Posted inଜାତୀୟ

ଜମ୍ମୁ-କଶ୍ମୀର ତ୍ରାଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୬।୬: ଜମ୍ମୁ-କଶ୍ମୀର ତ୍ରାଲ ସେକ୍ଟରରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏହି ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜଣେ ଯବାନ ଓ ପୋଲିସକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଘଟଣାସ୍ଥଳରୁ ଜଣେ ଆତଙ୍କବାଦୀଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟମାନଙ୍କର ଖୋଜା ଚାଲିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ତ୍ରାଲର ଚଓ୍ବୋ ଉଲ୍ଲର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ସେନାଙ୍କୁ ମିଳିଥିଲା। ଏହାପରେ ପୋଲିସ, ସେନା ଓ ସିଆର୍‌ପିଏଫ୍‌ ଟିମ୍‌ର ମିଳିତ ଉଦ୍ୟମରେ ଗୁରୁବାର ରାତିରେ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ରାତିରେ ଏହି ଅପରେଶନ୍‌ ବନ୍ଦ ଥିବା ବେଳେ ଶୁକ୍ରବାର ସକାଳୁ ପୁଣି ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଭୟଭୀତ ହୋଇପଡ଼ି ପୋଲିସଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ଟଳିପଡ଼ିଥିବା ସୂଚନା ରହିଛି। ଏହା ପୂର୍ବରୁ ଗୁରୁବାର ଉତ୍ତର କଶ୍ମୀରର ସୋପୋରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଏ-ତୋଏବାର ୨ଆତଙ୍କବାଦୀ ନିହତ ହୋଇଥିଲେ। ଚଳିତ ମାସ ଘାଟିରେ ୩୨ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଚଳିତ ବର୍ଷ ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

GEN-Z ,ଆଲ୍ଫାଙ୍କ ମନ ଜିତିବାକୁ ମୋଦି ସରକାରଙ୍କ ମାଷ୍ଟରପ୍ଲାନ୍‌: କଲେ ଏମିତି କାମ, ଦେଶରେ ଚହଳ

ନୂଆଦିଲ୍ଲୀ,୨୦।୮: ଜନ୍ତର-ମନ୍ତରରେ ନିକଟରେ ହୋଇଥିବା ପ୍ରତିବାଦ ପରେ ଜେନ ଜି ଓ ଜେନ ଆଲ୍ଫା ପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏକ…

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

୩ ରାଶି ହୋଇଯାଆନ୍ତୁ ସତର୍କ, ମାଡିଆସୁଛି ସଙ୍କଟ! ରକ୍ଷାବନ୍ଧନରେ ଘଟୁଛି ଏଭଳି ଯାହା କେବେ…

ରକ୍ଷାବନ୍ଧନ ଦିନ ଅର୍ଥାତ୍‌ ୨୮ ଅଗଷ୍ଟରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଜ୍ୟୋତିଷଙ୍କ ମତାନୁସାରେ, ଏହି ଗ୍ରହଣର ପ୍ରଭାବ କିଛି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିପାରେ। ବିଶେଷକରି ମେଷ,…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri