ବିଡିଓଙ୍କ ବିଜ୍ଞାପନରେ ଶଙ୍ଖ ଚିହ୍ନ

ଅନୁଗୋଳ ଅଫିସ୍‌/ବଇଣ୍ଡା (ଡି.ଏନ୍‌.ଏ.),୧୦।୩:ଅନୁଗୋଳ ଜିଲା କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରା ଓଡ଼ିଶା ସରକାରୀ କର୍ମଚାରୀ ସର୍ଭିସ କୋଡ୍‌-୧୯୫୯ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ପଞ୍ଚାୟତିରାଜ ଦିବସରେ ସେ ବିଜେଡିର ଶଙ୍ଖ ଚିହ୍ନ ଥାଇ ଏକ ନିର୍ଦ୍ଦିଷ୍ଟ ଖବରକାଗଜକୁ ବିଜ୍ଞାପନ ଦେଇଥିବା ଜିଲା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏ ନେଇ ଦଳର ଜିଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଗୁରୁବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଗତ ମାର୍ଚ୍ଚ ୫ରେ ଏକ ଖବରକାଗଜରେ କିଶୋରନଗର ବିଡିଓଙ୍କ ସୌଜନ୍ୟରୁ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଶଙ୍ଖ ଚିହ୍ନ ବ୍ୟବହାର କରାଯାଇଥିଲା। ଜଣେ ପ୍ରଶାସନିକ ଅଧିକାରୀ ହୋଇ ସେ ବିଜେଡି ପାଇଁ ଖୋଲାଖୋଲି ପ୍ରଚାର କରୁଛନ୍ତି, ଯାହା ଓଡ଼ିଶା ସରକାରୀ କର୍ମଚାରୀ ସର୍ଭିସ କୋଡ୍‌-୧୯୫୯ର ଉଲ୍ଲଂଘନ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଭାଜପା ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲା ସଭାପତି ପ୍ରଧାନ ଚେତାବନୀ ଦେଇଛନ୍ତି। ଜିଲାପାଳଙ୍କ ସହ ଆଲୋଚନା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଦିଲୀପ ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ସମ୍ପାଦକ ପ୍ରଭାତ ପ୍ରଧାନ, କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୋଗର ପ୍ରତିକ୍ରିୟାରେ ବିଡିଓ ବେହେରା କୁହନ୍ତି, ସେ କୌଣସି ଦଳର ପ୍ରଚାରକ ନୁହେଁ। ଯେଉଁ ଖବରକାଗଜ ସଂସ୍ଥା ଏହାକୁ ପ୍ରକାଶ କରିଛନ୍ତି, ଏହାକୁ ଭୁଲ୍‌ବଶତଃ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଖବରକାଗଜରେ ଏ ସମ୍ପର୍କିତ ସ୍ପଷ୍ଟୀକରଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri