Posted inଖେଳ

ପାରୁଲ, ଆନ୍‌ସିଙ୍କୁ ରୌପ୍ୟ

ହାଙ୍ଗଝୋ,୩।୧୦: ଭାରତର ପାରୁଲ ଚୌଧାରୀ ଓ ଆନ୍‌ସି ସୋଜାନ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରୁ ସୋମବାର ରୌପ୍ୟ ପଦକ ହାସଲ କରିଛନ୍ତି। ୪x୪୦୦ ମିଟର ମିକ୍ସଡ ରିଲେ ଦଳ ମଧ୍ୟ ରୌପ୍ୟ ପଦକ ହାସଲ କରିଛି। ମହିଳା ୩୦୦୦ ମିଟର ଷ୍ଟିପ୍‌ଲଚେଜ୍‌ରେ ପାରୁଲ ରୌପ୍ୟ ଓ ପ୍ରୀତି ବ୍ରୋଞ୍ଜ ପଦକ ପାଇଛନ୍ତି। ମହିଳା ଲଙ୍ଗଜମ୍ପରେ ଆନ୍‌ସି ରୌପ୍ୟ ପଦକ ଅର୍ଜନ କରିଛନ୍ତି। ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଶ୍ରୀଲଙ୍କା ପଛକୁ ରହି ବ୍ରୋଞ୍ଜ ପଦକ ପାଇଥିଲା। ମାତ୍ର ଶ୍ରୀଲଙ୍କା ପ୍ରତିଯୋଗୀଙ୍କ ଲେନ୍‌ ବଦଳ ଯୋଗୁ ଭାରତର ବ୍ରୋଞ୍ଜ୍‌ ପଦକ ରୌପ୍ୟକୁ ପରିବର୍ତ୍ତିତ ହୋଇଥିଲା।
୩୦୦୦ ମିଟର ଷ୍ଟିପଲଚେଜ୍‌ରେ ପାରୁଲ ୯:୨୭.୬୩ ସେକେଣ୍ଡ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତାଙ୍କ ବାହାରିନ ପ୍ରତିଯୋଗୀ ଗେମ୍ସ ରେକର୍ଡ ସହ ୯:୧୮.୨୮ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ପାଇଥିଲେ। ପୂର୍ବରୁ ଏସିଆନ ଗେମ୍ସ ରେକର୍ଡ ୯:୩୧.୩୬ ସେକେଣ୍ଡ ଥିଲା। ୨୦୧୪ ଏସିଆନ ଗେମ୍ସରେ ବାହାରିନର ଜେବେଟ ରୁଥ୍‌ ଏହି ରେକର୍ଡର ଅଧିକାରିଣୀ ଥିଲେ। ପାରୁଲ କିନ୍ତୁ ଏଠାରେ ନିଜ ଜାତୀୟ ରେକର୍ଡ ୯:୧୫.୩୧ ସେକେଣ୍ଡ ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲେ। ସେ ବୁଦାପେଷ୍ଟ ବିଶ୍ୱ ଚାମ୍ପିୟନଶିପ୍‌ରେ ଏହି ଟାଇମିଂ ସହ ଅଲିମ୍ପିକ୍ସ ଯୋଗ୍ୟତା ପାଇଥିଲେ। ତାଙ୍କ ସାଥୀ ପ୍ରୀତି ୯:୪୩.୩୨ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ମହିଳା ଲଙ୍ଗଜମ୍ପରେ ଆନ୍‌ସି ଦୁଇଥର ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ୬.୬୩ ମିଟର କ୍ଲିୟର କରି ରୌପ୍ୟ ପଦକ ପାଇଥିଲେ। ଚାଇନାର ଶିକି ଜିଅଙ୍ଗ ୬.୭୩ ମିଟର ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭିଏତନାମର ନାଗା ୟାନ ୟୁ ୬.୫୦ ମିଟର ସହ ବ୍ରୋଞ୍ଜ ପାଇଥିଲେ। ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅନ୍ୟତମ ଭାରତୀୟ ଶାଇଲି ସିଂ ୫ମ ସ୍ଥାନରେ ରହିଥିଲେ।
୪x୪୦୦ ମିଟର ମିକ୍ସଡ ଟିମ୍‌ ରିଲେରେ ଭାରତର ମହମ୍ମଦ ଆଜମଲ ଭାରିୟାଥୋଡି, ଭିଥ୍ୟା ରାମରାଜ, ରାଜେଶ ରମେଶ ଓ ଶୁଭା ଭେଙ୍କଟେଶ୍‌ ୩:୧୪.୩୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ମାତ୍ର ୩:୧୪.୨୫ ସେକେଣ୍ଡ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶ୍ରୀଲଙ୍କା ଦଳ ଲାଇନ୍‌ ବଦଳ କରିଥିବା କାରଣରୁ ଅଯୋଗ୍ୟ ଘୋଷିତ ହୋଇଥିଲା। ଫଳରେ ଭାରତକୁ ରୌପ୍ୟ ପଦକ ମିଳିଥିଲା। ବାହାରିନ ଦଳ ୩:୧୪.୦୨ ଓ କାଜାଖସ୍ତାନ ଦଳ ୩:୨୪.୮୫ ସେକେଣ୍ଡ ସହିତ ଯଥାକ୍ରମେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ପାଇଥିଲେ। ପୁରୁଷ ୨୦୦ ମିଟରରେ ଭାରତର ଅମ୍ଳାନ ବୋରଗୋହେନ ୨୦.୯୮ ସେକେଣ୍ଡ ନେଇ ୬ଷ୍ଠ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କ ରୋଗରେ ପୀଡ଼ିତ ଶ୍ୟାମଘନ, ଅର୍ଥାଭାବ ନେଇ ଚିନ୍ତାରେ ପରିବାର

କର୍ଲାମୁଣ୍ଡା,୧୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗ୍ରାମର ଶ୍ୟାମଘନ ସାହୁ(୩୩) ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

ରେଢ଼ାଖୋଲ ବିକାଶ ଓ ଇକୋ ପାର୍କକୁ ଅବହେଳା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି ରୋହିତ ପୂଜାରୀ କହିଲେ ଏମିତି…

ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି…

ଦିଗପହଣ୍ଡି ସହରକୁ ଦୂଷିତ ପାନୀୟ ଜଳ ଯୋଗାଣକୁ ନେଇ ଜନଅସନ୍ତୋଷ, ଜନସ୍ବାସ୍ଥ୍ୟ ବିଭାଗ କହିଲା….

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରକୁ ମୌଳାଭଞ୍ଜା ସ୍ଥିତ ଘୋଡ଼ାହାଡ଼ ନଦୀରୁ ସ୍ଥାନୀୟ ଜନସ୍ବାସ୍ଥ୍ୟ ପାନୀୟଜଳ (ପିଏଚଡି) କାର୍ଯ୍ୟାଳୟ ପକ୍ଷରୁ ପାଇପ ଯୋଗେ ପାନୀୟ…

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri