Odisha Elections 2024

କେଏନ୍‌ଡିଏ: ସ୍ବପ୍ନ ହୋଇଛି ଉନ୍ନୟନ କାର୍ଯ୍ୟ

ଯାଜପୁର,୩ା୧୦(ହର୍ଷବର୍ଦ୍ଧନ ବେହେରା) : ବଡ଼ ବଡ଼ ସ୍ବପ୍ନ ଦେଖିବା ଭଲ, ହେଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କଲେ ସଫଳତା ମିଳେ। ହେଲେ ଏଠି ଖାଲି ସ୍ବପ୍ନ ଦେଖାଯାଉଛି, କ’ଣ ନା କଳିଙ୍ଗନଗର ଉନ୍ନୟନ ପରିଷଦ(କେଏନ୍‌ଡିଏ) ଭାବେ ଯାଜପୁର ରୋଡ ସହର ପରିଣତ ହେବ। କିନ୍ତୁ ବାସ୍ତବ ହେଲା କେଏନଡିଏର କମ୍ପ୍ରେହେନସିଭ ଡେଭ୍‌ଲପମେଣ୍ଟ ପ୍ଲାନ(ସିଡିପି)କୁ ଅନୁମୋଦନ ମିଳିବାର ପ୍ରାୟ ୮ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବାବେଳେ ଏବେବି ଯୋଜନାବିହୀନ ସହର ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ବଡ଼ବଡ଼ ଶପିଂ ମଲ୍‌ ନିର୍ମାଣ ଚାଲିଛି, କିନ୍ତୁ ସେଥିରେ ପାର୍କିଂ ସୁବିଧା ନାହିଁ। ପାର୍କିଂସ୍ଥାନଠାରୁ ଲୋକେ ବ୍ୟସ୍ତବହୁଳ ରାସ୍ତା ପାର ହୋଇ ମଲ୍‌କୁ ଯାଉଛନ୍ତି। ଅଗ୍ନି ନିର୍ବାପନ ବ୍ୟବସ୍ଥା ନ ଥିବା ଓ ପାର୍କିଂ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଥିବା ସତ୍ତ୍ବେ କେଏନ୍‌ଡିଏ କର୍ତ୍ତୃପକ୍ଷ ନୀରବ ରହିଛନ୍ତି। ଯାଜପୁରରୋଡ୍‌ ସହରକୁ ଏକ ସମନ୍ବିତ ଯୋଜନାବଦ୍ଧ ସହରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ କେଏନ୍‌ଡିଏର କାର୍ଯ୍ୟ ଏଭଳି ଢଙ୍ଗରେ ଚାଲିଥିବା ମତପ୍ରକାଶ ପାଇଛି। ଏପରିକି କେଏନ୍‌ଡିଏର ୱେବ୍‌ସାଇଟ୍‌କୁ ୪ ବର୍ଷ ହେଲା ଅପ୍‌ଡେଟ କରାଯାଇ ନ ଥିବାରୁ ଏବେବି ଯାଜପୁର ଜିଲାପାଳ ଏବଂ କେଏନ୍‌ଡିଏର ଭାଇସ ଚେୟାରମ୍ୟାନ ଭାବେ ରଞ୍ଜନ କୁମାର ଦାସଙ୍କ ନାମ ରହିଛି। ଏହାବାଦ୍‌ ୱେବସାଇଟ୍‌ରେ କେଏନ୍‌ଡିଏର ଚ୍ୟାୟରମେନ ସଞ୍ଜୀବ ଚୋପ୍ରା ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଭାବେ ଜି.ମାଥିଭାଥନନ୍‌ଙ୍କ ନାମ ଦେଖିବାକୁ ମିଳିଛି। ୱେବସାଇଟ୍‌ ଯଦି ୪ ବର୍ଷ ହେବ ଅପ୍‌ଡେଟ ହୋଇ ପାରୁନାହିଁ, ତେବେ କେଏନ୍‌ଡିଏର ପରିକଳ୍ପନା କେତେଦୂର ସଫଳ ହେବ ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।
କେଏନ୍‌ଡିଏ ଅଧୀନରେ ବୃହତ୍‌ କଳିଙ୍ଗନଗର ସହରାଞ୍ଚଳ ପ୍ରତିଷ୍ଠା ନିମନ୍ତେ ରାସ୍ତା, ଗମନାଗମନ, ପରିବହନ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ଡ୍ରେନେଜ, ବିମାନ ବନ୍ଦର, ଆଧୁନିକ ବସଷ୍ଟାଣ୍ଡ ଇତ୍ୟାଦି ପ୍ରତିଷ୍ଠା ପାଇଁ ସିଡିପି ପ୍ରସ୍ତୁତ ହୋଇଛି। କିନ୍ତୁ ଅଭିଯୋଗ ହେଉଛି, ଆବଶ୍ୟକ ନିରୀକ୍ଷଣ କରା ନ ଯାଇ ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ପ୍ଲାନ୍‌କୁ ହାତଗୁଞ୍ଜା ଦେଇ ମଞ୍ଜୁର କରାଯାଉଛି। ଏପରିକି ଆଇନଗତ ପରିସରଭୁକ୍ତ ହେଉ ନ ଥିଲେ ହେଁ ବଡ଼ବଡ଼ ଶପିଂମଲ, କୋଠା ଆଦିକୁ ନିର୍ମାଣ ପାଇଁ ଅନୁମତି ମିଳୁଛି। ଫଳରେ ସହରର ବିଭିନ୍ନ ମୁଖ୍ୟରାସ୍ତାରେ ବେଆଇନ ପାର୍କିଂ ବଢ଼ୁଛି ଏବଂ ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନା ପାଦ ଥାପୁଛନ୍ତି। ଏହିକ୍ରମରେ କେଏନ୍‌ଡିଏର ଭୌଗୋଳିକ ସୀମା ଓ ଲୋକସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି ା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସିଡିପି ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ଡେଭଲପ୍‌ମେଣ୍ଟ ଆକ୍ଟ-୧୯୮୨ ଅନୁଯାୟୀ ୪ା୯ା୨୦୧୫ରେ ସିଡିପିକୁ ଅନୁମୋଦନ କରାଯାଇଛି। ୪୫୮.୭୮ ବର୍ଗ କିଲୋମିଟର ଅଞ୍ଚଳରେ ୧୬୧ଟି ଗ୍ରାମକୁ ସାମିଲ କରାଯାଇଛି। ପ୍ରଥମ ୫ ବର୍ଷରେ ୧୨୩୫ କୋଟି ଟଙ୍କା ଓ ୨୦୩୦ ମସିହା ସୁଦ୍ଧା ୬୬,୧୩୯କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା ରହିଛି। କିନ୍ତୁ ଏହାର ଅଗ୍ରଗତି ନୈରାଶ୍ୟଜନକ ରହିଛି। ଚୋର୍ଦ୍ଦାଛକ, ଚୋର୍ଦ୍ଦା ଗୋଲେଇ, ଗୋପବନ୍ଧୁ ଛକ, ବ୍ୟାଙ୍କ ଷ୍ଟ୍ରିଟ୍‌, ବସଷ୍ଟାଣ୍ଡ ବାଇପାସ୍‌ ଆଦି ନିକଟରେ ଶପିଂମଲ୍‌ ନିର୍ମାଣ ହୋଇଛି। ହେଲେ ଏହି ଶପିଂମଲ ଚାଲିଥିବା ଅଧିକାଂଶ ବିଲ୍‌ଡିଂରେ ପାର୍କିଂ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି ା ସେହିପରି ଗୋପବନ୍ଧୁ ଛକଠାରୁ ଚୋର୍ଦ୍ଦାଛକ ଓ ବସଷ୍ଟାଣ୍ଡ ରାସ୍ତାରେ ମଧ୍ୟ ଗଢ଼ିଉଠିଥିବା ଦୋକାନ ଓ ବଡ଼ ହୋଟେଲଗୁଡ଼ିକରେ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହୋଇଛି। ୧୭ା୩ା୨୦୧୮ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଡିପିର କ୍ଷମତାସମ୍ପନ୍ନ କମିଟି ବୈଠକରେ ବିଭିନ୍ନ କାର୍ଯ୍ୟ ଯୋଜନା ହାତକୁ ନିଆଯାଇଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇ ପାରିନାହିଁ। ଏ ସଂକ୍ରାନ୍ତରେ କେଏନ୍‌ଡିଏ ସଚିବ ତଥା ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗର ଉନ୍ନୟନ କାର୍ଯ୍ୟ ଇଡ୍‌କୋ ଜରିଆରେ ଚାଲିଛି। ପ୍ଲାନିଂ ଅନୁସାରେ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଜଣେ, ଶାସନ ଚଳାଉଛନ୍ତି ଅନ୍ୟ ଜଣେ

କୁଚିଣ୍ଡା,୨୧ା୫(ବିରଞ୍ଚତ୍ ଦର୍କା):ବିଜେଡି ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କୁ ମୋହାରା କରି କାର୍ତ୍ତିକ ପାଣ୍ଡିଆନ ସରକାର ଚଳାଉଛନ୍ତି। ଏଭଳି ସରକାରକୁ ହଟାଇବାକୁ ପଡ଼ିବ। ଏଥର...

ଗୋଟିଏ ଇଆଡ଼େ, ଆଉ ଗୋଟେ ସିଆଡ଼େ

ସମ୍ବଲପୁର/ରେଙ୍ଗାଲିରୁ,୨୧ା୫ (ଅନିଲ ଦାସ):ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସମ୍ବଲପୁର ସମେତ ୫ ଲୋକ ସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନେ...

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା...

ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri