Posted inଖେଳ

ଓପନର, ସ୍ପିନରଙ୍କୁ ନେଇ ଚିନ୍ତାରେ ପାକିସ୍ତାନ

ହାଇଦ୍ରାବାଦ,୩ା୧୦:ପାକିସ୍ତାନକୁ ବିଶ୍ୱ କ୍ରିକେଟର ଏକ ମହାଶକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ନିକଟ ଅତୀତରେ ଆଇସିସି ଟୁର୍ନାମେଣ୍ଟ ଗୁଡିକରେ ଦଳର ପ୍ରଦର୍ଶନ ବେଶ୍‌ ଭଲ ମଧ୍ୟ ରହିଛି। ତେବେ ସଦ୍ୟ ସମାପିତ ଏସିଆ କପରେ ପାକିସ୍ତାନ ଦଳର ଦୁର୍ବଳତା ପଦାରେ ପଡିଛି। ଦଳର ସ୍ପିନର ଓ ଓପନରଙ୍କ ପ୍ରଦର୍ଶନକୁ ନେଇ ଚିନ୍ତାରେ ରହିଛି ମ୍ୟାନେଜମେଣ୍ଟ। ଭାରତରେ ବିଶ୍ୱକପ ହେବାକୁ ଥିବା ବେଳେ ଏଠାରେ ପ୍ରଦର୍ଶନ କଲେ ଖେଳାଳିମାନେ ରାତାରାତି ଷ୍ଟାର ବନିବାର ସମ୍ଭାବନା ଅଧିକ। କ୍ରିକେଟ ବିଶ୍ୱକପକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ପାକିସ୍ତାନ ଶକ୍ତି, ସାମର୍ଥ୍ୟ ଓ ଦୁର୍ବଳତା ଉପରେ ଏକ ନଜର….

ଶକ୍ତି ଓ ସାମର୍ଥ୍ୟ: ପାକିସ୍ତାନର ପେସ୍‌ ବୋଲିଂ ଆଟାକ ଏହାର ଅମୋଘ ଅସ୍ତ୍ର ରହିବ। ନଶିମ ଶାହାଙ୍କ ପରି ଖେଳାଳି ଆହତ ଥିଲେ ମଧ୍ୟ ପାକିସ୍ତାନର ବୋଲିଂ ଲାଇନଅପ୍‌ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓ ଏହା ଭାରତୀୟ ପରିବେଶର ଫାଇଦା ଉଠାଇ ପାରିବାରେ ସମର୍ଥ ହେବ। ଭାରତରେ ଆରମ୍ଭରୁ ବଲ୍‌ ସୁଇଙ୍ଗ ହେଉଥିବା ବେଳେ ଶାହିନ୍‌ ଆଫ୍ରିଦି ଏହାର ଫାଇଦା ଉଠାଇ ପାରିବେ। ତାଙ୍କର ଅନ୍ୟତମ ବୋଲିଂ ପାର୍ଟନର ଭାବରେ ହାରିସ୍‌ ରୌଫ୍‌ ଓ ହସନ ଅଲୀ ରହିବେ। ଉଭୟ ଖେଳାଳି ଦ୍ରୁତ ଗତିରେ ବଲ୍‌କୁ ସୁଇଂ କରାଇବାରେ ସକ୍ଷମ ଅଟନ୍ତି। ସେହିପରି ବ୍ୟାଟିଂରେ ବାବର ଆଜମ ଓ ମହମ୍ମଦ ରିଜଓ୍ବାନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ଫର୍ମରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ।
ଦୁର୍ବଳତା: ନଶିମ୍‌ ଶାହାଙ୍କ ଅନୁପସ୍ଥିତି ପାକିସ୍ତାନ ଦଳର ଦୁର୍ବଳ ଲିଙ୍କ ଭାବରେ ବିବେଚନା କରାଯାଉଛି। ଶାହିନ୍‌ଙ୍କ ସହ ନସିମ ଏକ ଚମତ୍କାର ଆକ୍ରମଣର ସର୍ଜନା କରୁଥିଲେ। ତେବେ ପ୍ରଥମ ଅଭ୍ୟାସ ମ୍ୟାଚରେ ହାରିସ୍‌ ରୌଫ୍‌ ଓ ହସନ ଅଲୀ ଏତେଟା ପ୍ରଭାବୀ ସାବ୍ୟସ୍ତ ହୋଇ ନ ଥିଲେ। ବିପକ୍ଷ ଦଳର ବ୍ୟାଟଙ୍କ ଉପରେ ଏହା ଚାପ ହ୍ରାସ କରିବା ନେଇ ଆକଳନ କରାଯାଉଛି। ପାକିସ୍ତାନର ଓପନିଂ ଯୋଡି ମଧ୍ୟ ଫର୍ମରେ ନାହାନ୍ତି। ଇମାମ ଉଲ ହକଙ୍କ ଆଭରେଜ ୫୦ରୁ ଅଧିକ ରହିଥିବା ବେଳେ ସେ ଫାଖର ଜମନ ବିଗତ କିଛି ମ୍ୟାଚ୍‌ ଧରି ଫର୍ମରେ ନ ଥିବା ଭଳି ପ୍ରତୀୟମାନ ହେଉଛି। ଏହା ସହିତ ଇମାମ ଉଲ୍‌ ହକଙ୍କ ଷ୍ଟ୍ରାଇକରେଟ ୮୨.୧୮ ରହିଥିବା ବେଳେ ଏହା ମଧ୍ୟ ଦଳ ପାଇଁ ସମସ୍ୟା। ସ୍ପିନରଙ୍କ ମଧ୍ୟରେ ଶାଦାବ ଖାଁ ଓ ମହମ୍ମଦ ନଓ୍ବାଜ ମଧ୍ୟ ଭଲ ଫର୍ମରେ ନାହାନ୍ତି।

ସୁଯୋଗ: ପାକିସ୍ତାନ ଦଳର ମଧ୍ୟକ୍ରମରେ ଖେଳୁଥିବା ସୌଦ୍‌ ଶକିଲ୍‌, ଇଫତିଖାର ଅହମଦ ଓ ଆଘା ସଲମାନଙ୍କ ନିକଟରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିବ। ତେବେ ୩ ଜଣ ଖେଳାଳି ଏକତ୍ର ସ୍ଥାନ ପାଇବା ଅସମ୍ଭବ। ଟେଷ୍ଟରେ ଶକିଲଙ୍କ ଆଭରେଜ ୮୭.୫୦ ରହିଥିବା ବେଳେ ଦିନିକିଆରେ ସେ ନିଜର ଉପସ୍ଥିତି ଜାହିର କରିବାକୁ ଚାହିଁବେ। ସେହିପରି ଇଫତିଖାର ଓ ଆଘା ସଲମାନ ପାର୍ଟ ଟାଇମ ସ୍ପିନ ବୋଲିଂ କରୁଥିବାରୁ ଏହା ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।
ବିପଦ: ନଶିମ୍‌ଙ୍କ ଅନୁପସ୍ଥିତି ବୋଲିଂରେ ଦଳର ସନ୍ତୁଳନ ଖରାପ କରିଛି। ଏହା ଦଳ ପାଇଁ ବିପଜ୍ଜନକ ହୋଇପାରେ ବୋଲି ଉପ ଅଧିନାୟକ ଶାଦାବ ଖାଁ କହିଛନ୍ତି। ଏହା ସହିତ ଏକାଧିକ ସମୟରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ପାକିସ୍ତାନ ନିଜ ପାଇଁ ବଡ ବିପଦ ବୋଲି ଶାଦାବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?