Posted inଖେଳ

‘ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ପଦକରୁ ବଞ୍ଚିତ ହେଲି’

ହାଙ୍ଗ୍‌ଝୋ, ୩ା୧୦ ଭାରତର ସ୍ବପ୍ନା ବର୍ମନ ସୋମବାର ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଚଳିତ ଏସିଆନ ଗେମ୍ସରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ବ୍ରୋଞ୍ଜ ପଦକ ହାସଲରୁ ସେ ବଞ୍ଚିତ ହୋଇଛନ୍ତି। ଜାକର୍ତ୍ତାରେ ଏସିଆନ ଗେମ୍ସର ୨୦୧୮ ସଂସ୍କରଣରେ ଏକ ସ୍ବର୍ଣ୍ଣ ପଦକ ଜିତିଥିବା ସ୍ବପ୍ନା ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟରେ ପରୋକ୍ଷରେ ନିଜ ଦେଶର ନନ୍ଦିନୀ ଆଗାସାରାଙ୍କୁ ଲକ୍ଷ୍ୟକରି କହିଥିଲେ। ସେ ଜଣେ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ମହିଳା ଇଭେଣ୍ଟରେ ଅଂଶଗ୍ରହଣ ପାଇଁ ଅଯୋଗ୍ୟ ଥିଲେ। ତାଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦେବା ଆଥ୍‌ଲେଟିକ୍ସର ନିୟମ ବିରୁଦ୍ଧ। ହାଙ୍ଗ୍‌ଝୋଠାରେ ରବିବାର ନନ୍ଦିନୀ ମହିଳା ହେପ୍ଟାଥଲନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ବପ୍ନା ତାଙ୍କ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇ ନ ଥିଲେ। ସେ ଚତୁର୍ଥ ହୋଇଥିଲେ। ନନ୍ଦିନୀ ଜଣେ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ସେ ପ୍ରକୃତରେ ବ୍ରୋଞ୍ଜ ପଦକର ହକ୍‌ଦାର।
କିନ୍ତୁ କିଛି ଘଣ୍ଟା ପରେ ସୋସିଆଲ ମିଡିଆରୁ ସେ ତାଙ୍କ ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଏହି ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛି। ନନ୍ଦିନୀ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ମୋଟ ୫୭୧୨ ପଏଣ୍ଟ ଅର୍ଜନ କରିଥିଲେ। ସେ ହେପ୍ଟାଥଲନର ଫାଇନାଲ ଇଭେଣ୍ଟ ୮୦୦ମିଟର ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିବା ଦ୍ୱାରା ବର୍ମନଙ୍କୁ ପଛରେ ପଦକ ପକ୍କା କରିଥିଲେ। ୮୦୦ମିଟର ଇଭେଣ୍ଟ ବ୍ୟତୀତ ନନ୍ଦିନୀ ୨୦୦ମିଟର ରେସ୍‌ ମଧ୍ୟ ଜିତିଥିଲେ। ଏଥରୁ ତାଙ୍କୁ ୯୩୬ ପଏଣ୍ଟ ମିଳିଥିଲା। ଚଳିତବର୍ଷ ମାର୍ଚ୍ଚ ୩୧ରେ ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ଲାଗୁ କରାଯାଇଥିବା ଏକ ନିୟମାନୁସାରେ ଯେଉଁ ମହିଳା ଆଥ୍‌ଲେଟଙ୍କ ଶରୀରରେ ମାତ୍ରାଧିକ ପୁରୁଷ ହରମୋନ ଥିବ ସେ ମହିଳା ବିଶ୍ୱ ର଼୍ୟାଙ୍କିଙ୍ଗ ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣରୁ ବଞ୍ଚତ୍ତ ହେବେ। ପାଞ୍ଚ ବର୍ଷ ପୂର୍ବେ ଜାକର୍ତ୍ତା ଗେମ୍ସରେ ଏହି ଇଭେଣ୍ଟରେ ଏକ ସ୍ବର୍ଣ୍ଣ ଜିତିଥିବା ସ୍ବପ୍ନା ୫୭୦୮ ଅଙ୍କ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଚାଇନାର ନିନାଲି ଝେଙ୍ଗ୍‌ ମୋଟ ୬୧୪୯ ପଏଣ୍ଟ ସଂଗ୍ରହ କରି ଏଥର ମହିଳା ହେପ୍ଟାଥଲନରେ ସ୍ବର୍ଣ୍ଣ ଜିତିଛନ୍ତି। ଉଜ୍‌ବେକିସ୍ତାନର ଏକାଟରିନା ଭୋରୋନିନା ୬୦୫୬ ପଏଣ୍ଟ ସହ ରୌପ୍ୟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?