ରାଜନୀତିରେ ପାଦ ରଖିଲେ କ୍ରିକେଟର ଅମ୍ବାତି ରାୟୁଡୁ
ଅମରାବତୀ,୩୦।୬: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ତାଙ୍କ ଜୀବନର ନୂଆ ଇନିଂସ ଘୋଷଣା କରିଛନ୍ତି। ସେ ଖୁବ୍ଶୀଘ୍ର ଆନ୍ଧ୍ରପ୍ରଦେଶ ରାଜନୀତିରେ ପାଦ ରଖିବେ ବୋଲି ରାୟୁଡୁ କହିଛନ୍ତି। ରାୟୁଡୁ ଆଇପିଏଲ ୨୦୨୩ର ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ତାଙ୍କର…
ଏସ୍ଏଚ୍ଜି ସଭ୍ୟାଙ୍କୁ ମିଳୁନି ସାଇକେଲ
ବ୍ରହ୍ମପୁର,୩୦ା୬(ସ୍ମୃତି ରଞ୍ଜନ ମହାଲିକ): ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏପରିକି ସହରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ…
ବାହାନଗା ଦୁର୍ଘଟଣା : ଆଜି ହୋଇପାରେ ଦାବିଦାର ନ ଥିବା ମୃତଦେହ ସତ୍କାର
ଭୁବନେଶ୍ୱର,୩୦।୬(ଅଭିଜିତ ଦାସ/ ଅନୁରାଧା ମହାରଣା): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୮୧ ଯାତ୍ରୀଙ୍କ ମୃତଦେହକୁ ଚିହ୍ନଟ ପାଇଁ ଏମ୍ସ ପରିସରରେ ସଂରକ୍ଷିତ କରି ରଖାଯାଇଛି। ତେବେ ଏଥିମଧ୍ୟରୁ ଦାବିଦାର ନ ଥିବା ମୃତଦେହଗୁଡିକୁ ସତ୍କାର ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଏଥିପାଇଁ…
ଶୁଦ୍ଧିକ୍ରିୟା ହୋଇ ନ ଥିବାରୁ ଗାଁ ବାରଣ
ଭୁବନେଶ୍ୱର,୩୦।୬(ଅଭିଜିତ ଦାସ): ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଇତିମଧ୍ୟରେ ୨୭ଦିନ ବିତିଛି। ହେଲେ ଏଯାଏ ୮୧ ମୃତଦେହ ଚିହ୍ନଟ ହୋଇପାରୁ ନାହିଁ। ମୃତଦେହକୁ ଅପେକ୍ଷା କରି ନିରାଶ ହେବା ପରେ ବହୁ ଦାବିଦାର ଗାଁକୁ ଫେରିଯାଇଥିବାବେଳେ ଆଉ କିଛି ପରିବାର ଏବେ…
‘ସୁନା ନୁହେଁ, ପିତ୍ତଳ ଥାଳିରେ ଖାଉଛନ୍ତି ମହାପ୍ରଭୁ’
ପୁରୀ, ୩୦ା୬(ଅଜିତ୍ ମହାନ୍ତି): କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ପିତ୍ତଳ ଥାଳିରେ ଖାଉଛନ୍ତି ଏବଂ ପୁରୁଣା ଅଳଙ୍କାର ପରିଧାନ କରୁଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରଚୁର ରତ୍ନଅଳଙ୍କାର ଗଚ୍ଛିତ ରହିଥିଲେ ମଧ୍ୟ ଜଗତ ଠାକୁରଙ୍କ ବ୍ୟବହାରରେ ତାହା ଲାଗିପାରୁନାହିଁ। ଏହାଠୁ…
ସରୁନି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ: ଯାତାୟାତରେ ଅସୁବିଧା
ନାଉଗାଁ,୩୦ା୬ (ସୁଧା ବେହୁରା): ଗ୍ରାମାଞ୍ଚଳରେ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବସୁଧା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ପାଇପ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି।…
ଆବାସ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ
ନୂଆଗାଁ,୩୦।୬(ଧନେଶ୍ୱର ସାହୁ): ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନୟମିତତା ହୋଇଛି । ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବାଦ୍ ଦିଆଯାଇଛି । ହିତାଧିକାରୀ ଚୟନର ପ୍ରତିବାଦ କରି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ…
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୦।୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ସେ ଟେକ୍ନୋଲୋଜି ଫ୍ୟାକଲ୍ଟି, କମ୍ପ୍ୟୁଟର ସେଣ୍ଟର ଏବଂ ଏକାଡେମିକ ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ରୀଡ଼ା କମ୍ପ୍ଲେକ୍ସର ବହୁମୁଖୀ ହଲରେ ପୂର୍ବାହ୍ନ ପ୍ରାୟ…
ଜଙ୍ଗଲ ଜମିରେ କୋଟଗଡ଼ ପାର୍କ
ନୟାଗଡ଼ ଅଫିସ,୩୦ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ରଣପୁର ତହସିଲ କୋଟଗଡ଼ ରାଜସ୍ବ ମୌଜାରେ ସରକାରୀ ଜମି, ମୁଣ୍ଡିଆ ଜମି, ରକ୍ଷିତ ଜଙ୍ଗଲ କିସମ ଜମିରେ ବେଆଇନ ଭାବେ କୋଟଗଡ ପାର୍କ, ରିସୋର୍ଟ, କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି ବୋଲି ଅଭିଯୋଗ ହୋଇଛି…
ମାଆ ହେବାକୁ ଯାଉଛନ୍ତି ଜୈସଲମେର କଲେକ୍ଟର ଟିନା ଡାବି, ପତ୍ର ଲେଖି ମାଗିଲେ ଛୁଟି
ଜୈଲସମେର,୩୦।୬: ଜୈସଲମେର କଲେକ୍ଟର ତଥା ଆଇଏଏସ ଟିନା ଡାବି ଏବେ ଗର୍ଭବତୀ। ସେ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି। ଏଥିପାଇଁ ସେ ସରକାରଙ୍କୁ ପତ୍ର ଲେଖି ମ୍ୟାଟରନିଟି ଲିଭ ମାଗିଛନ୍ତି। ଏହାପରେ ଜଣାପଡିଛି ଯେ ସେ ଗର୍ଭବତୀ ଅଛନ୍ତି। କିଛିଦିନ ହେବ…
ଜମି ଦେଇ ଗାଁକୁ ରାସ୍ତା ନିର୍ମାଣ କଲେ ବୃଦ୍ଧ
ନୂଆଗାଁ,୩୦।୬ (ଧନେଶ୍ୱର ସାହୁ): ଆଦିବାସୀ ଗାଁକୁ ରାସ୍ତାଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ନେତା , ବ୍ଲକ ପ୍ରଶାସନକୁ ଗ୍ରାମବାସୀ ବାରମ୍ବାର ଗୁହାରୀ କରିଥିଲେ। ହେଲେ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ହେଲେ ସମ୍ପୃକ୍ତ ଗ୍ରାମର ମନେଇ କହଁର ନାମକ…
ଟମାଟୋ କିଣିବାକୁ ଡର, କିଲୋ ୧୦୦ରୁ ଅଧିକ
ପାରଳାଖେମୁଣ୍ଡି,୩୦ା୬(ଗିରିଧାରୀ ପରିଛା): ବଢୁଛି ପରିବା ଦର। ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ। ନିମ୍ନ ଓ ମଧ୍ୟବିତ୍ତ ପରିବାରର ଲୋକେ ପରିବା କିଣିବା ଆଗରୁ ଦଶ ଥର ଭାବୁଛନ୍ତି। ପାରଳାଖେମୁଣ୍ଡି ସହରରେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି। ମାସକ ତଳେ…
Archives


