ଆଇଡିବିଆଇ ବ୍ୟାଙ୍କକୁ ମିଳିବ ୯୩୦୦ କୋଟି ପୁଞ୍ଜି ସହାୟତା

ନୂଆଦିଲ୍ଲୀ, ୪-୯: ଆଇଡିବିଆଇ ବ୍ୟାଙ୍କକୁ କେନ୍ଦ୍ର ସରକାର ୯,୩୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବେ। ବ୍ୟାଙ୍କର ପୁଞ୍ଜିକୁ ବୃଦ୍ଧି କରିବା ତଥା ଏହାକୁ ଲାଭଜନକ ସ୍ଥିତିକୁ ଆଣିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଏହି ପୁଞ୍ଜି ସହାୟତା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଇଡିବିଆଇ ବ୍ୟାଙ୍କକୁ ଲାଭଜନକ ସ୍ଥିତିକୁ ଆଣିବା ଦିଗରେ ଏହି ପଦକ୍ଷେପ ସହାୟତା କରିବ। ଏ ଦିଗରେ ସରକାରଙ୍କ ଉଦ୍ୟମ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଉକ୍ତ ପୁଞ୍ଜି ସହାୟତା ଲାଭ କରିବା ଦ୍ୱାରା ବ୍ୟାଙ୍କ ଋଣ ପ୍ରଦାନ ଏବଂ ଲାଭ ହାସଲ କରିବାକୁ ସକ୍ଷମ ହେବ ବୋଲି ସେ କହିଛନ୍ତି। ବ୍ୟାଙ୍କରେ ସରକାର ଏବଂ ଏଲ୍‌ଆଇସି ଏକାସାଙ୍ଗରେ ପୁଞ୍ଜି ନିବେଶ କରିବେ। ଏହା ଦ୍ୱାରା ଏଲ୍‌ଆଇସି ଏବଂ ଆଇଡିବିଆଇ ଉଭୟଙ୍କର ଲାଭ ହେବ। ବ୍ୟାଙ୍କ ଉନ୍ନତ ସ୍ତରକୁ ଆସିବା ସହ ସରକାର ତାଙ୍କର ପ୍ରତିବଦ୍ଧତା ଦିଗରେ କାର୍ଯ୍ୟ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
୯ ହଜାର କୋଟି ଟଙ୍କା ମଧ୍ୟରୁ ସରକାର ୪୫୭୫ କୋଟି ଟଙ୍କା ପ୍ରଦାନ କରିବେ। ସେହିଭଳି ଏଥିରେ ଏଲ୍‌ଆଇସି ୪୭୦୦ କୋଟି ଟଙ୍କା ଦେବ। ଚଳିତ ବର୍ଷ ଜାନୁୟାରୀ ମାସରେ ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନକୁ ଏଲଆଇସି ଅଧିଗ୍ରହଣ କରିଥିଲା। ଏଭଳି ପଦକ୍ଷେପ ଦ୍ୱାରା ଆଇଡିବିଆଇ ରିଜର୍ଭ ବ୍ୟାଙ୍କର ପିସିଏ କାର୍ଯ୍ୟାନୁଷ୍ଠାନ ପରିସରରୁ ଶୀଘ୍ର ବାହାରିବ ବୋଲି ଆଶା କରାଯାଉଛି। ନିକଟରେ ବ୍ୟାଙ୍କ ଏହାର ନେଟ ଏନ୍‌ପିଏକୁ ୧୮.୮%ରୁ ୮%କୁ ହ୍ରାସ କରିଛି। ବର୍ତ୍ତମାନ ଆଇଡିବିଆଇ ୮୦୦ ଶାଖା ସହ ସେବା ଯୋଗାଉଛି। ବ୍ୟାଙ୍କରେ ୧୮ ହଜାର କର୍ମଚାରୀ ଏବଂ ୧.୫ କୋଟି ରିଟେଲ ଗ୍ରାହକ ରହିଛନ୍ତି। ୨୦୧୯ ଜୁନ ତ୍ରୈମାସରେ ବ୍ୟାଙ୍କର ନେଟ କ୍ଷତି ୩୮୦୧ କୋଟି ଟଙ୍କା ରହିଛି। ଯାହା ଗତ ବର୍ଷ ସମାନ ସମୟରେ ୨୪୧୦ କୋଟି ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଯଦି ମୋତେ ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri