ପୁଞ୍ଜି ବଜାର ଉପରେ ମାନ୍ଦାବସ୍ଥା ମାଡ;ନିବେଶକ ହରାଇଲେ ୨.୫୫ ଲକ୍ଷ କୋଟି

ନୂଆଦିଲ୍ଲୀ, ୪-୯: ଘରୋଇ ବଜାରରେ ବାଣିଜ୍ୟ ସମସ୍ୟା ଏବଂ ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ପୁଞ୍ଜି ବଜାର ଉପରେ ପରିଲକ୍ଷିତ ହୋଇଛି। ଏଭଳି ପ୍ରମୁଖ କାରଣ ଲାଗି ମଙ୍ଗଳବାର ଦେଶର ପୁଞ୍ଜି ବଜାର ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ସମୟରେ ନିବେଶକମାନେ ୨.୫୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୁଚକାଙ୍କ ୭୬୯.୮୮ ପଏଣ୍ଟ(୨.୦୬) ପଏଣ୍ଟ ହ୍ରାସ ଘଟି ୩୬,୫୬୨.୯୧ ପଏଣ୍ଟରେ କାରବାର ବନ୍ଦ ହୋଇଛି। ଏହି ସମୟରେ ବିଏସ୍‌ସି ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୨.୫୫ ଲକ୍ଷ କୋଟି ଟଙ୍କା ଖସିଯିବା ଫଳରେ ଏହା ୧.୩୮ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି।
ଦେଶରେ ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ହ୍ରାସ ହେବା ନେଇ ନିକଟରେ ରିପୋର୍ଟ ଆସିଛି। ପ୍ରାୟ ସବୁ ଯାନ କମ୍ପାନୀର ବିକ୍ରି ହ୍ରାସ ଘଟିଛି। ଏହାବାଦ ଦେଶର ଜିଡିପି ଅଭିବୃଦ୍ଧି ଆଶା ଠାରୁ କମ୍‌ ରହିଛି। ଏହା ଏପ୍ରିଲ-ଜୁନ ତ୍ରୈମାସରେ ୫% ଖସିଛି। ବଜାରରେ ମାନ୍ଦାବସ୍ଥା ଘନାଉଥିବା ଏହାର ପ୍ରତିଫଳନ ବୋଲି ନିବେଶକ ମାନେ ଆଶଙ୍କା କରୁଛନ୍ତି। ବିତ୍ତିୟ ଏବଂ ମୁଦ୍ରାନୀତି କ୍ଷେତ୍ରରେ ସରକାର ବିଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ବଜାର ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିକଟରେ ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ବଜାରର ମାନ୍ଦାବସ୍ଥା ବିରୋଧରେ ଲଢେଇ କରିବାକୁ ସକ୍ଷମ ହେବ ବୋଲି ବିଶେଷଜ୍ଞ ଆଶା କରିଛନ୍ତି। ମାତ୍ର ସ୍ଥିତି ଜଟିଳ ଥିବାରୁ ଏହାକୁ ଟାଳିବା ଲାଗି ଅଧିକ ସକ୍ରିୟ ଭାବେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଥିବା ସେମାନେ ମତ ଦେଇଛନ୍ତି।
ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଏବେ ଘନୀଭୂତ ହୋଇଥିବା ବେଳେ ଏହା ଅନ୍ୟ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଥିବା ଆକ୍ସିସ ସିକ୍ୟୁରିଟିଜର ଏମ୍‌ଡି ତଥା ସିିଇଓ ଅରୁଣ ଠୁକରାଲ କହିଛନ୍ତି। ସେନସେକ୍ସର ୩୦ ସେୟାର ବାସ୍କେଟ ମଧ୍ୟରେ ୨୮ଟି କ୍ଷତି ସହିଛି। ଆଇସିଆଇସିଆଇ ବ୍ୟାଙ୍କ, ଟାଟା ଷ୍ଟିଲ, ବେଦାନ୍ତ, ଏଚ୍‌ଡିଏଫସି ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ ଏବଂ ଟାଟା ମୋଟର୍ସର ପୁଞ୍ଜି ବଜାର କାରବାର ପ୍ରାୟ ୪.୪୫% ହ୍ରାସ ଘଟିଛି। ବିଏସ୍‌ଇର ୧୬୧୩ ସଂସ୍ଥାଙ୍କ ଶେୟାର ହ୍ରାସ ଘଟିଛି। ଏହାବାଦ ୮୧୭ର କାରବାର ଉନ୍ନତ ସ୍ଥିତିରେ ରହିଥିବା ୧୭୮ର କାରବାର ଅପରିବର୍ତ୍ତିତ ରହିଛି। ଏହା ମଧ୍ୟରେ ମଙ୍ଗଳବାର ୨୦୦ରୁ ଅଧିକ ଷ୍ଟକ ୫୨ ସପ୍ତାହର ନିମ୍ନରେ ରହିଛି। ଜିଡିପି ଅଭିବୃଦ୍ଧି ହ୍ରାସ, ପ୍ରମୁଖ କ୍ଷେତ୍ର ଅଭିବୃଦ୍ଧି ମନ୍ଥର ହେବା ଯୋଗୁ ବଜାର ଉପରେ ଏହାର ପ୍ରଭାବ ରହିଛି। ଆମେରିକା-ଚାଇନା ଭଳି ଦେଶ ଉଭୟେ ଉଭୟଙ୍କ ଉପରେ ଟାରିଫ ଲାଗୁ କରିବା ଯୋଗୁ ଏହା ବିଶ୍ୱ ବଜାରର ସ୍ଥିତିକୁ ଦୋହଲାଇ ଦେଇଛି। ଏପରି ସ୍ଥିତିରେ ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚୀ ପ୍ରାୟ ୧.୬୫% ନିମ୍ନରେ ରହିଛି। ଇଣ୍ଟ୍ରା ଡେ କାରବାରରେ ଡଲାର ତୁଳନାରେ ଟଙ୍କା ୯୦ ପଇସା ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri