ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଉପରେ ନିର୍ମାଣ ହେଲା ଫିଲ୍ମ: ‘ପ୍ରକାଶ ଦୁବେ କାନପୁର ଓ୍ବାଲା’ ର ଟ୍ରେଲର ରିଲିଜ

ମୁମ୍ବାଇ: ଉତ୍ତର ପ୍ରଦେଶ ପୋଲିସର ନିଦ ହଜାଇ ଦେଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ପୋଲିସ ଏନକାଣ୍ଟରରେ ମୃତ୍ୟୁ ହୋଇଛି ସତ। ହେଲେ ତାଙ୍କ ନାଁର ଚର୍ଚ୍ଚା ଏତେ ମାତ୍ରାରେ ହୋଇଛି ଯେ ଫିଲ୍ମ ନିର୍ମାତା ଏହାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଆଗେଇ ଆାସିଛନ୍ତି। ବିକାଶଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବ ବୋଲି କୁହାଯାଉଛି। ଫିଲ୍ମର ନାଁ ରଖାଯାଇଛି ‘ପ୍ରକାଶ ଦୁବେ କାନପୁର ଓ୍ବାଲା’। ଏହାର ଟ୍ରେଲର ନିକଟରେ ରିଲିଜ୍‌ କରାଯାଇଛି। ଗୋଲଡେନ ବାର୍ଡ ପିକଚର୍ସ ଦ୍ୱାରା ଏହାକୁ ନିର୍ମାଣ କରାଯାଇଛି। ଏଥିରେ ମୁଖ୍ୟ ଚରିତ୍ର ଅର୍ଥାତ୍‌ ବିକାଶ ଦୁବେଙ୍କ ଚରିତ୍ରରେ ନଜର ଆସିବେ ପ୍ରମୋଦ ବିକ୍ରମ ସିଂ। ରିଲିଜ୍‌ ହୋଇଥିବା ଟ୍ରେଲରର ଅବଧି ରହିଛି ୨ ମିନିଟ ୪୬ ସେକେଣ୍ଡ। ଏଥିରେ ବିକାଶ ଦୁବେଙ୍କ କ୍ରାଇମ ଜଗତ କଥା ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଥିବା କୁହାଯାଉଛି। ଏଥିରେ ବିକାଶଙ୍କ ମୁଖ୍ୟ ସହଯୋଗୀ ବୋଲି କୁହାଯାଉଥିବା ତାଙ୍କ ଭଣଜା ଅମର ଦୁବେଙ୍କ ଚରିତ୍ରକୁ ସମର ଦୁବେ ନାଁରେ ଚିତ୍ରିତ କରିଛନ୍ତି ନିର୍ମାତା ନିର୍ଦ୍ଦେଶକ। ଆକାଶ ସିଂ ଗହରଓ୍ବାର ଏହାର ନିର୍ଦ୍ଦେଶନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ଅନୁଷ୍କା, ୟୁଜର୍ସ କହିଲେ ଏମିତି…

ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ‘ଜିରୋ’ ଫ୍ଲପ୍‌ ହେବା ପରେ ଆଜିପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି। ହାତରେ ଫିଲ୍ମ ନ ଥିଲେ କ’ଣ ହେଲା...

‘ଅଭିନେତ୍ରୀ ଅପେକ୍ଷା ସ୍ତ୍ରୀ ହୋଇ ଖୁସି ଥିଲି’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ହିନ୍ଦୀ ସିନେମାକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କାମ ବ୍ୟତିତ ନିଜର ରୋକଠୋକ୍‌ କଥାକୁ ନେଇ ସର୍ବଦା...

ହୋଇଗଲା ଫାଇନାଲ୍‌; ସଲମାନ୍‌ ନୁହନ୍ତି ବରଂ ଏହି ଫିଲ୍ମନିର୍ମାତା କରିବେ ବିଗ୍‌ବସ୍‌ ଆଗାମୀ ସଂସ୍କରଣକୁ ହୋଷ୍ଟ !

ବମ୍ବେ: ବହୁ ବିବାଦୀୟ ତଥା ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ୧୫’କୁ କିଏ ହୋଷ୍ଟ କରିବ ସେ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିଲା। ଟେଲିଭିଜନ...

ରିଲ୍‌ ଲାଇଫ୍‌ରେ ସଫଳ ଥିବା ରୀନା ରାୟ ରିୟଲ ଲାଇଫ୍‌ରେ ରହିଥିଲେ ଅସଫଳ…

ମୁମ୍ବାଇ,୭।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟଙ୍କୁ ଗୁରୁବାର ୬୩ ବର୍ଷ ପୂରିଛି। ସେ ୬୪ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ...

ସ୍ତ୍ରୀଙ୍କ ପାଇଁ ଟ୍ରୋଲ୍‌ ହେଲେ ରଣବୀରଙ୍କୁ

ମୁମ୍ବାଇ: ଆଦିତ୍ୟ ଚୋପ୍ରାଙ୍କ ମା’ ପାମେଲା ଚୋପ୍ରାଙ୍କ ୭୫ ବର୍ଷରେ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ପରେ ତାଙ୍କୁ ଶେଷଦର୍ଶନ କରିବାକୁ ଘରକୁ ସେଲିବ୍ରିଟିଙ୍କ...

‘କୋହଲିଙ୍କ ପ୍ରକୃତ ରୂପ ମୁଁ ଜାଣିଛି’

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ତାଙ୍କ କ୍ରିକେଟର ସ୍ବାମୀଙ୍କ ପାଇଁ ଫଟୋଗ୍ରାଫର ସାଜିଛନ୍ତି। ଅନୁଷ୍କାଙ୍କ ଏହି ଲୁକ...

ବିବାହ ପରେ ଟ୍ରୋଲ ହେଲେ ଆଥିଆ

ମୁମ୍ବାଇ: ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବିବାହ ପରେ ଆଥିଆ ନୂଆ ବେଶରେ କିପରି...

ଦିବ୍ୟା ଭାରତୀଙ୍କ ମୃତ୍ୟୁପରେ ଲାଡଲା ସେଟରେ ଘଟିଥିଲା ଅଦ୍ଭୁତ ଘଟଣା: ଶ୍ରୀଦେବୀଙ୍କୁ ଦେଖି ଡରିଲେ ଲୋକେ

ବଲିଉଡରେ ଖୁବ କମ ବୟସରେ ଅତୁଳନୀୟ ସଫଳତା ହାସଲ କରିଥିଲେ ଅଭିନେତ୍ରୀ ଦିବ୍ୟା ଭାରତୀ। ଯିଏ ୧୯ ବର୍ଷ ବୟସରେ ଏହି ଦୁନିଆ ଛାଡି ଯାଇଥିଲେ।...

Advertisement
Archives

Model This Week