ତିନି ପିଲାଙ୍କ ପିତାଙ୍କ ପ୍ରେମରେ ପଡିଥିଲେ ସାଇରା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟତର ହୋଇଥିବା ବିଗତ ଦିନର ନାୟିକା ପାଳନ କରିଛନ୍ତି ତାଙ୍କ ୭୬ ତମ ଜନ୍ମଦିନ। ଏବେ ସେ ତାଙ୍କର ସମସ୍ତ ସମୟ ସ୍ବାମୀ ଦିଲିପ କୁମାରଙ୍କ ସହ କାଟୁଛନ୍ତି। ଦିଲିପ ସବୁବେଳେ ଅସୁସ୍ଥ ରହୁଥିବାରୁ ସାଇରା ଅଧିକାଂଶ ସମୟ ତାଙ୍କ ସେବାରେ କାଟୁଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଅଭିନୟ ଦୁନିଆରେ କ୍ୟାରିୟର ଆରମ୍ଭ କରିଥିବା ସାଇରା ଏକଦା ବଲିଉଡ୍‌ର ସବୁଠାରୁ ସୁନ୍ଦରୀ ନାୟିକା ଭାବେ ଗଣା ଯାଉଥିଲେ। ତାଙ୍କର ପ୍ରଥମ ଫିଲ୍ମ ୧୯୬୧ରେ ରିଲିଜ୍‌ ହୋଇଥିଲା। କୁହାଯାଏ ଏହି ଫିଲ୍ମର ନାଁ ଥିଲା ‘ଜଙ୍ଗଲି’ ଓ ଏଥିରେ ସମ୍ମି କପୁର ମଧ୍ୟ ଅଭିନୟ କରିଥିଲେ। ଏହା ବକ୍ସ ଅଫିସରେ ହିଟ୍‌ ହେବା ସହ ଏହାପରେ ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଥିଲେ ସାଇରା। ଏହାପରେ ସାଇରା ୧୯୬୮ରେ ଆସିଥିବା ଫିଲ୍ମ ‘ପଡୋଶନ’ରେ ନଜର ଆସିଥିଲେ। ସେ ସମୟରେ ଦିଲିପ କୁମାରଙ୍କ ସହ କିଛି ଫିଲ୍ମରେ ନଜର ଆସିଥିଲେ ସାଇରା। ଏହାରି ଭିତରେ ଉଭୟଙ୍କ ରିଲେଶନକୁ ନେଇ ଚର୍ଚ୍ଚାବି ହୋଇଥିଲା। ସେତେବେଳେ ଦିଲିପ ଦୁଇ ଦୁଇଥର ପ୍ରେମରେ ଫେଲ୍‌ ମାରିଥିବା ବେଳେ ସାଇରା କିନ୍ତୁ ଦିଲିପଙ୍କୁ ଭଲପାଇ ବସିଥିଲେ। ଯେତେବେଳେ ଦିଲିପଙ୍କୁ ୪୪ ବର୍ଷ ବୟସ ହୋଇଥିଲା ସେତେବେଳେ ସାଇରା ୨୨ ବର୍ଷରେ ପାଦ ଦେଇଥିଲେ। ଉଭୟଙ୍କ ବୟସର ତାରତମ୍ୟକୁ ଦେଖି ଅନେକ ଏହି ବିବାହକୁ ବିରୋଧ କରିଥିଲେ। ହେଲେ ଦିଲିପ ଯେତେବେଳେ ଜାଣିଲେ ସାଇରା ତାଙ୍କୁ ଜୀବନଠାରୁ ଅଧିକ ଭଲପାଉଛନ୍ତି ୧୯୬୬ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ଏହା ପୂର୍ବରୁ କିନ୍ତୁ ସାଇରା ରାଜେନ୍ଦ୍ର କୁମାରଙ୍କ ପ୍ରେମରେ ପଡିଥିଲେ। ହେଲେ ସେତେବେଳେ ରାଜେନ୍ଦ୍ର କୁମାର ବିବାହିତ ଓ ୩ଟି ପିଲାଙ୍କ ପିତା ହୋଇ ସାରିଥିଲେ। ଏକଥା ସାଇରାଙ୍କ ମା’ ନସିମ ଜାଣିବା ପରେ ଦିଲିପ କୁମାରଙ୍କ ସାହାଯ୍ୟ ନେଇ ସେ ରାଜେନ୍ଦ୍ରଙ୍କୁ ଭୁଲି ଯିବାକୁ କହିଥିଲେ। ଦିଲିପ ବହୁ ବୁଝାସୁଝା କରିବା ପରେ ସାଇରା ରାଜେନ୍ଦ୍ରଙ୍କୁ ଭୁଲି ଦିଲିପଙ୍କୁ ବିବାହ କରିଥିଲେ। ଏମାନଙ୍କର କୌଣସି ସନ୍ତାନ ନ ଥିବା କୁହାଯାଏ। ହେଲେ ଦିଲିପ-ସାଇରାଙ୍କ ପ୍ରେମ କାହାଣୀ ଏବେବି ଅନ୍ୟମାନଙ୍କୁ ପ୍ରେରଣା ଦିଏ ବୋଲି କୁହଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri