Home Left

ଓଡ଼ିଆରେ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ମଧ୍ୟ ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର,୪-୯(ବ୍ୟୁରୋ):ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଓଡିଆରେ ଟୁଇଟ୍‌ କରି ନୂଆଁଖାଇ ଜୁହାର ଜଣାଇଛନ୍ତି। ଏହି ଅବସରରେ ସମାଜର ସବୁବର୍ଗ…

‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌’:ରାଜେଶ ପ୍ରଥମ ଓଡ଼ିଆ ଆଞ୍ଚଳିକ ନିର୍ଦ୍ଦେଶକ

ଭୁବନେଶ୍ୱର,୪-୯(ବ୍ୟୁରୋ):ବିଶ୍ୱର ଜଣାଶୁଣା ବିଉଟି ପାଜେଣ୍ଟ୍‌ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଚାର୍ମିଂ ଫେସ୍‌’ର ୩ୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ଅକ୍ଟୋବର ୧୩ରେ ଗୋଆରେ ଏହାର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ। ତେବେ…

ଚାକିରି ଦେବା ନଁାରେ ଯୁବତୀଙ୍କୁ ବଳାତ୍କାର:ଅର୍ଥ ଲଗାଣକାରୀ ସଂସ୍ଥାର ଓଡ଼ିଶା ମୁଖ୍ୟ ଗିରଫ

କଟକ ରୋଡ,୪-୯(ଡି.ଏନ୍‌.ଏ.): ଜଣେ ଯୁବତୀଙ୍କୁ ଚାକିରି ଦେବା ନଁାରେ ହୋଟେଲରେ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ପୋଲିସ ଏକ ମାମଲା(ନଂ.୨୪୦/୧୯)ରୁଜୁ କରିବା ସହ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଉତ୍ତରପ୍ରଦେଶ ଭାପୁର ଜିଲାର…

ଫନୀ ମାଡ଼ରେ ଦୋହଲିଗଲା ବିଦ୍ୟୁତ୍‌ ଭିତ୍ତିଭୂମି; ଖାମଖିଆଲ ଓପିଟିସିଏଲ୍‌: ୧୫କୋଟି ବରବାଦ

ଭୁବନେଶ୍ୱର,୪-୯: ଗତ ମେ’ ୩ରେ ପୁରୀ ଉପକୂଳ ଛୁଇଁଥିବା ବାତ୍ୟା ‘ଫନୀ’ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ବ୍ୟାପକ କ୍ଷତି କରିଥିଲା। ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବିଦ୍ୟୁତ୍‌ ଭିତ୍ତିଭୂମି। ହଜାର ହଜାର ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ନଷ୍ଟ ହୋଇଥିବାବେଳେ…

ବଡ଼ଦାଣ୍ଡରେ ଗର୍ଜିଲେ ସାଧୁସନ୍ଥ:ବଡ଼ଆଖଡା ମଠ ଉଚ୍ଛେଦ ସାମୟିକ ସ୍ଥଗିତ

ପୁରୀ ଅଫିସ,୪-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଆକର୍ଷଣୀୟ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ସେମାନଙ୍କୁ ସନ୍ତୁଷ୍ଟ କରିପାରିନି। ବରଂ ସେମାନଙ୍କ ପ୍ରତିବାଦକୁ ଆହୁରି ଶାଣିତ…

ପ୍ୟାକ୍ସରେ ଦୁର୍ନୀତି, ପ୍ରିୟାପ୍ରୀତି ମାମଲା:୩ବର୍ଷ ହେବ ମହିଳା ଚାଷୀଙ୍କୁ ମିଳିନି ଋଣ

ଯାଜପୁର ଅଫିସ,୪-୯:ଯାଜପୁର ଜିଲାର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ)ରେ ଦୁର୍ନୀତି ଓ ପ୍ରିୟାପ୍ରୀତିକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି। ଏବେ ପୁଣି ଚାଷୀଙ୍କୁ ୩ବର୍ଷ ହେଲା କୃଷି ଋଣ ମିଳୁ ନ ଥିବା ନେଇ ଅଭିଯୋଗ…

ପୁଞ୍ଜି ବଜାର ଉପରେ ମାନ୍ଦାବସ୍ଥା ମାଡ;ନିବେଶକ ହରାଇଲେ ୨.୫୫ ଲକ୍ଷ କୋଟି

ନୂଆଦିଲ୍ଲୀ, ୪-୯: ଘରୋଇ ବଜାରରେ ବାଣିଜ୍ୟ ସମସ୍ୟା ଏବଂ ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ପୁଞ୍ଜି ବଜାର ଉପରେ ପରିଲକ୍ଷିତ ହୋଇଛି। ଏଭଳି ପ୍ରମୁଖ କାରଣ ଲାଗି ମଙ୍ଗଳବାର ଦେଶର ପୁଞ୍ଜି ବଜାର ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ସମୟରେ ନିବେଶକମାନେ…

୯.୧ ଲକ୍ଷ କୋଟିକୁ ଖସିପାରେ ଏନ୍‌ପିଏ

ନୂଆଦିଲ୍ଲୀ, ୪-୯: ଦେଶରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ଆର୍ଥତ୍କ ବର୍ଷ ୨୦୧୯-୨୦ରେ ୯.୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିପାରେ।୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ୯.୪ ଲକ୍ଷ କୋଟି ଟଙ୍କା ରହିଥିବା ଆସୋଚାମ ଏବଂ…

ଆଇଡିବିଆଇ ବ୍ୟାଙ୍କକୁ ମିଳିବ ୯୩୦୦ କୋଟି ପୁଞ୍ଜି ସହାୟତା

ନୂଆଦିଲ୍ଲୀ, ୪-୯: ଆଇଡିବିଆଇ ବ୍ୟାଙ୍କକୁ କେନ୍ଦ୍ର ସରକାର ୯,୩୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବେ। ବ୍ୟାଙ୍କର ପୁଞ୍ଜିକୁ ବୃଦ୍ଧି କରିବା ତଥା ଏହାକୁ ଲାଭଜନକ ସ୍ଥିତିକୁ ଆଣିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ…

୯ ମାସର ସବୁଠାରୁ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ, ୪-୯: ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ଗଭୀର ଭାବେ ହ୍ରାସ ହୋଇଛି। ଡଲାର ତୁଳନାରେ ଟଙ୍କା ୯ ମାସର ସବୁଠାରୁ ନିମ୍ନ ସ୍ତରରେ ରହିଛି। ଟଙ୍କା ମୂଲ୍ୟରେ ମଙ୍ଗଳବାର ୯୭% ପଇସା ହ୍ରାସ ଘଟିଥିବା ଜଣା ପଡିଛି। ଏହା…

ଏସିଆର ୨୦ ପରିବାର ସମ୍ପତ୍ତି;୨୦ ଗରିବ ଦେଶର ସମ୍ପତ୍ତି ସହ ସମାନ

ନୂଆଦିଲ୍ଲୀ, ୪-୯: ଏସିଆର ସବୁଠାରୁ ୨୦ ଅତି ଧନଶାଳୀ ପରିବାର ନିକଟରେ ୪୫୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଏହି ୨୦ ପରିବାରର ସମ୍ପତ୍ତି ଏସିଆର ୨୦ ଗରିବ ଦେଶର ମୋଟ ସମ୍ପତ୍ତି ସହ ସମାନ ବୋଲି ବ୍ଲୂମବର୍ଗ ପକ୍ଷରୁ…

ସିଂହଦ୍ୱାର ନିକଟରେ ସାଧୁସନ୍ଥଙ୍କ ଚେତାବନୀ: ଜୀବନ ଦେବୁ ପଛେ ମଠ ଛାଡ଼ିବୁନି

ପୁରୀ ଅଫିସ, ୩ା୯: ଜୀବନ ଦେବୁ ପଛେ, ମଠ ଛାଡ଼ିବୁନି। ମୋଗଲ ଶାସନ ହାଏ ହାଏ…। କଳାପାହାଡ଼ ଶାସନ ଚଳିବ ନାହିଁ, ଯଦି ଚଳିବ ନିଅଁା ଜଳିବ। ମଙ୍ଗଳବାର ଅପରାହ୍ନରେ ଏମିତି କିଛି ପ୍ରଶାସନ ବିରୋଧୀ ନାରା ଶୁଣିବାକୁ ମିଳିଥିଲା ସିଂହଦ୍ୱାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?