ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ନେଇ ଉଠିଲା ଅନେକ ପ୍ରଶ୍ନ

ପୁରୀ ଅଫିସ, ୧୦ା୩: ମରୀଚିକୋଟ ଛକ ନିକଟସ୍ଥ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। କିପରି ଓ କାହିଁକି ଏହି ଘଟଣା ଘଟିଲା, ଏଥିପାଇଁ ଦାୟୀ କିଏ ଏବଂ କେଉଁ କାରଣରୁ ନିଆଁ ଶୀଘ୍ର ଆୟତ୍ତ ହୋଇପାରିଲା ନାହିଁ ଆଦି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି ପ୍ରଶାସନ ଆଖି ବୁଜିଦେଇଥିବା ଅଭିଯୋଗ ହେଉଥିବାବେଳେ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ପୁଣି ବେଉସା ଆରମ୍ଭ କରିବା ଓ ପରିବାର ପ୍ରତିପୋଷଣ ଲାଗି ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।
ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦିଆଗଲା
ଅଗ୍ନିଶମ କର୍ମଚାରୀମାନେ ଭିତରକୁ ଯାଇ ନିଆଁକୁ ଆୟତ୍ତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେଣୁ ଅମ୍ଲଜାନ ସିଲିଣ୍ଡର ନେଇ ଭିତରକୁ ଯାଇଥିଲେ। ବଡ଼ଦାଣ୍ଡରେ କୃତ୍ରିମ ଭାବେ ଅମ୍ଲଜାନ ପ୍ରସ୍ତୁତ କରି ସିଲିଣ୍ଡରରେ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଥିଲା।
ମିଳିଲା କଇଁଛ, ୩ ଗାଡ଼ି
ଅଗ୍ନିଶମ କର୍ମଚାରୀମାନେ ଜୀବନ୍ତ ଅବସ୍ଥାରେ ଏକ କଇଁଛ ଓ ୩ ବାଇକ୍‌ ଉଦ୍ଧାର କରିଛନ୍ତି। ଆଶ୍ଚର୍ଯ୍ୟର କଥା, ନିଆଁର ପ୍ରବଳ ଉତ୍ତାପ ସତ୍ତ୍ୱେ କଇଁଛଟିର କିଛି କ୍ଷତି ହୋଇ ନ ଥିବା ଦେଖିବାକୁ ମିଳିଛି। କଇଁଛଟି ହୋଟେଲ ଆକ୍ୱାରିୟମରେ ଥିବା ଅନୁମାନ କରାଯାଉଛି। କଇଁଛକୁ ସ୍ଥାନୀୟ ବାସିନ୍ଦାଙ୍କ ଦାୟିତ୍ୱରେ ଦିଆଯାଇଛି। ଜଣେ ବ୍ୟକ୍ତି ତାହାକୁ ନେଇ ନିଜ ଘରେ ପାଳିବେ ବୋଲି କହିଛନ୍ତି। କମ୍ପ୍ଲେକ୍ସ ପୁଣି ଆରମ୍ଭ ହେଲେ ବୁଝାବୁଝି କରି କଇଁଛକୁ ଫେରାଇଦେବେ ବୋଲି କହିଛନ୍ତି।
ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାରିକେଡ୍‌
ଯେପରି ଜନସାଧାରଣ ନିଆଁ ପ୍ରଭାବରେ ନ ଆସିବେ ସେଥିପାଇଁ ବଡ଼ଦାଣ୍ଡରେ ବ୍ୟାପକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଘଟଣାସ୍ଥଳକୁ ଯାନବାହନ ଛଡ଼ାଯାଇ ନ ଥିଲା। ପ୍ରଶାସନ ପକ୍ଷରୁ ବ୍ୟାରିକେଡ କରାଯାଇଥିଲା। ମାର୍କେଟଛକଠାରେ ପ୍ରଥମ ବ୍ୟାରିକେଡ କରାଯାଇ ଶ୍ରୀମନ୍ଦିର ଆଡ଼କୁ ଗାଡ଼ିମୋଟର ଛଡ଼ାଯାଇ ନ ଥିଲା। ସେହିପରି ଦ୍ୱିତୀୟ ବ୍ୟାରିକେଡ ମରୀଚିକୋଟଠାରେ କରାଯାଇଥିଲା। ଅପରପକ୍ଷରେ ଶ୍ରୀମନ୍ଦିର ପଟୁ ମରୀଚିକୋଟ ପଟକୁ ଯେପରି ଗାଡ଼ିମୋଟର ନ ଯିବ ସେଥିପାଇଁ ଶ୍ରୀକୃଷ୍ଣ ସିନେମା ହଲ ଛକଠାରେ ବ୍ୟାରିକେଡ କରାଯିବା ସହ ପୋଲିସ ନିୟୋଜିତ ରହିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ମରୀଚିକୋଟ ଠାରୁ ଶ୍ରୀକୃଷ୍ଣ ସିନେମା ହଲ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଥିଲା। ଉକ୍ତ ବ୍ୟାରିକେଡ ଦେଇ ଭକ୍ତ ଓ ସ୍ଥାନୀୟ ଲୋକେ ଚାଲିକରି ଯିବା ଆସିବା କରିଥିଲେ। ନିଆଁ ପାଖରୁ ଲୋକଙ୍କୁ ହଟାଇବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ପୋଲିସ ବାରମ୍ବାର ଡାକବାଜି ଯନ୍ତ୍ରରେ ଡାକି ଉକ୍ତ ସ୍ଥାନକୁ ଖାଲି କରିବାକୁ କହିଥିଲା। ମଝିରେ ମଝିରେ ଲୋକଙ୍କୁ ଘଉଡ଼ାଇଥିଲା।
ସହଯୋଗ କଲେ ସ୍ବେଚ୍ଛାସେବୀ
ନିଆଁ ଲିଭାଇବା କାର୍ଯ୍ୟରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀମାନେ ସାମିଲ ହୋଇଥିଲେ। ସେଣ୍ଟ ଜନ୍‌ ଆମ୍ବୁଲାନ୍ସ ଏବଂ ଉର୍ଜାବାନ ଓଡ଼ିିଶା ସମେତ ଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ପାଣି ଓ ଶୁୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?