ଟେରିଆ ନିଜର କାୟାବିସ୍ତାର କଲେ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ନିୟନ୍ତ୍ରଣ କରିବାର ଏକ ସରଳ ଉପାୟ ରହିଛି। ଏ ସମ୍ପର୍କିତ...

ଝାଡ଼ଖଣ୍ଡ ବିଧାନସଭା ନମାଜ କୋଠରୀରେ ତାଣ୍ଡବ ‘ଭଜନ-କିର୍ତ୍ତନ’ କରିବାକୁ ବସିଲେ ଭାଜପା ବିଧାୟକ

ରାଞ୍ଚି,୬ ।୯: ଝାଡ଼ଖଣ୍ଡ ବିଧାନସଭାରେ ସୋମବାର ତାଣ୍ଡବ ହୋଇଛି । ବିଧାନସଭା ପରିସରରେ ନମାଜ ପାଇଁ ଭିନ୍ନ କୋଠରୀ ଆଲଟମେଣ୍ଟକୁ ନେଇ ଏହା ହୋଇଛି ।...

ଦିଲ୍ଲୀରୁ ଖୁସି ଖବର, ଅଗଷ୍ଟରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି।...

ହନିଟ୍ରାପ୍‌ ଜାଲରେ ମଧ୍ୟପ୍ରଦେଶର ପୂର୍ବତନ ଏମ୍‌ପି

ଭୋପାଳ,୩୦।୯: ଦେଶର ସବୁଠୁ ବଡ଼ ହାଇପ୍ରୋଫାଇଲ ହନିଟ୍ରାପ୍‌ ମାମଲାର ଏସ୍‌ଆଇଟି ତଦନ୍ତ ଚାଲୁଛି। ଇତି ମଧ୍ୟରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ଏମ୍‌ପିଙ୍କ ଅଶ୍ଲୀଳ ସିଡୀକୁ ନେଇ...

କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୩୬ ହଜାରରୁ ଅଧିକ ଚିହ୍ନଟ, ୪୮୮ ମୃତ୍ୟୁ

ନୂଆଦିଲ୍ଲୀ,୨୭।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ କମିବାରେ ଲାଗିଛି। ମଙ୍ଗଳବାର ଦେଶରେ ସଂକ୍ରମଣ ମାମଲା ପ୍ରାୟ ୩୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...

ଜମି ହଡପ ମାମଲାରେ ରବର୍ଟ ଭଦ୍ରଙ୍କ ବଢିଲା ଅଡୁଆ

ନୂଆଦିଲ୍ଲୀ,୨୨।୧୨: ଜମି ହଡପ ମାମଲାରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ର ଏବଂ ତାଙ୍କ ମା’ ମୌରିନ ଭଦ୍ରଙ୍କ ପାଇଁ ସମସ୍ୟା...

ଅଧିକ ହଇରାଣ କଲେ ପତ୍ନୀଙ୍କ ସହ ଆତ୍ମହତ୍ୟା କରିବି: ଭାଜପା ବିଧାୟକ

ବରେଲି,୧୩।୭: ଭାରତୀୟ ଜନତା ପାର୍ଟି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଜଣେ ଦଳିତ ଯୁବକଙ୍କୁ ବିବାହ କରିବା ପରେ ଏହାକୁ ନେଇ ଚର୍ଚ୍ଚା...

Advertisement
Archives

Model This Week