ସୁଶାନ୍ତଙ୍କ ବିବାହ ସମ୍ପର୍କରେ ଶେଷଥର କଥା ହୋଇଥିଲେ ତାଙ୍କ ପିତା, କହିଲେ ବୋହୂ ହୋଇଥାନ୍ତେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଖବରକୁ ଆଜି ପର୍ଯ୍ୟନ୍ତ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଆଉ ତାଙ୍କୁ ଜନ୍ମ ଦେଇଥିବା ପିତା କେମିତି ବା ବିଶ୍ୱାସ କରନ୍ତେ। ସୁଶାନ୍ତଙ୍କ ପାଇଁ ତାଙ୍କ ଆଖିରୁ ଲୁହ ଶୁଖୁନି। କେବଳ ତାଙ୍କରି କଥା ଭାବି ଗୁମୁରି କାନ୍ଦୁଛନ୍ତି। ୪ ଝିଅଙ୍କ ମଧ୍ୟରେ ସୁଶାନ୍ତ ଏକମାତ୍ର ମାତ୍ର ପୁଅ ଥିଲେ। ତାଙ୍କ ପାଇଁ ସେ ଭଗବାନଙ୍କୁ କେତେ ପ୍ରାର୍ଥନା କରି ଶେଷରେ ପାଇଥିଲେ। ହେଲେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲା। ସୁଶାନ୍ତ ହାତକୁ ଦି’ ହାତ ହୋଇଥା’ନ୍ତେ ଅର୍ଥାତ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ବୋଲି ତାଙ୍କ ପିତା କେକେ ସିଂ ଏକ ସାକ୍ଷାତକାରରେ କହିଛନ୍ତି।

ସେ କହିଛନ୍ତି, ସୁଶାନ୍ତ ତାଙ୍କ ସହ ପିଲାଦିନେ ସବୁ ବିଷୟରେ କଥା ହେଉଥିଲେ। ଏହି କିଛିଦିନ ହେବ ଚୁପ୍‌ଚାପ୍‌ ରହୁଥିଲା। ଶେଷଥର ପାଇଁ ସେ ସୁଶାନ୍ତଙ୍କ ସହ ବିବାହ ବିଷୟରେ କଥା ହୋଇଥିଲେ। କିନ୍ତୁ ସୁଶାନ୍ତ କହିଥିଲେ, ଲକ୍‌ଡାଉନ୍‌ ଯୋଗୁ ଏବେ ବିବାହ ସମ୍ଭବ ନୁହେଁ, ପୁଣି ତାଙ୍କର ଆଗକୁ ଏକ ଫିଲ୍ମ ଆସିବାର ଅଛି। ତେଣୁ ସେ ୨୦୨୧ରେ ବିବାହ କରିବେ। ସେ କହିଛନ୍ତି, ଅଙ୍କିତା ଲୋଖଣ୍ଡେଙ୍କୁ ସେ ଜାଣିଛନ୍ତି। ତାଙ୍କୁ ସେ ମୁମ୍ବାଇରେ ଭେଟିଥିଲେ। ଅଙ୍କିତା ସୁଶାନ୍ତଙ୍କ ଏକମାତ୍ର ଝିଅ ସାଙ୍ଗ ଥିଲେ ବୋଲି କେକେ ସିଂ କହିଛନ୍ତି। ତେବେ ରିୟା ଚକ୍ରବର୍ତ୍ତୀଙ୍କୁ ସେ ଜାଣି ନ ଥିବା କହିଛନ୍ତି। ତାଙ୍କ ପିତା ଆହୁରି ମଧ୍ୟ କହିଛନ୍ତି, ସେ ଯାହାକୁ କହିଥାନ୍ତା ମୁଁ ବୋହୂ ବୋଲି ଗ୍ରହଣ କରିଥାନ୍ତି। ମାତ୍ର ସେ ଆମ ସମସ୍ତଙ୍କୁ ପର କରିଦେଇ ଚାଲିଗଲା କହି କାନ୍ଦି ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri