Posted inଜାତୀୟ

୨ ସନ୍ତାନ ଥିବା ବିବାହିତା ମହିଳାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ୧୯ ବର୍ଷ ବୟସ୍କ ଯୁବକ କଲେ ଏପରି…

ଲକ୍ଷ୍ନୌ, ୨୨।୮: ଜଣେ ବିବାହିତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷରେ ହତ୍ୟା କରାଯାଇଛି। ଉତ୍ତରପ୍ରଦେଶ ଅଲୀଗଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବଦାୟୁଁରେ ବାସ କରୁଥିବା ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କ ସହିତ ୧୯ ବର୍ଷ ବୟସ୍କ ଯୁବକଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ମହିଳାଙ୍କର ୨ ଜଣ ସନ୍ତାନ ଥିଲେ। ମହିଳା ଜଣକ ଯୁବକଙ୍କ ଉପରେ ବିବାହ କରିବାକୁ ବାରମ୍ବାର ଚାପ ପକାଉଥିଲେ। ତେବେ ଯୁବକ ବିବାହ କରିବାକୁ ଚାହୁଁ ନ ଥିଲେ। ଶେଷରେ ଯୁବକ କ୍ଷଡ଼ଯନ୍ତ୍ର ରଚିଥିଲେ। ମହିଳାଙ୍କୁ ବିବାହ କରିବାକୁ କହି ମୋଟର ସାଇକେଲରେ ବରଲା ଆଣିଥିଲେ। ବାଟରେ ଏକ ନିଛାଟିଆ ଅଞ୍ଚଳରେ ଅଟକି ଯୁବକ ମଦ୍ୟପାନ କରିଥିଲେ। ଶେଷରେ ମଦ ବୋତଳକୁ ମହିଳାଙ୍କ ମୁଣ୍ଡରେ ପିଟିଦେଇଥିଲେ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିିଥିଲା। ଭୟରେ ଯୁବକ ଜଣକ ମୋଟରସାଇକେଲ ଛାଡ଼ି ଫେରାର ହୋଇଯାଇଥିଲେ। ତଦନ୍ତ କରି ପୋଲିସ ଅଭିଯୁକ୍ତ ଯୁବକଙ୍କ ଗିରଫ କରିଛନ୍ତି। ମହିଳାଙ୍କ ପଡ଼ୋଶୀଙ୍କ ଘରେ ଯୁବକଙ୍କ ଜଣକ ରହୁଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗୁଲୀଙ୍କୁ ହସ୍ପିଟାଲରୁ ମିଳିବ ଛୁଟି

କୋଲକାତା, ୩୦।୧: ବିସିସିଆଇ ଅଧ୍ୟକ୍ଷ କ୍ରିକେଟର କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ଖୁବ୍‌ ଶୀଘ୍ର ଆପୋଲ ହସ୍ପିଟାଲରୁ ଛୁଟି ମିଳିବ। ଶନିବାର ଅବା ରବିବାର ଅପରାହ୍ନରେ ସେ...

ଥଣ୍ଡା ପାଣିରେ ଗାଧାନ୍ତୁୁ ଡାଏଟିଂର ପଡ଼ିବନି ଆବଶ୍ୟକତା…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ...

ନିର୍ବାଚନ ଆୟୋଗଙ୍କ ସ୍ବାୟତ୍ତତା ମାମଲା, କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୨୯।୯ : ନିର୍ବାଚନ ଆୟୋଗଙ୍କ ସ୍ବାୟତ୍ତତା ମାମଲାରେ ସୁପ୍ରିମକୋର୍ଟର ସମ୍ବିଧାନିକ ବେଞ୍ଚ କେନ୍ଦ୍ର ସରକାର, ଅର୍ଥ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛନ୍ତି।...

ନିର୍ଭୟା ମାମଲା: ଜାନୁୟାରୀ ୧୪ରେ ହେବ ବିନୟ-ମୁକେଶଙ୍କ କ୍ୟୁରେଟିଭ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୧୧।୧: ଦୀର୍ଘ ୭ ବର୍ଷ ତଳର ଅର୍ଥାତ୍‌ ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି। ଆସନ୍ତା ୨୨ରେ...

ମଣିଷଖିଆ ବାଘକୁ ହତ୍ୟା କଲା ବନ ବିଭାଗ

ଡେରାଡୁନ, ୩୦।୯: ଉତ୍ତରାଖଣ୍ଡ ପିଥୋରଗଡ଼ ଜିଲାରେ ବୁଧବାର ସକାଳେ ବନ ବିଭାଗ ନିଯୁକ୍ତ ଜଣେ ଶିକାରୀ ଦ୍ୱାରା ଏକ ଚିତା ବାଘକୁ ଗୁଳି କରି ହତ୍ୟା...

ନୀରବଙ୍କ ପ୍ରତ୍ୟର୍ପଣରେ ବିଳମ୍ବ

ନୂଆଦିଲ୍ଲୀ, ୧୦।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରୁ ବୃହତ୍‌ ଋଣ ଠକେଇରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିଳମ୍ବ ହେଉଛି। ଏହି...

୨୦୨ ପ୍ରବାସୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲା ଆଇଏନ୍‌ଏସ୍‌ ମଗର

ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ...

ଶାହଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀରେ ସେ ଶାହାଙ୍କୁ ଭେଟିବା ଅବସରରେ ତେଲେଙ୍ଗାରରେ ବାକିଥିବା କିଛି...

Advertisement
Archives

Model This Week