ମାଲାବାରରେ ଏକ୍ସକ୍ଲୁସିଭ ବ୍ରାଣ୍ଡେଡ୍ ଜୁଏଲେରି ଶୋ
ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ସହିଦ ନଗରର ରୂପାଲି ସ୍କୋୟାର ପ୍ରିମିୟମ ଆଉଟଲେଟରେ ଏକ ୯ ଦିନିଆ ‘ଏକ୍ସକ୍ଲୁସିଭ ବ୍ରାଣ୍ଡେଡ ଜୁଏଲେରୀ ସୋ’ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମହିଳା ଶିଳ୍ପଦ୍ୟୋଗୀ…
ଓଡ଼ିଶା ଇଣ୍ଡଷ୍ଟ୍ରିଜ୍ ଆସୋସିଏଶନର ଦିନିକିଆ କର୍ମଶାଳା
କଟକ,୨୧।୫: ଓଡ଼ିଶା ଇଣ୍ଡଷ୍ଟ୍ରିଜ୍ ଆସୋସିଏଶନ (ଓଆଇଏ) ପକ୍ଷରୁ ଏକ ଦିନିକିଆ କର୍ମଶାଳା କଟକର ଜଗତପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ରାଜ୍ୟରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ସ୍ଥିତି ସଂକ୍ରାନ୍ତୀୟ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଅପରପକ୍ଷରେ ଓଆଇଏର ସଭାପତି…
ବଜାରରେ ରେନୋ କାଇଗରର ପରିବର୍ଦ୍ଧିତ ରେଞ୍ଜ
ନୂଆଦିଲ୍ଲୀ,୨୧।୫: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ରେନୋଲ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍(ରେନୋ)ର ଲୋକପ୍ରିୟ ଏବଂ ପ୍ରମୁଖ ଭାରିଆଣ୍ଟ ରେନୋ କାଇଗରର ପରିବର୍ଦ୍ଧିତ ରେଞ୍ଜକୁ ନିକଟରେ ବଜାର ପ୍ରବେଶ କରାଯାଇଛି। ସେହିଭଳି ବର୍ତ୍ତମାନ ରେନୋ କାଇଗରର ଆର୍ଏକ୍ସଟି(ଓ) ଏମ୍ଟି ଭାରିଆଣ୍ଟ ବଜାରରେ ଉପଲବ୍ଧ ହେଉଛି।…
ମୋଦି ସରକାରଙ୍କ ସଫଳତାକୁ ନେଇ ଗାଁକୁ ଯିବ ଭାଜପା
ଭୁବନେଶ୍ୱର,୨୧।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି। ଏଥିସହିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ…
୩ ସନ୍ତାନ ପାଇଁ ରଦ୍ଦ ହେଲା ସମିତିସଭ୍ୟ ପଦ
ଚଣ୍ଡିଖୋଲ,୨୧।୫(ଡି.ଏନ.ଏ.):ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଭୁଷଣ୍ଡପୁର ପଞ୍ଚାୟତର ସମିତିସଭ୍ୟ ଜଗନ୍ନାଥ ମୁଦୁଲିଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। ଚଣ୍ଡିଖୋଲ କୋର୍ଟର ସବ୍ଜଜ ସୌଭାଗ୍ୟ ରଞ୍ଜନ ସ୍ବାଇଁ ତାଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି। ଗତ ୧୭ ତାରିଖରେ ଏହି ପଞ୍ଚାୟତ ସମିତିସଭ୍ୟ…
ଚର୍ଚ୍ଚାରେ ସୂର୍ଯ୍ୟ ପାତ୍ରଙ୍କ ଉତ୍ତରାଧିକାରୀ
ବ୍ରହ୍ମପୁର ଅଫିସ,୨୧।୫: ଆଗାମୀ ସାଧାରଣ ନିର୍ବାଚନ ନିକଟତର ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ଏବଂ ବର୍ତ୍ତମାନର ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର…
ଅଭିଷେକଙ୍କୁ ୬ ଘଣ୍ଟା ଜେରା
କୋଲକାତା,୨୦।୫:ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କୁ ୬ ଘଣ୍ଟା ଜେରା କରିଛି। କୋଲକାତା ନିଜାମ ପ୍ୟାଲେସ୍ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଅଭିଷେକ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ଏକ…
କାଳବୈଶାଖୀ ଝଡ଼ ବର୍ଷାରେ ହୋଇଛି ବ୍ୟାପକ କ୍ଷତି
କୋରାପୁଟ,୨୧ା୫(ସ୍ବ.ପ୍ର.): କୋରାପୁଟ ସହର ସମେତ ଆଖପାଖ ଅଞ୍ଚଳରେ ଶୁକ୍ରବାର ସଂନ୍ଧ୍ୟାରେ ହୋଇଥିବା କାଳ ବୈଶାଖ ଝଡପବନ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କୋରାପୁଟ ସହର ସମେତ ଲକ୍ଷ୍ମୀପୁର, ସେମିଳିଗୁଡା ବ୍ଲକରେ ୨୨୫ ମିମି ବର୍ଷା ହୋଇଥିଲା। ଏହିସବୁ ଅଞ୍ଚଳରେ ୧୦୦ରୁ…
ବିଏମ୍ସି ଅବସରପ୍ରାପ୍ତ କର୍ମଚାରୀ ଅବହେଳିତ
ଭୁବନେଶ୍ୱର,୨୧ା୫ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ୍ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପରିଚାଳିତ ହେଉଛି। ବିଏମ୍ସି କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ପାଉଛନ୍ତି। ସେହିପରି ସରକାରୀ ନିୟମ ଅନୁଯାୟୀ ସମସ୍ତ ଦଣ୍ଡବିଧାନ ଓ ଅନ୍ୟାନ୍ୟ…
ପରୀକ୍ଷା ପରିଚାଳନାକୁ ନେଇ ମହର୍ଷି କଲେଜରେ ଛାତ୍ର ଅସନ୍ତୋଷ
ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଭୁବନେଶ୍ୱର ଶହୀଦନଗରସ୍ଥିତ ମହର୍ଷି ନାଚୁରାଲ ଲ’ କଲେଜରେ ପରୀକ୍ଷା ପରିଚାଳନାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶନିବାର ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ବିଳମ୍ବରେ ପରୀକ୍ଷା ହେବା ଓ ଏହି ସମୟରେ ପରୀକ୍ଷା ଇନ୍ଚାର୍ଜ ଏବଂ ସୁପରିଣ୍ଟେଣ୍ଡେଣ୍ଟ ଛୁଟିରେ…
‘ଗୁଳୁଗୁଳିରେ ଅତିଷ୍ଠ କରୁଛି ପାଓ୍ବାରକଟ୍’
ଭୁବନେଶ୍ୱର,୨୧ା୫(ବ୍ୟୁରୋ)- ରାଜ୍ୟରେ କିଛିଦିନ ଧରି ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏପରିକି ଭୁବନେଶ୍ୱରରେ ମଧ୍ୟ କିଛିଦିନ ହେବ ତାପମାତ୍ରା ୩୮ଡିଗ୍ରୀ ସେଲସିୟସରୁ ଅଧିକ ରହୁଥିବାବେଳେ ମାତ୍ରାଧିକ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ରାଜଧାନୀରେ ପାଓ୍ବାର କଟ୍ ସମସ୍ୟାକୁ…
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶିତ
ପୁରୀ ଅଫିସ,୨୧ା୫: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୨୩ ମସିହା ଉପଶାସ୍ତ୍ରୀ ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଧରଣୀଧର ରଣା…
Archives


