Home Left

ଟୁଇନ୍‌ ସିଟିରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା: ଆଜି ଗଡ଼ିିଲା ଅଯୁଗ୍ମ ନମ୍ବର, ବସ୍‌-ଟ୍ରକ୍‌ ପାଇଁ ଲାଗୁ ହେବନି ଏହି ନିୟମ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଦିଲ୍ଲୀ ଭଳି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି। ନିୟମ ଅନୁସାରେ ଶନିବାର ୨୧ ତାରିଖ ଅର୍ଥାତ୍‌ ଅଯୁଗ୍ମ ତାରିଖ ଥିବାରୁ ଆଜି କେବଳ ଅଯୁଗ୍ମ…

ବିପଦ ଆଁରେ କାନାଡ଼ା: ୧୫୦ଟି ଜାହାଜ ଆକାରର ୨ ହିମଖଣ୍ଡ ଆସୁଛି ମାଡ଼ି

ଓଟଓ୍ବା, ୨୧।୩: ବିଶ୍ୱତାପନ ଯୋଗୁ ମେରୁ ଅଞ୍ଚଳରେ ଥିବା ହିମପାହାଡ଼ ତରଳିବାରେ ଲାଗିଛି। ଏହାଯୋଗୁ ଏବେ କାନାଡ଼ା ଉପରେ ବିପଦ ମାଡ଼ି ଆସୁଛି। ୨ ହିମଖଣ୍ଡ କାନାଡ଼ା ଆଡ଼କୁ ଧୀରେଧୀରେ ବଢ଼ିବାରେ ଲାଗିଥିବା କୁହାଯାଉଛି। ଏହି ହିମଖଣ୍ଡର ଆକାର ୧୫୦ଟି ଜାହାଜ…

୨୨ରେ ବସ୍‌ ଚାଲିବନି

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନା(କୋଭିଡ-୧୯)ର ଭୟାବହତାକୁ ଦେଖି ଆସନ୍ତା ୨୨ ତାରିଖରେ ସମଗ୍ର ଦେଶରେ ଜନତା କର୍ଫୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ସମର୍ଥନ ଜଣାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ…

ଏଟିଏମ୍‌, ଶାଖାରେ ଟଙ୍କାର ଅଭାବ ରଖନାହିଁ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ): କରୋନା କଟକଣା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବ୍ୟାଙ୍କକୁ ଶୁକ୍ରବାର ଅର୍ଥ ବିଭାଗ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କଗୁଡିକ ପର୍ଯ୍ୟାପ୍ତ ପରିମାଣର ଟଙ୍କା ବ୍ୟାଙ୍କ ଶାଖା ସମେତ ଏଟିଏମ୍‌ଗୁଡ଼ିକରେ ମହଜୁଦ ରଖିବାକୁ କୁହାଯାଇଛି। ବ୍ୟାଙ୍କ ଶାଖା…

ଏକତ୍ର ହେବେ ନାହିଁ ୭ରୁ ଅଧିକ ଲୋକ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍‌-୧୯) ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ପ୍ରତିଦିନ ବିଭିନ୍ନ ଆଡ଼ଭାଇଜରି ଜାରି ସହ ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବାବେଳେ ଶୁକ୍ରବାର ଆଉଏକ ଆଡ୍‌ଭାଇଜରି…

୨୦୨୧ ଜନଗଣନା,ଏନ୍‌ପିଆର ସ୍ଥଗିତ ରହୁ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ୨୦୨୧ ଜନଗଣନା ଓ ନ୍ୟାଶନାଲ ପପୁଲେଶନ ରେଜିଷ୍ଟ୍ରାର(ଏନ୍‌ପିଆର) ଅପ୍‌ଡେଟ ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସ୍ବରାଷ୍ଟ୍ର…

ବାରବାଟୀ ଷ୍ଟାଡିୟମରେ ହେବ ଆଇସୋଲେଶନ ୱାର୍ଡ

କଟକ ଅଫିସ,୨୧ା୩ : କଟକ ବାରବାଟୀ ଷ୍ଟାଡିୟମକୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି। ଏ ନେଇ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ଭୂତାଣୁ ଭୟାବହତାକୁ ଦୃଷ୍ଟିରେ ରଖି ଏବେଠାରୁ ଏଭଳି…

କାର୍ଯ୍ୟକାଳ ସରିବା ପୂର୍ବରୁ ବଦଳିଲେ କୁଳସଚିବ

କଟକ ଅଫିସ,୨୧ା୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳସଚିବ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ଦାଶଙ୍କୁ ରାଜ୍ୟ ସରକାରଙ୍କ ଜେନେରାଲ ଆଡମିନିଷ୍ଟ୍ରେଶନ ଆଣ୍ଡ ପର୍ସନାଲ ଗ୍ରିଭାନ୍ସ ବିଭାଗକୁ ବଦଳି କରାଯାଇଛି। ଏ ନେଇ ଶୁକ୍ରବାର କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ନୋଟିସ ଜାରି…

୪୨ ବର୍ଷରେ ରାଣୀ ମୁଖାର୍ଜୀ: ଆଦିତ୍ୟଙ୍କୁ ସବୁଦିନେ ଦିଅନ୍ତି ଗାଳି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଶନିବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ ଦକ୍ଷତାକୁ ଦର୍ଶକ ବଶେ୍‌ ପସନ୍ଦ କରିଥାନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ମର୍ଦାନୀ…

ସ୍ୟାଣ୍ଡ ଆନିମେଶନରେ ନିର୍ଭୟା ଦୋଷୀଙ୍କ ଫାଶୀ

ପୁରୀ ଅଫିସ,୨୧ା୩: ଶେଷରେ ଫାଶୀଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂ, ଅକ୍ଷୟ ସିଂ, ବିନୟ ଶର୍ମା ଓ ପବନ ଗୁପ୍ତାଙ୍କୁ ଶୁକ୍ରବାର ସକାଳ ସାଢେ ୫ଟାରେ ଫାଶୀ ଦିଆଯାଇଛି। ଏହାକୁ…

ଅଲାରନାଥ ମନ୍ଦିରରେ ଦର୍ଶନ ବନ୍ଦ

ବ୍ରହ୍ମଗିରି,୨୧ା୩(ଡି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣରୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନତା କରାଇବା ସହ ବ୍ରହ୍ମଗିରିରେ ଥିବା ମହାପ୍ରଭୁ ଅଲାରନାଥ ମନ୍ଦିରରେ ଦର୍ଶନ ପାଇଁ କଟକଣା ଲଗାଯାଇଛି। ଏ ନେଇ ଶୁକ୍ରବାର ପ୍ରଶାସନ ତରଫରୁ ମନ୍ଦିରରେ ଦର୍ଶନ ବନ୍ଦ କରି ଦିଆଯାଇଛି।…

ଧାନ ବିଲରେ ଫୁଟିଲା ପଦ୍ମ

କଣାସ,୨୧ା୩ (ସ୍ବ.ପ୍ର.): ସମାଜ ଯେତିକି ଆଧୁନିକ ଆଡ଼କୁ ଗତି କରୁଛି ପାଣିପାଗର ପରିବର୍ତ୍ତନ ଯୋଗୁ ବେଳେବେଳେ ଅଜବ ଘଟଣାମାନ ଦେଖିବାକୁ ମିଳୁଛି। ଜଣେ ଚାଷୀଙ୍କ ଖରାଟିଆ ଧାନ ବିଲରେ ପଦ୍ମ ଫୁଲ ଫୁଟିଥିବାର ଦେଖାଯାଇଛି। ତାହା ବି ପୁଣି ଗୋଟିଏ ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri