ସିଂହଦ୍ୱାର ନିକଟରେ ସାଧୁସନ୍ଥଙ୍କ ଚେତାବନୀ: ଜୀବନ ଦେବୁ ପଛେ ମଠ ଛାଡ଼ିବୁନି

ପୁରୀ ଅଫିସ, ୩ା୯: ଜୀବନ ଦେବୁ ପଛେ, ମଠ ଛାଡ଼ିବୁନି। ମୋଗଲ ଶାସନ ହାଏ ହାଏ…। କଳାପାହାଡ଼ ଶାସନ ଚଳିବ ନାହିଁ, ଯଦି ଚଳିବ ନିଅଁା ଜଳିବ। ମଙ୍ଗଳବାର ଅପରାହ୍ନରେ ଏମିତି କିଛି ପ୍ରଶାସନ ବିରୋଧୀ ନାରା ଶୁଣିବାକୁ ମିଳିଥିଲା ସିଂହଦ୍ୱାର ନିକଟରେ। ନ ଥିଲା କୌଣସି ରାଲି କି ଶୋଭାଯାତ୍ରା। ଆଉ ଏହି ନାରା ସାଧାରଣ ଲୋକେ ଦେଉ ନ ଥିଲେ। ଗେରୁଆ ବସ୍ତ୍ର ପରିଧାନ କରିଥିବା ସାଧୁସନ୍ଥମାନେ ହିଁ ଏହିଭଳି ଢଙ୍ଗରେ ଗର୍ଜନ ଛାଡୁଥିଲେ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଥିବା ମଠ ଉଚ୍ଛେଦକୁ ବିରୋଧ କରି ଏମିତି ପ୍ରତିବାଦ କରିଥିଲେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ। ଶ୍ରୀକ୍ଷେତ୍ର ଆସିଲେ ଯେଉଁ ମଠରେ ସେମାନେ ରହି ଖାଇପିଇ ଫେରୁଥିଲେ ସେହି ମଠ ଭଙ୍ଗାଯିବ। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏମାନେ। ତେଣୁ ଏଭଳି ଢଙ୍ଗରେ ପ୍ରଶାସନକୁ ଚେତାଇ ଦେବାକୁ ଚେଷ୍ଟା କରିଥିଲେ ସାଧୁସନ୍ଥ।

ମଙ୍ଗଳବାର ବଡ଼ ଆଖଡା ମଠ ଭଙ୍ଗାଯିବାକୁ ପ୍ରଶାସନ ସ୍ଥିର କରିଥିଲା। ଏହାକୁ ବିରୋଧ କରି ସକାଳୁ ମଠରେ ସାଧୁସନ୍ଥମାନେ ମେଳି ହୋଇଥିଲେ। ଅଖିଳ ଭାରତୀୟ ସନ୍ଥ ସମିତି ସଙ୍ଗଠନ ମନ୍ତ୍ରୀ ବ୍ରହ୍ମଚାରୀ ତେଜମୟ ସ୍ବରୂପ କହିଛନ୍ତି, ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରି ଏହି ପ୍ରସଙ୍ଗକୁ ଜାତୀୟସ୍ତରକୁ ନେଉଛୁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀମନ୍ଦିରର ସୁରକ୍ଷା ପାଇଁ ମଠ ପରମ୍ପରା ଗଢ଼ିଉଠିଥିଲା। ମଠ ପରମ୍ପରାର ମୁଖ୍ୟ ହେଲେ ଗୁରୁମାନେ। ଆମର ପୂର୍ବ ଗୁରୁମାନେ ଶିଷ୍ୟ ଏବଂ ଭକ୍ତଙ୍କୁ ସାଥୀରେ ନେଇ ଶ୍ରୀମନ୍ଦିରକୁ ଆକ୍ରମଣ ସମୟରେ ସୁରକ୍ଷା ଦେଉଥିଲେ। ଯେତେବେଳେ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ ହୋଇଥିଲା ସେତେବେଳେ ଏ ପ୍ରଶାସନ କିମ୍ବା ସରକାର ନ ଥିଲେ। ସେହିପରି ମଠ, ମନ୍ଦିର ପାଇଁ ଦେବୋତ୍ତର କମିଶନ ରହିଛନ୍ତି। ହେଲେ ଦେବୋତ୍ତର କମିଶନ ମଠକୁ ଅସୁରକ୍ଷିତ ବୋଲି କହିନାହାନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀ ବିପଦସଙ୍କୁଳ କହି ଭାଙ୍ଗିବା ପାଇଁ ଚାପ ପକାଉଥିବା ତେଜମୟ କହିଛନ୍ତି। ଅଖିଳ ଭାରତୀୟ ସନ୍ଥ ସମିତି ଓଡ଼ିଶା ପ୍ରଦେଶର ମହାମନ୍ତ୍ରୀ ବ୍ରହ୍ମଚାରୀ ସତ୍ୟାନନ୍ଦ ମଧ୍ୟ ଏଭଳି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ସେହିପରି ବହୁସଂଖ୍ୟକ ସାଧୁସନ୍ଥ ଜୀବନ ଦେଇଦେବୁ ପଛେ ମଠ ଭାଙ୍ଗିବାକୁ ଦେବୁ ନାହିଁ ବୋଲି କହିଥିଲେ। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଏବଂ କ୍ଷତିଗ୍ରସ୍ତ ଦୋକାନୀ ମଠ କୋଠା ଉପରେ ବସି ରହିଥିଲେ। ଦିନତମାମ୍‌ ଏମିତି ପ୍ରଶାସନ ଏବଂ ସାଧୁସନ୍ଥଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri