ଶବଗୃହରେ ସୁଶାନ୍ତଙ୍କୁ ଦେଖି ରିୟା କହିଥିଲେ ‘ସରି ବାବୁ’: ଆଉ..

ବମ୍ବେ: ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଘଟଣାରେ ପ୍ରତିଦିନ କିଛି ନା କିଛି ତଥ୍ୟ ବାହାରକୁ ଆସୁଛି। ଏହାକୁ ନେଇ ପ୍ରେମିକା ରିୟା ଚର୍କବର୍ତ୍ତୀ ଅଧିକ ବିବାଦକୁ ଆସୁଛନ୍ତି। ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ କରିବାକୁ ଶବଗୃହକୁ ଯାଇଥିଲେ ରିୟା। ସେଠାରେ ସୁଶାନ୍ତଙ୍କୁ ସେ କ୍ଷମା ମାଗିଥିବା କହିଛନ୍ତି ସୁରଜିତ ସିଂ। ସେ କରଣୀ ସେନାର ସଦସ୍ୟ ଥିବା ବେଳେ ଜୁନ୍‌ ୧୫ରେ ରିୟାଙ୍କୁ କପର ହସ୍ପିଟାଲ ନେଇ ଯିବା ସହ ମୃତଦେହ ଦେଖାଇଥିଲେ ବୋଲି କହିଛନ୍ତି।

ସୁରଜିତ କହିଛନ୍ତି, ସୁରଜ ମୋତେ ରିୟା ଆସୁଥିବା କହିଥିଲେ। ପରିବାର ସଦସ୍ୟଙ୍କ ବ୍ୟତିତ ଅନ୍ୟ କାହାକୁ ଯିବାକୁ ଅନୁମତି ନ ଥିଲେ ହେଁ ରିୟାଙ୍କୁ ନେଇ ସେ ମୃତଦେହ ନିକଟକୁ ଯାଇଥିଲେ। ସେଠାରେ ସେ ସୁଶାନ୍ତଙ୍କ ବେକ ଛୁଇଁଥିଲେ। ତାହା ଭିତରକୁ ପଶିବା ଭଳି ମନେ ହୋଇଥିଲା। ଫଳରେ ସୁଶାନ୍ତଙ୍କ ସହ କିଛି ଅସ୍ବାଭାବିକ ଘଟିଥିବା ସନ୍ଦେହ କରିଥିଲେ। ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ଏହି ସମୟରେ ରିୟା ମୃତଦେହର ଛାତିରେ ହାତ ରଖି ‘ସରି ବାବୁ’ କହିଥିଲେ।

ଅପରପକ୍ଷେ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାରଲୋକଙ୍କୁ ମୃତଦେହ ଦେଖିବାକୁ ଅନୁମତି ଦିଆଯାଏନାହିଁ ବୋଲି କହୁଛନ୍ତି। ହେଲେ ରିୟାଙ୍କୁ କିଭଳି ୪୫ ମିନିଟ୍‌ ସମୟ ଦିଆଗଲା ତାହାକୁ ନେଇ ସନ୍ଦେହ ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁଙ୍କ ଉପରେ ରାଗିଗଲେ ସୋନା, କହିଲେ ଏପରି କିଛି..

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ବଲିଉଡ୍‌ରେ ନେପୋଟିଜିମ୍‌ ଉପରେ ତର୍କ ବିତର୍କ ଲାଗିଛି। ଏହା ଉପରେ ବଲିଉଡ କଳାକାରମାନେ ସ୍ବର ଉଠାଉଛନ୍ତି।...

ତିଆରି ହେବ ଏମ୍‌ ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌

ମୁମ୍ବାଇ: ଏବେ ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଥିବା ବେଳେ ନିକଟରେ ରିଲିଜ୍‌ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଏବେ ଏହି ଦୌଡ଼ରେ ସାମିଲ ହେବାକୁ...

କରୋନା ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢାଇଲେ ଅନୁରାଧା

ମୁମ୍ବାଇ: ଏକ ଅଦୃଶ୍ୟ ଯୁଦ୍ଧରେ ଏବେ ସାରା ବିଶ୍ୱ ଲଢେଇ କରି ଚାଲିଛି। କରୋନା ସଂକ୍ରମଣ ସାରା ବିଶ୍ୱକୁ ଏକ ପ୍ରକାର ଅସ୍ତବ୍ୟସ୍ତ କରି ଦେଇଥିବା...

କାନ୍ଦିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା କ୍ରିକେଟର ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ବିବାହ ପରଠାରୁ ବଡ ପରଦାଠାରୁ ଦୂରେଇ ରହିଥିବା ଦେଖାଯାଏ। ହେଲେ ସେ...

ନାଟ୍ୟକାର ଅଜୟ ସ’

ଅଜୟ କୁମାର ସ’। ନାଟକକୁ ଭଲ ପାଉଥିବା ତଥା ନାଟକକୁ ନେଇ ସ୍ବପ୍ନ ଦେଖୁଥିବା ଜଣେ ମଣିଷ। କେବଳ ନାଟକକୁ ଭଲ ପାଉଥିବା କିମ୍ବା ନାଟକକୁ...

ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ

ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ...

ସଲମାନ୍‌ଙ୍କ ଓ୍ବାର୍କଆଉଟ୍‌ ଫଟୋ ଦେଖି ରାଗିଗଲେ ସୁଶାନ୍ତଙ୍କ ପ୍ରଶଂସକ, କହିଲେ ଏଭଳି କିଛି

ବମ୍ବେ: ନିଜର ଫିଟ୍‌ନେସ୍‌କୁ ନେଇ ଦବଙ୍ଗ ଖାନ୍‌ ସଲମାନ୍‌ ବେଶ ଯତ୍ନବାନ। ପ୍ରଶଂସକମାନଙ୍କୁ ମଧ୍ୟ ସେ ଫିଟ୍‌ ରହିବାକୁ ପ୍ରେରଣା ଦିଅନ୍ତି। ସେ ସୋସିଆଲ ମିଡିଆରେ...

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅକ୍ଷୟ ଦାନକଲେ ୨୫ କୋଟି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ଅକ୍ଷୟ କୁମାର କରୋନା ପ୍ରଭାବିତଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସ୍ବାମୀଙ୍କ ଏପରି...

Coronavirus Update

Archives

Model This Week

Why Dharitri