କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ବିପାଶା: ଫିଲ୍ମ ନିର୍ମାତା ପଠାଉଥିଲେ ଏଭଳି ମେସେଜ୍‌.. ହେଲେ..

ବମ୍ବେ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ଲାକ୍‌ ବିଉଟି ଭାବେ ବିପାଶା ବାସୁଙ୍କୁ କିଏ ବା ନଜାଣେ। ଦୁଇ ଦଶକ ଧରି ସିନେଜଗତରେ ରାଜ୍‌ କରିଥିବା ବିପାଶା ପୁଣିଥରେ ପରଦାକୁ ଫେରିଛନ୍ତି। ସ୍ବାମୀ କରନ୍‌ ସିଂ ଗ୍ରୋଭରଙ୍କ ସହ ‘ଡେନ୍‌ଜରିଅସ୍‌’ରେ ସେ ନଜର ଆସୁଛନ୍ତି। ବିବାହ ପରେ ଅଭିନୟରୁ ଦୂରେଇ ଯାଇଥିବା ବିପାଶା ପାଞ୍ଚ ବର୍ଷ ପରେ ପୁଣି ଫେରିବାକୁ ନେଇ ଉତ୍ସାହିତ ଅଛନ୍ତି। ହେଲେ ବିପାଶାଙ୍କ ପାରମ୍ଭିକ ଅଭିନୟ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା। ଏପରିକି ତାଙ୍କୁ କାଷ୍ଟିଂ କାଉଚ୍‌ର ସାମ୍ନା କରିବାକୁ ପଡ଼ିଥିଲା।

‘ଡେନ୍‌ଜରିଅସ୍‌’ର ପ୍ରମୋଶନରେ ବ୍ୟସ୍ତ ଥିବା ବିପାଶା ନିଜର ଅତିତକୁ ମନେ ପକାଇଛନ୍ତି। କ୍ୟାରିୟର ଆରମ୍ଭ ସମୟରେ ତାଙ୍କୁ ଯୌନଶୋଷଣର ଶିକାର ହେବାକୁ ପଡ଼ିଥିଲା। ଖରାପ ବ୍ୟବହାରକୁ ସହି ପାରୁ ନ ଥିଲେ ସେ। ଏହାକୁ ନେଇ ସବୁ ଲୋକ ତାଙ୍କୁ ଡରୁଥିଲେ। ହେଲେ ଜଣେ ଲୋକପ୍ରିୟ ଫିଲ୍ମନିର୍ମାତା ତାଙ୍କ ସହ ଅସଭ୍ୟ ବ୍ୟବହାର କରିଥିଲେ। ତାଙ୍କ ସହ ବିପାଶା ଏକ ଚଳଚ୍ଚିତ୍ରରେ କାମ କରିବାକୁ ହଁ ଭରିଥିଲେ। ଏପରିସ୍ଥଳେ ସେ ଏକଦା ଘରକୁ ଫେରିବା ପରେ ତାଙ୍କୁ ଏକ ମେସେଜ୍‌ ମିଳିଥିଲା। ସେଥିରେ ଲେଖାଥିଲା ‘ ତୁମ ହସକୁ ମନେ ପକାଉଛି’। ଏହା ପଢ଼ି ବିପାଶାଙ୍କୁ ଅଜବ ଲାଗିଥିଲା। ହେଲେ ସେ ଏହାକୁ ଅଣଦେଖା କରିଥିଲେ। କିଛି ଦିନ ପରେ ପୁଣିଥରେ ନିର୍ମାତାଜଣଙ୍କ ତାଙ୍କୁ ସମାନ ମେସେଜ୍‌ ପଠାଇଥିଲେ। ବିପାଶା ଏଥିରେ ରାଗିଯାଇ ଫିଲ୍ମ ପାଇଁ ନେଇଥିବା ଟଙ୍କା ଫେରାଇ ଦେବାକୁ ତାଙ୍କ ସେକ୍ରେଟେରୀଙ୍କୁ କହିଥିଲେ। ଏପରିକି ସେ ନିର୍ମାତାଙ୍କ ସହ କାମ କରିବାକୁ ଚାହୁଁ ନ ଥିବା ରୋକଠୋକ ଶୁଣାଇ ଦେଇଥିଲେ। ଏହା ଜାଣିବା ପରେ ନିର୍ମାତାଜଣଙ୍କ ଟଙ୍କା ଫେରାଇବା ଦରକାର ନାହିଁ ବୋଲି କହିଥିଲେ। ସେବେଠାରୁ ତାଙ୍କୁ ଖରାପ ମେସେଜ୍‌ କରିବା ମଧ୍ୟ ବନ୍ଦ କରିଦେଇଥିବା ବିପାଶା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମହାରାଷ୍ଟ୍ର,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?