ଉନ୍ନୟନ କାମ ଯୋଗୁ ପ୍ରଦୂଷଣ ଉତ୍କଟ

ଯାଜପୁର ଅଫିସ,୧୦ା୩ :ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପୂର୍ବ ପାର୍ଶ୍ୱରେ ଏକାଧିକ ନୂତନ ବୃହତ୍‌ ପ୍ରକଳ୍ପ ଚାଲିଛି। ଏଥିରେ ବିଶାଳ ସୌଧ, ସେତୁ, ବଡ଼ ନାଳ, ବ୍ୟାରେଜ, ଖାଲୁଆ ଅଞ୍ଚଳକୁ ପୋତା କାର୍ଯ୍ୟ, ରାସ୍ତା ଆଦି ରହିଛି। ତେବେ ଏହି ପ୍ରକଳ୍ପଗୁଡିକ ମଧ୍ୟରୁ ଅଧିକାଂଶ କେଉଁ ବିଭାଗର କିଏ କରୁଛି ତାହା ଜଣାପଡୁନାହିଁ। ଅନ୍ୟପକ୍ଷେ ପ୍ରକଳ୍ପ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବାଲି, ମାଟି, ମୋରମ, ଗେଟି, ପଥର ଆଦି ବେଆଇନ ପରିବହନ କାରଣରୁ ବାୟୁ ପ୍ରଦୂଷଣ ଉତ୍କଟ ହେଉଛି। ଏହି ପ୍ରଦୂଷଣ ଏତେ ମାତ୍ରାରେ ବଢିଛି ଯେ, ପ୍ରକଳ୍ପ କାର୍ଯ୍ୟଗୁଡିକର ଚିତ୍ର ଦେଖିବା ସମ୍ଭବପର ହେଉନାହିଁ। ଏଭଳିସ୍ଥିତିରେ ଆଖପାଖ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ତେବେ ବିକାଶ କାର୍ଯ୍ୟ ଚାଲିଥିବାରୁ ସମସ୍ତ କାମକୁ ମାଫ୍‌ କରାଯାଉଛି ବୋଲି ମତପ୍ରକାଶ ପାଇଛି।
୪୬ଟି ରାଜସ୍ବ ମୌଜାର ୨୯.୮୪ ବର୍ଗ କି.ମି. ପରିମିତ ଅଞ୍ଚଳକୁ ନେଇ ଯାଜପୁର ସହରର ମାଷ୍ଟର ପ୍ଲାନ୍‌ ପ୍ରସ୍ତାବ ରହିଛି ା ହରିୟାଣା ଗୁରୁଗାଁଓର ଭୟେଣ୍ଟସ୍‌ ସଲ୍ୟୁଶନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇଛି। ଆଗାମୀ ୨୦୪୦ ପର୍ଯ୍ୟନ୍ତ ଯାଜପୁର ସହରର ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାସ୍ତା ପ୍ରଶସ୍ତିକରଣ, ନାଳ ନର୍ଦ୍ଦମା ଜଳର ନିଷ୍କାସନ, ଜନ ସାଧାରଣଙ୍କ ଚିତ୍ତବିନୋଦନ ନିମନ୍ତେ ପ୍ରମୋଦ ଉଦ୍ୟାନ, ନୂତନ ବଜାର ନିର୍ମାଣ ଓ ସମ୍ପ୍ରସାରଣ, ଶିକ୍ଷାନୁଷ୍ଠାନ, ହାଟବଜାର, କଳକାରଖାନା ପାଇଁ ସ୍ବତନ୍ତ୍ର ସ୍ଥାନ ନିରୂପଣ ନିମନ୍ତେ ପ୍ରାଧାନ୍ୟ ଦିଆଯାଉଛି ା ଏହିକ୍ରମରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଏନ୍‌କ୍ଲାଭ୍‌ ବା ମିନି ସଚିବାଳୟ କାମ ଚାଲିଛି। ଏହି ମିନି ସଚିବାଳୟ ନିର୍ମାଣରେ ୧୨୨.୦୯ କୋଟି ଟଙ୍କା ଖର୍ଚ୍ଚ କରି ୩୮.୮୬୬ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯାଇଛି। ଅନ୍ୟପକ୍ଷେ ଗୃହ ନିର୍ମାଣ ପାଇଁ ସମୁଦାୟ ୧୯୩.୪୨ କୋଟି ଟଙ୍କା ଅଟକଳ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା ଚ୍ୟାଲେଞ୍ଜିଂ ମୋଡରେ ଯାଜପୁର ଜିଲାରେ ସରକାରୀ ମେଡିକାଲ କଲେଜ ଓ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ପାଇଁ ଗୃହ ନିର୍ମାଣ ଚାଲିଛି। ୧୦୦ ଶଯ୍ୟା ବିଶିଷ୍ଟ ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପ୍ରଥମ ପର୍ଯ୍ୟାୟରେ ୪୨୬ କୋଟି ଟଙ୍କାର ବ୍ୟୟଅଟକଳ ପ୍ରସ୍ତୁତ ହୋଇଛି ା ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଆଙ୍କୁଳା ଛକ ନିକଟରେ ନିର୍ଦ୍ଧାରିତ ୪୦ ଏକର ଜମି ଚିହ୍ନଟ କରାଯାଇ ଏଲ୍‌ ଆଣ୍ଡ ଟି ଦ୍ୱାରା କାମ ଆରମ୍ଭ ହୋଇ ସାରିଛି। ଉପରୋକ୍ତ ୨ଟି ବୃହତ୍‌ ପ୍ରକଳ୍ପ ବ୍ୟତୀତ କୁସୁମା ପୋଖରୀ ନିକଟରେ ଚାରିପଟେ ମିନି ଷ୍ଟାଡିୟମ ଭଳି ଗ୍ୟାଲେରୀ ନିର୍ମାଣ ଚାଲିଛି। ଏହାବାଦ୍‌ ବହୁତଳ ପ୍ରସାଦ କାମ ମଧ୍ୟ ଚାଲିଛି। ସେହିପରି ବାଳାଶ୍ରମ ପଡ଼ିଆକୁ ପୋତାଯାଇ ମୂଳ ବୈତରଣୀର ଦୁଇପାର୍ଶ୍ୱରେ କଂକ୍ରିଟ କାନ୍ଥ ନିର୍ମାଣ ହୋଇଛି। ବୈତରଣୀର କିଲ୍ଲାଘାଟରେ ଏକ ସେତୁ ଓ ସେଠାରୁ ବଳିଘାଇ ସେତୁ ଯାଏ ରାସ୍ତାକୁ ଚାରିଥାକିଆ କରାଯାଉଛି। ବଳିଘାଇରେ ବୈତରଣୀ ଉପରେ ସେତୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହାସହ ଯାଜପୁର-କୁଆଖିଆ ରାସ୍ତାର ସିମିଳିଆ ପଞ୍ଚାୟତ ପାଟପାରି ନିକଟରେ ଥିବା ଏକ ବଡ଼ନାଳ ମୁହଁକୁ ବାଲି ଓ ମାଟି ପକାଯାଇ ପ୍ରାୟ ୨୫ ଫୁଟ ବିରାଟ ଆୟତନ ଅଞ୍ଚଳକୁ ପୋତି ଦିଆଯାଉଛି। ୧୬ ନଂ. ଜାତୀୟ ରାଜପଥ ପାଣିକୋଇଲି ଷଠିପୁର ନିକଟ ସୁବିଧା କେନ୍ଦ୍ର ସମ୍ମୁଖରେ ଏକ ବିରାଟ ଅଞ୍ଚଳରେ ବୃହତ୍‌ କୋଠାଘର ନିର୍ମାଣ ହେଉଛି। ଏହି ରାସ୍ତାଦେଇ ପ୍ରତ୍ୟହ ଶତାଧିକ ଲୋକ ଯିବା ଆସିବା କରୁଛନ୍ତି। ଆବଶ୍ୟକ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ନ କରି ନିର୍ମାଣ ସାମଗ୍ରୀ ପରିବହନରେ ଏତେ ବାୟୁ ପ୍ରଦୂଷଣ ହେଉଛି ଯେ, ସାଧାରଣ ଲୋକଙ୍କ ପକ୍ଷେ ଯିବାଆସିବା କଷ୍ଟକର ହେଉଛି। ଏପରିକି ଧୂଳି ଯୋଗୁ ରାସ୍ତା ଦିଶୁନାହିଁ। ଫଳରେ ଦୁର୍ଘଟଣା ଘଟିବା ମଧ୍ୟ ସମ୍ଭବନା ରହିଛି ବୋଲି ମତପ୍ରକାଶ ପାଇଛି ା ଏହାସହ ବୁଢା ନଦୀ ଆନ୍ନିକଟ ନିକଟ ନଦୀପାର୍ଶ୍ୱର ଏକ ବିରାଟ ଅଞ୍ଚଳକୁ ପୋତାଯାଇ ବଡବଡ ଅଟ୍ଟାଳିକା ନିର୍ମାଣ ଚାଲିଛି। ଏଭଳି ଏକାଧିକ ପ୍ରକଳ୍ପ ରହିଛି ଯାହାର କୌଣସି ସୂଚନା ଫଳକ ନାହିଁ।
ବିପୁଳ ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ପ୍ରକଳ୍ପଗୁଡିକ ସମ୍ପର୍କରେ ଜିଲାବାସୀ ଅଜ୍ଞ ରହିଥିବାରୁ ସେଗୁଡିକରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ସନ୍ଦେହ କରିବା ସ୍ବାଭାବିକ ବୋଲି ଚର୍ଚ୍ଚା ହେଉଛି। ତେବେ ଜିଲାରେ ନଦୀନାଳରୁ ଯେତେ ପରିମାଣର ବାଲି ଉତ୍ତୋଳନ ପାଇଁ ପ୍ରଶାସନିକ ଅନୁମତି ଦିଆଯାଇଛି ତା’ର ହଜାର ଗୁଣ ଅଧିକ ବାଲି ଉପରୋକ୍ତ ପ୍ରକଳ୍ପଗୁଡିକରେ ବ୍ୟବହାର ହେଉଛି। ଏଥିରେ ସରକାର ବିପୁଳ ରାଜସ୍ବ ହରାଉଥିବାବେଳେ ବାଲି ମାଫିଆ ଏବଂ କେତେଜଣ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଧନୀ ହେଉଛନ୍ତି। ସଂପୃକ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ଆୟବର୍ହିଭୂତ ସମ୍ପତ୍ତି ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବତା ଜଣାପଡିବ ବୋଲି ଦାବି ଉଠିଛି। ଅନ୍ୟପକ୍ଷେ କେଉଁ କାରଣରୁ ଲୋକଙ୍କୁ ଅନ୍ଧାରରେ ରଖାଯାଇଛି ତା’ର ମଧ୍ୟ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ପଚାରିବାରୁ ସେ କହିଛନ୍ତି, ଷଠିପୁର ନିକଟ ପ୍ରକଳ୍ପ ସମ୍ପର୍କରେ କାଗଜପତ୍ର ଦେଖିଲା ପରେ କହିହେବ। ଅନ୍ୟପ୍ରକଳ୍ପଗୁଡିକ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଜଣାଇବା ପରେ ମତ ଦିଆଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?