ଅସୁସ୍ଥ ଆନ୍ନା ହଜାରେ ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ,୩।୯: ସାମାଜିକ କର୍ମୀ ଆନ୍ନା ହଜାରେଙ୍କୁ ମଙ୍ଗଳବାର ମହାରାଷ୍ଟ୍ରର ପୁନେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥଣ୍ଡା, କାଶରେ ପୀଡ଼ିତ ଥିବା ବେଳେ ଛାତିରେ ସଂକ୍ରମଣ ହେବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଆନ୍ନାଙ୍କ ଏକ ସହଯୋଗୀ କହିଛନ୍ତି।…
ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ
ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ ଦେଖିବାକୁ ମିଳେ। ହେଲେ ଛତିଶଗଡ଼ ବସ୍ତର ଅଞ୍ଚରେ ଥିବା ଆଦିବାସୀମାନଙ୍କ ଅଦାଲତରେ ଦେବୀ ଦେବତାଙ୍କୁ…
ଅଧରାତିରେ ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ଯୋଗୀ ସରକାର
ଲକ୍ଷ୍ନୌ,୩।୯: ଯୋଗୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ପ୍ରଥମ ଥର ପ୍ରଶାସନିକ ବିଭାଗରେ ଅଦଳବଦଳ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ଆଇଏସ୍ ଓ ୪ ପିସିଏସ୍ ସମେତ ନିଜର କାର୍ଯ୍ୟାଳୟରେ ଖାଲିପଡ଼ିଥିବା ସଚିବ ପଦ…
ଆଉ ଦୁଇ ଦିନ ରିମାଣ୍ଡରେ ରହିବେ ଚିଦାମ୍ବରମ
ନୂଆଦିଲ୍ଲୀ,୩।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଣିଥରେ ସିବିଆଇ କଷ୍ଟୋଡିରେ ରଖାଯିବ। ମଙ୍ଗଳବାର ଆଇଏନ୍ଏକ୍ସ ମିଡିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖ ଅର୍ଥାତ୍ ଗୁରୁବାର ପର୍ଯ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ଚିଦାମ୍ବରମଙ୍କ…
ପଶ୍ଚିମ ଓଡ଼ିଶାରେ ନୂଆଁଖାଇ: ମା’ ସମଲେଇ, ଶିଖରବାସିନୀଙ୍କ ପାଖେ ନବାନ୍ନ ଲାଗି
ସୁନ୍ଦରଗଡ଼,୩।୯(ଡି.ଏନ୍.ଏ): ସୁନ୍ଦରଗଡ଼ର ପୁରପଲ୍ଲୀରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ଓ ରାଜପରିବାରର ଆରାଧ୍ୟା ଦେବୀ ମା’ ଶିଖରବାସିନୀଙ୍କଠାରେ ମଙ୍ଗଳବାର ଧାର୍ଯ୍ୟ ଲଗ୍ନ ଅନୁଯାୟୀ ନବାନ୍ନ ଲାଗି କରାଯାଇଛି।…
କେସିଙ୍ଗାରେ ନୂଆଖାଇ: ଜଗନ୍ନାଥଙ୍କୁ ଲାଗି ହେଲା ନବାନ୍ନ, ଗ୍ରାମଦେବତାଙ୍କୁ ଦିଆଗଲା ବଳି
କେସିଙ୍ଗା,୩।୯(ଡି.ଏନ୍.ଏ.): ନୂଆଖାଇକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ। ଇଷ୍ଟଦେବୀ ମା’ ସମଲେଇଙ୍କ ନିକଟରେ ମଙ୍ଗଳବାର ସକାଳ ୧୦ଟାରୁ ପୂଜା ଆରମ୍ଭ ହୋଇ ନବାନ୍ନ ଲାଗି ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବାଲସି ଗ୍ରାମର ଗ୍ରାମଦେବତା…
ଭିକ ମାଗି ଜୌହର ବିଶ୍ୱବିଦ୍ୟାଳୟ ଗଢ଼ିଛନ୍ତି ଆଜମ ଖାନ: ମୁଲାୟମ ସିଂ ଯାଦବ
ଲକ୍ଷ୍ନୌ,୩।୯: ବହୁତ ଦିନର ନୀରବତା ପରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ରାମପୁର ଏମ୍ପି ଆଜମ୍ ଖାନଙ୍କୁ ପ୍ରଶଂସା କରିଛନ୍ତି। ଭିକ ମାଗି, ଦେଶ-ବିଦେଶରୁ ଚାନ୍ଦା ସଂଗ୍ରହ କରି…
ଇମ୍ରାନଙ୍କଠାରୁ ଭଲ ଥିଲା ପାକିସ୍ତାନର ଲୁଟ୍ କରୁଥିବା ସରକାର
ଇସ୍ଲାମାବାଦ,୩।୯: ପାକିସ୍ତାନ ଜନତା ଏବେ ମହଙ୍ଗା ମାଡକୁ ନେଇ ଚେପା ହୋଇ ଗଲେଣି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଉଦ୍ୟୋଗପତି ସଭିଏଁ ପାକିସ୍ତାନର ମହଙ୍ଗା ବଜାରକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି। ଏହି ସମୟରେ ସେମାନେ କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍…
୬ବର୍ଷର ପୁଅକୁ କଚାଡି ମାରିଲେ ବାପା
କପ୍ତିିପଦା,୩।୯(ଡି.ଏନ.ଏ.):ମୟୁରଭଞ୍ଜ ଜିଲା ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ମଧୁ ସିଂ ହେମ୍ବ୍ରମ। ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଗାଈ…
ଲୋକଙ୍କୁ ଆକର୍ଷିତ କରୁଛି ଏହି କୁକୁର
ଏବେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କୁକୁରଟି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରୁଥିବାରୁ ଭିଡିଓଟି ଭାଇରାଲ ହେଉଛି। କୁକରଟି ନିଜ ଭଙ୍ଗା ଗୋଡ଼କୁ କିପରି ଘୋଷାଡ଼ି ଘୋଷାଡ଼ି ଚାଲୁଛି ତାହା ଦେଖିବାକୁ ମିଳିଛି।…
ବନ୍ଦ ହେବ ପାକିସ୍ତାନୀଙ୍କ ପ୍ରିୟ ସିନେମା ହଲ
ମୁମ୍ବାଇ: ପଞ୍ଜାବର ବହୁ ପୁରାତନ ତଥା ପାକିସ୍ତାନୀଙ୍କର ପସନ୍ଦର ସିନେମା ହଲ୍ ରାଜା ଟକିଜ୍ ବନ୍ଦ ହେବାକୁ ଯାଉଛି। କାରଣ ଏବେ ଏହାର ମାଲିକ ଏହାକୁ ବିକ୍ରି କରିବାକୁ ଯାଉଛନ୍ତି। ରାଜା ଟକିଜ୍ ନାଁରେ ପରିଚିତ ପ୍ରସିଦ୍ଧ ଧନି ରାମ ଥିଏଟର…
ସଡକ ଦୁର୍ଘଟଣାରେ ୨ ଏନଟିପିସି କର୍ମଚାରୀଙ୍କ ଜୀବନ ଗଲା
ସୁନ୍ଦରଗଡ଼, ୩।୯(ଡି.ଏନ.ଏ.): ସୁନ୍ଦରଗଡ଼ ବାଲିଯୋରୀ ଛକରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଏନଟିପିସି କର୍ମଚାରୀଙ୍କ ମୃତ ଘଟିଛି। ସେମାନେ ହେଲେ ସସ୍ମିତା କବିରାଜ ଓ ସୂର୍ଯ୍ୟକାନ୍ତ। ଉଭୟ କର୍ମଚାରୀ ଏକ ସ୍କୁଟି ଯୋଗେ ସୁନ୍ଦରଗଡ଼ରୁ ଦର୍ଲିପାଲି ଫେରୁଥିବାବେଳେ ଏମସିଏଲରୁ ଆସୁଥିବା…

