ତିନି ପିଲାଙ୍କ ପିତାଙ୍କ ପ୍ରେମରେ ପଡିଥିଲେ ସାଇରା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟତର ହୋଇଥିବା ବିଗତ ଦିନର ନାୟିକା ପାଳନ କରିଛନ୍ତି ତାଙ୍କ ୭୬ ତମ ଜନ୍ମଦିନ। ଏବେ ସେ ତାଙ୍କର ସମସ୍ତ ସମୟ ସ୍ବାମୀ ଦିଲିପ କୁମାରଙ୍କ ସହ କାଟୁଛନ୍ତି। ଦିଲିପ ସବୁବେଳେ ଅସୁସ୍ଥ ରହୁଥିବାରୁ ସାଇରା ଅଧିକାଂଶ ସମୟ ତାଙ୍କ ସେବାରେ କାଟୁଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଅଭିନୟ ଦୁନିଆରେ କ୍ୟାରିୟର ଆରମ୍ଭ କରିଥିବା ସାଇରା ଏକଦା ବଲିଉଡ୍‌ର ସବୁଠାରୁ ସୁନ୍ଦରୀ ନାୟିକା ଭାବେ ଗଣା ଯାଉଥିଲେ। ତାଙ୍କର ପ୍ରଥମ ଫିଲ୍ମ ୧୯୬୧ରେ ରିଲିଜ୍‌ ହୋଇଥିଲା। କୁହାଯାଏ ଏହି ଫିଲ୍ମର ନାଁ ଥିଲା ‘ଜଙ୍ଗଲି’ ଓ ଏଥିରେ ସମ୍ମି କପୁର ମଧ୍ୟ ଅଭିନୟ କରିଥିଲେ। ଏହା ବକ୍ସ ଅଫିସରେ ହିଟ୍‌ ହେବା ସହ ଏହାପରେ ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଥିଲେ ସାଇରା। ଏହାପରେ ସାଇରା ୧୯୬୮ରେ ଆସିଥିବା ଫିଲ୍ମ ‘ପଡୋଶନ’ରେ ନଜର ଆସିଥିଲେ। ସେ ସମୟରେ ଦିଲିପ କୁମାରଙ୍କ ସହ କିଛି ଫିଲ୍ମରେ ନଜର ଆସିଥିଲେ ସାଇରା। ଏହାରି ଭିତରେ ଉଭୟଙ୍କ ରିଲେଶନକୁ ନେଇ ଚର୍ଚ୍ଚାବି ହୋଇଥିଲା। ସେତେବେଳେ ଦିଲିପ ଦୁଇ ଦୁଇଥର ପ୍ରେମରେ ଫେଲ୍‌ ମାରିଥିବା ବେଳେ ସାଇରା କିନ୍ତୁ ଦିଲିପଙ୍କୁ ଭଲପାଇ ବସିଥିଲେ। ଯେତେବେଳେ ଦିଲିପଙ୍କୁ ୪୪ ବର୍ଷ ବୟସ ହୋଇଥିଲା ସେତେବେଳେ ସାଇରା ୨୨ ବର୍ଷରେ ପାଦ ଦେଇଥିଲେ। ଉଭୟଙ୍କ ବୟସର ତାରତମ୍ୟକୁ ଦେଖି ଅନେକ ଏହି ବିବାହକୁ ବିରୋଧ କରିଥିଲେ। ହେଲେ ଦିଲିପ ଯେତେବେଳେ ଜାଣିଲେ ସାଇରା ତାଙ୍କୁ ଜୀବନଠାରୁ ଅଧିକ ଭଲପାଉଛନ୍ତି ୧୯୬୬ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ଏହା ପୂର୍ବରୁ କିନ୍ତୁ ସାଇରା ରାଜେନ୍ଦ୍ର କୁମାରଙ୍କ ପ୍ରେମରେ ପଡିଥିଲେ। ହେଲେ ସେତେବେଳେ ରାଜେନ୍ଦ୍ର କୁମାର ବିବାହିତ ଓ ୩ଟି ପିଲାଙ୍କ ପିତା ହୋଇ ସାରିଥିଲେ। ଏକଥା ସାଇରାଙ୍କ ମା’ ନସିମ ଜାଣିବା ପରେ ଦିଲିପ କୁମାରଙ୍କ ସାହାଯ୍ୟ ନେଇ ସେ ରାଜେନ୍ଦ୍ରଙ୍କୁ ଭୁଲି ଯିବାକୁ କହିଥିଲେ। ଦିଲିପ ବହୁ ବୁଝାସୁଝା କରିବା ପରେ ସାଇରା ରାଜେନ୍ଦ୍ରଙ୍କୁ ଭୁଲି ଦିଲିପଙ୍କୁ ବିବାହ କରିଥିଲେ। ଏମାନଙ୍କର କୌଣସି ସନ୍ତାନ ନ ଥିବା କୁହାଯାଏ। ହେଲେ ଦିଲିପ-ସାଇରାଙ୍କ ପ୍ରେମ କାହାଣୀ ଏବେବି ଅନ୍ୟମାନଙ୍କୁ ପ୍ରେରଣା ଦିଏ ବୋଲି କୁହଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?