ବେଜିଂର ମହାଶକ୍ତି ମହତ୍ତ୍ୱାକାଂକ୍ଷା

ଓ୍ବାଶିଂଟନ/ବେଜିଂ,୧୦ା୩:ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ନିଜ ଦେଶକୁ ପୂର୍ବ ଏସିଆର ପ୍ରମୁଖ ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେରିକାର ପ୍ରଭାବ ହ୍ରାସକରି ଚାଇନାକୁ ବିଶ୍ୱରେ ସର୍ବବୃହତ୍‌ ଶକ୍ତି ଭାବେ ଉଭା କରାଇବାକୁ ସେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଶାସକ କମ୍ୟୁନିଷ୍ଟ ପାର୍ଟି ତାଙ୍କ ସ୍ବପ୍ନକୁ ପୂରଣ କରିବା ଦିଗରେ ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ଆମେରିକୀୟ ଗୋଇନା ଅଧିକାରୀମାନେ ମତ ଦେଇଛନ୍ତି।
ଚଳିତ ସପ୍ତାହରେ ୬୯ ବର୍ଷୀୟ ଜିନ୍‌ପିଙ୍ଗ୍‌ ଚାଇନାର ଶୀର୍ଷ ନେତା ଭାବେ ନିଜ ଅଭୂତପୂର୍ବ ତୃତୀୟ ଇନିଂସ ଆରମ୍ଭ କରିଛନ୍ତି। ଏହି ଅବସରରେ ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି) ସ୍ବୟଂଶାସିତ ଦ୍ୱୀପରାଷ୍ଟ୍ର ତାଇଓ୍ବାନ୍‌କୁ ଦଖଲ କରି ପୁନଃ ଏକତ୍ରୀକରଣ ପାଇଁ ଉଦ୍ୟମ ଚଳାଇଛି। ବେଜିଂର ସ୍ବାର୍ଥ ପାଇଁ ଚାଇନାର ନେତାମାନେ ଆମେରିକାର ପ୍ରଭାବ ହ୍ରାସ କରିବାକୁ ସୁଯୋଗ ଖୋଜୁଛନ୍ତି। ଆମେରିକାର ଶକ୍ତି ଓ ପ୍ରଭାବକୁ ଗୌଣ କରିପାରିଲେ ଯାଇ ଚାଇନା ବିଶ୍ୱସ୍ତରରେ ନିଜ ଆଧିପତ୍ୟ ବିସ୍ତାର କରିବ ବୋଲି ସେମାନେ ମନେକରୁଛନ୍ତି। ଆମେରିକାର ନ୍ୟାଶନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ଅଭ୍‌ରିଲ୍‌ ଡି. ହାଇନେସ୍‌ ସିନେଟ କମିଟିକୁ ଏହି ବିଷୟ ଜଣାଇଛନ୍ତି। ହାଇନେସ୍‌ଙ୍କ ମତରେ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ବିଶ୍ୱରେ ବାଇଡେନ୍‌ ପ୍ରଶାସନ ପାଇଁ ଆର୍ଥିକ, ବୈଷୟିକ, ରାଜନୈତିକ ଓ ସାମରିକ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଚାଲିଛି।
ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଥିବାବେଳେ ଚାଇନା ମସ୍କୋକୁ କୂଟନୈତିକ, ପ୍ରତିରକ୍ଷା, ଆର୍ଥିକ ଓ ବୈଷୟିକ ସହଯୋଗ ଜାରି ରଖିବ। ୨୦୨୩ରେ ବେଜିଂ ତାଇଓ୍ବାନ୍‌କୁ ଚାଇନା ଭୂଖଣ୍ଡ ସହ ମିଶ୍ରଣ ଉଦ୍ଦେଶ୍ୟରେ ଚାପ ଜାରି ରଖିବ। ତାଇଓ୍ବାନ୍‌ ସହ ଆମେରିକାର ବଢ଼ୁଥିବା ସମ୍ପର୍କକୁ ନେଇ ଚାଇନା ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇଉଠିବ। ସେହିପରି ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ୍‌ ଓ ଭିଏଟ୍‌ନାମ ଭଳି ପ୍ରତିଦ୍ୱନ୍ଦ୍ୱୀ ଦାବିଦାରଙ୍କୁ ପ୍ରତିହତ କରିବା ପାଇଁ ବେଜିଂ ବାୟୁସେନା, ନୌସେନା, କୋଷ୍ଟ୍‌ଗାର୍ଡ ଏବଂ ମିଲିସିଆ ବଳ ବୃଦ୍ଧି କରିବ।
ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି ପକ୍ଷରୁ କରାଯାଇଥିବା ବାର୍ଷିକ ବିପଦ ସମୀକ୍ଷା ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ବେଳେ ହାଇନେସ୍‌ ଦେଇଥିବା ଏହି ମନ୍ତବ୍ୟକୁ ବେଜିଂ କଡ଼ା ସମାଲୋଚନା କରିଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ୍‌ ଗୁରୁବାର କହିଛନ୍ତି, ଆମେରିକୀୟ ରିପୋର୍ଟ ହେଉଛି ତଥ୍ୟର ସମ୍ପୂର୍ଣ୍ଣ ଭୁଲ୍‌ ଉପସ୍ଥାପନ। ଚାଇନାକୁ ବଦନାମ କରିବା ପାଇଁ ଏଥିରେ ମିଛକଥା ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri