ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ତଥ୍ୟ ଦେବାକୁ ପ୍ରଶାସନର ଭୟ

ନାଉଗାଁ,୧୦ା୩(ସ୍ବ.ପ୍ର):କେନ୍ଦ୍ର ସରକାରଙ୍କର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) କାର୍ଯ୍ୟକାରୀ ହେଉଛି। ଦାରିଦ୍ର୍ୟ ଦୂରିକରଣ କରିବା ସହ ସମସ୍ତ ଶ୍ରମିକଙ୍କୁ ଶ୍ରମ ପ୍ରଦାନ କରିବା । ଏଥିସହ ରାଜ୍ୟ ତଥା ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କୁ ନିଜ ଅଞ୍ଚଳରେ କାମ ଦେବା ଏହାର ମୂଳ ଲକ୍ଷ୍ୟ। ଏହି ଯୋଜନାରେ କାର୍ଯ୍ୟ କରିବାକୁ ହେଲେ ଶ୍ରମିକମାନେ ନିଜ ପଞ୍ଚାୟତରେ ଜବକାର୍ଡ ମାଧ୍ୟମରେ କାର୍ଯ୍ୟ କରି ପାରିବେ। ଏହି ଯୋଜନା ମାଧ୍ୟମରେ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତଗୁଡ଼ିକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉଛି। କିନ୍ତୁ ଅଧିକାଂଶ କାର୍ଯ୍ୟ ଠିକାଦାର ମେଶିନ ଦ୍ୱାରା କରୁଥିବା ବେଳେ କାଗଜକଲମରେ ଜବକାର୍ଡଧାରୀଙ୍କ ନାମ ରଖା ଯାଉଥିବା ଅଭିଯୋଗ ହେଉଛି। ଏହାକୁ ସଫଳ ରୂପାୟନ ଓ ତଦାରଖ ଦାୟିତ୍ୱ ବିଭାଗୀୟ ଯନ୍ତ୍ରୀ ରହିଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ରହିଛନ୍ତି।
ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲ୍ଳକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କି କି ପ୍ରକଳ୍ପ କାର୍ଯ୍ୟ କରାଯାଇଛି ଜାଣିବାକୁ ଜଣେ ସାମାଜିକ କର୍ମୀ ୧୨ ଡିସେମ୍ବର ୨୦୨୨ ଜନ ସୂଚନା ଅଧୀକାର ଆଇନ ବଳରେ ତଥ୍ୟ ବ୍ଲକ ଜନସୂଚନା ଅଧିକାରୀଙ୍କୁ ମାଗିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ଉକ୍ତ ତଥ୍ୟ ନ ମିଳିବାରୁ ପୁନର୍ବାର ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କୁ ସାମାଜିକ କର୍ମୀ ଜଣକ ୧୩ ଜାନୁୟାରୀ ୨୦୨୩ରେ ଆବେଦନ କରିଥିଲେ। ପୁନର୍ବାର ଆବେଦନ ପରେ ବ୍ଲକ ପ୍ରଶାସନ ଚିଠି ନଂ. ୪୧୩/ ୨୦୨୩ ଫେବୃୟାରୀ ୧୩ରେ ମଗାଯାଇଥିବା ତଥ୍ୟ ଉପରେ ଶୁଣାଣି ପାଇଁ ଫେବୃୟାରୀ ୧୭ ରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ବା ପାଇଁ ଉଲ୍ଲେଖ ରହିଥିଲା। ଉକ୍ତ ତଥ୍ୟ ଉପରେ ଶୁଣାଣି ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀଙ୍କ ତଥ୍ୟ ଆଧାରରେ ଚିଠି ନଂ. ୫୮୨/ଫେବୃୟାରୀ ୨୭ ରେ ତଥ୍ୟ ପ୍ରଦାନ କରାଯାଇଥିଲା। ମଗାଯାଇଥିବା ତଥ୍ୟ ଅନ୍‌ଲାଇନରେ ଉପଲବ୍ଧ ବୋଲି ଲେଖା ଯାଇଛି। ଯାହାକି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଅନ୍‌ଲାଇନ ତଥ୍ୟ ବିଷୟରେ ଓ ତଥ୍ୟ ବାହାର କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତେବେ ଜନ ସୂଚନା ଅଧିକାର ଆଇନରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ତଥ୍ୟ ପ୍ରଦାନ ନ କରିବା, ତଥ୍ୟ ଦେଲେ ବ୍ଲକ ପ୍ରଶାସନ ଅଡୁଆରେ ପଡ଼ି ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ମଗାଯାଇଥିବା ତଥ୍ୟ ମଧ୍ୟରୁ ଯେଉଁ ଅଳ୍ପ କେତେକ ପ୍ରଦାନ କରାଯାଇଛି, ସେଥିରେ ବ୍ଲକରେ ରହିଥିବା ୧୬ଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ଗୋଟିଏ ପ୍ରକଳ୍ପରେ କାର୍ଯ୍ୟ ବିଭିନ୍ନ ସମୟରେ ନାମ ପରିବର୍ତ୍ତନ କରାଯାଇ ଫଲସ୍‌ ବିଲ୍‌ ହୋଇଥିବା ଜଣାଯାଇଛି। ଏପରି କି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ କରାଯାଇଥିବା ଆଇନ୍‌ ଠିକ୍‌ ଭାବେ ପାଳନ କରାଯାଇ ନାହିଁ। ଏ ସମ୍ପର୍କରେ ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଏପିଓଙ୍କୁ ପତ୍ର କରାଯାଇଥିଲା। ଏପିଓ ଯାହା ଦେଲେ ଆମେ ତଥ୍ୟ ମାଗିଥିବା ଆବେଦନକାରୀଙ୍କୁ ପଠାଇଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଯୋଗମାୟା ଭାଗବତ ପ୍ରତିଯୋଗିତା: ବାଘୁଆପଲ୍ଲୀ ଚାମ୍ପିୟନ

ବୋଲଗଡ଼,୨୯ା୫(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତ ଗ୍ରାମସ୍ଥିତ ରାମଲୀଳା ସ୍ଥଳରେ ଚାଲିଥିବା ମା’ଯୋଗମାୟା ଭାଗବତ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ବିଳମ୍ବିତ...

ପାଠପଢ଼ାରେ ଡୋରି : ଅଙ୍ଗନବାଡ଼ି ଯାଉନାହାନ୍ତି ଶିଶୁ

କେନ୍ଦୁଝର,୭ା୬(ସ୍ବ.ପ୍ର.): ପୁଷ୍ଟିହୀନତା ରୋକିବା ସହ ଶିଶୁଙ୍କୁ ପ୍ରାକ ଶିକ୍ଷା ଦେବାକୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଶିଶୁମାନେ ସୁଷମ ଖାଦ୍ୟ ଖାଇବା...

ଦିନକରେ ୫୫ ପଜିଟିଭ୍‌, ଅନୁଗୋଳରେ ଛନକା

ଅନୁଗୋଳ ଅଫିସ,୯।୧: ଦୀର୍ଘଦିନ ପରେ କରୋନା ସଂକ୍ରମିତଙ୍କୁ ନେଇ ଅନୁଗୋଳ ଜିଲାରେ ବଢ଼ିଛି ଚିନ୍ତା। ଶନିବାର ଏକାବେଳେ ଜିଲାରୁ ୫୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ଲୋକଙ୍କ...

ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ

ବଲାଙ୍ଗୀର ଅଫିସ,୨ା୨: ବଲାଙ୍ଗୀର ସହରରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ପୋଲିସ ଚୁପ୍‌ ବସି ରହିଛି। ସହରରେ...

ତାଲିକାରେ ନାଁ ଅଛି, ମିଳୁନି ଆବାସ

ତେନ୍ତୁଳିଖୁଣ୍ଟି,୨୫।୨(ଡି.ଏନ.ଏ) ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚୟନ ତାଲିକାରେ ନାମ ଅଛି,ତଥାପି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳୁନି। ବାଧ୍ୟ ହୋଇ ଭଙ୍ଗା ଦଦରା ଘରେ ରହୁଛନ୍ତି ହିତାଧିକାରୀ। ଏହିପରି...

ମଣିପୁରମ୍‌ ଗୋଲ୍ଡ ଲୋନ୍‌ ସଂସ୍ଥାରୁ ଡକାୟତି ଉଦ୍ୟମ

ଢେଙ୍କାନାଳ ଅଫିସ,୬।୮: ଢେଙ୍କାନାଳ ସହର କାଞ୍ଚନ ବଜାରରେ ଥିବା ମଣିପୁରମ୍‌ ଘରୋଇ ସୁନା ଋଣ ପ୍ରଦାନକାରୀ ସଂସ୍ଥାରେ ଶନିବାର ସକାଳ ସାଢ଼େ ୯ଟାରେ ଡକାୟତି ଉଦ୍ୟମ...

ଶ୍ରୀରାମ ନବମୀ, ଦାଣ୍ଡଯାତ୍ରା ଉପରେ କଟକଣା: ଜାରି ହେଲା ୧୪୪ ଧାରା

ନିଶ୍ଚିନ୍ତକୋଇଲି,୨୦।୪(ସ୍ବ.ପ୍ର.): ଓଡ଼ିଶା ପ୍ରସିଦ୍ଧ ଦାଣ୍ଡ ଯାତ୍ରା ଉପରେ କଟକଣା ଲାଗିଛି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।...

କାର୍‌ ଓଲଟି ୨ ମୃତ: ଡ୍ରାଇଭର ଫେରାର

କାମାକ୍ଷାନଗର,୬।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ପଣ୍ଡୁଆ ଫାଣ୍ଡି ଖଟୁଆ ହତାଠାରେ ରବିବାର ଅପରାହ୍ନରେ ଏକ କାର ଓଲଟି ପଡିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।...

Advertisement
Archives

Model This Week