Odisha Elections 2024

ସରପଞ୍ଚଙ୍କ ଧାରଣା ଯୋଗୁ ଗ୍ରାମସଭା ବାତିଲ

ବରୀ,୩ା୧୦(ମହେନ୍ଦ୍ର ସ୍ବାଇଁ): ଗତ ୨୫ ତାରିଖରୁ ରାଜ୍ୟବ୍ୟାପୀ ସରପଞ୍ଚ ସଂଘ ତରଫରୁ ୧୫ ଦଫା ଦାବି ନେଇ ଆନ୍ଦୋଳନ ଜାରି ରହିଛି। ମୁଖ୍ୟତଃ ଗାନ୍ଧୀ ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭା ହେବ ବୋଲି ନିୟମ ରହିଛି। ସରପଞ୍ଚମାନେ ଆନ୍ଦୋଳନରତ ଥିବାରୁ ବରୀ ବ୍ଲକର ୨୯ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଛି ।ଫଳରେ ଗ୍ରାମସଭା ହୋଇ ନ ଥିବା ସୂଚନା ମିଳିଛି।
ରବିବାର ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସରପଞ୍ଚମାନେ ଯୋଗ ନ ଦେବା ଓ ସୋମବାର ଗ୍ରାମସଭାରେ ସରପଞ୍ଚଙ୍କ ଅନୁପସ୍ଥିତ ଯୋଗୁ ଏହି ଦୁଇ କାର୍ଯ୍ୟକ୍ରମ ହୋଇନାହିଁ । ହେଲେ ବ୍ଲକ ପ୍ରଶାସନ ତରଫରୁ ପଞ୍ଚାୟତ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀମାନେ ସ୍ବଚ୍ଛ ଭାରତ ଅଭିଯାନ ଓ ଗ୍ରାମସେବା କରାଯାଇଛି ବୋଲି ଦାବି କରିଛନ୍ତି । ହେଲେ ବରୀ ବ୍ଲକ ସରପଞ୍ଚ ସଂଘ ତରଫରୁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଏ ସଂକ୍ରାନ୍ତରେ ଅଭିଯୋଗ କରାଯାଇଛି ା ଗ୍ରାମସଭା କି ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ହୋଇନାହିଁ । ମିଥ୍ୟା କାଗଜପତ୍ରରେ ଉପରୋକ୍ତ ୨ଟି କାର୍ଯ୍ୟକ୍ରମ ହୋଇଛି ବୋଲି ଦର୍ଶାଯାଇଛି । ବ୍ଲକ ପ୍ରଶାସନ ଅତ୍ୟନ୍ତ ନିର୍ଲଜ ଭାବେ କାମ କରୁଛି ବୋଲି ସରପଞ୍ଚ ସଂଘର ସଭାପତି ସବିତା ସାମଲ ଓ ସମ୍ପାଦକ ମାନସ ଜେନା କହିଛନ୍ତି ।
ଗ୍ରାମ ପଞ୍ଚାୟତ ଆକ୍ଟ-୭୩ ଅନୁଯାୟୀ ପଞ୍ଚାୟତ ସମସ୍ତ କ୍ଷମତା ସରପଞ୍ଚମାନଙ୍କୁ ପ୍ରଦାନ ନ କରିବା ପର୍ଯ୍ୟନ୍ତ ସରପଞ୍ଚ ସଂଘ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ସରପଞ୍ଚ ସଂଘର ସଭାପତି ସାମଲ ଓ ସମ୍ପାଦକ ଜେନା କହିଛନ୍ତି, ଆନ୍ଦୋଳନରେ ଥିବାରୁ ସଂଘର ନିଷ୍ପତ୍ତିକୁ ମାନି ସ୍ବଚ୍ଛ ଭାରତ ଅଭିଯାନ ଓ ଗ୍ରାମସଭାରେ ଯୋଗ ଦେଇ ନାହୁଁ । ଅପରପକ୍ଷେ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri