Posted inଜାତୀୟ

ମୋଦିଙ୍କ ମୟୂର ପ୍ରେମ

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ କିପରି ମୟୂର ସହ ସମୟ କଟାଉଛନ୍ତି ତାହା ଏବେ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଏବେ ଏକ ଭିଡିଓ ଦର୍ଶାଉଛି ମୋଦିଙ୍କ ମୟୂର ପ୍ରତି ଥିବା ପ୍ରେମ। ଉକ୍ତ ଭିଡିଓରେ ମୋଦି କିପରି ମୟୂରଙ୍କୁ ଦାନା ଖାଇବାକୁ ଦେଉଛନ୍ତି ମର୍ଣ୍ଣିଂ ଓ୍ବାକରେ ତାଙ୍କ ସହ ଚାଲୁଛନ୍ତି ଏହା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀଙ୍କ ବାସଭବନର ଏହି ଭିଡିଓରେ ନୀଳ ମୟୂର ଦେଖିବାକୁ ମିଳିଛି ଯାହା ଦେଶର ରାଷ୍ଟ୍ରୀୟ ପକ୍ଷୀ। ମୋଦି ଯେତେବେଳେ ମର୍ଣ୍ଣିଂ ଓ୍ବାକରେ ଯାଉଛନ୍ତି ସେତେବେଳେ ମୟୂରମାନେ ତାଙ୍କ କଡେ କଡେ ଚାଲୁଛନ୍ତି। ଏମିତିକି ମନ ନ ଭରିଲେ ଏମାନେ ଘର ଭିତରକୁ ମଧ୍ୟ ଚାଲିଯାଇ ପ୍ରଧାନମନ୍ତ୍ରୀଙ୍କ ହାତରୁ ଦାନା ଖାଉଥିବା ଦେଖାଯାଇଛି।

ଏହି ଭିଡିଓକୁ ଦେଖି ଅନୁମାନ କରାଯାଇଛି କି ଲକ୍‌ଡାଉନ ସମୟରେ ଏହା ବୋଧହୁଏ ମୋଦିଙ୍କର ଡେଲି ରୁଟିନ ଥିଲା। ହାତରେ ପ୍ଲେଟ ଧରି ମୟୁରମାନଙ୍କୁ ଖାଇବାକୁ ଦେଉଥିଲେ ମୋଦି। ପ୍ରଧାନମନ୍ତ୍ରୀ ଜଳବାୟୁ ଓ ବନ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥାଆନ୍ତି। ସେ ‘Convenient Action: Gujarat’s Response to Challenges of Climate Change’ ଓ ‘Convenient Action- Continuity for Change’ ନାମକ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି ଯେଉଁଥିରେ ସେ ତାଙ୍କ ଚିନ୍ତାଧାରାକୁ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏମିତି ଗାଁ ପରିବେଶ ସୃଷ୍ଟି କରାଯାଇଛି ଯେଉଁଠି ପକ୍ଷୀମାନେ ବସା ବାନ୍ଧି ରହିପାରିବାର ସୁବିଧା ରହିଛି। ତେଣୁ ମୟୂରମାନେ ବିନା କୌଣସି ଶଙ୍କାରେ ବିଚରଣ କରୁଥିବା କୁହାଯାଏ। ଏହାଦ୍ୱାରା ମୋଦି ପ୍ରକୃତି ପ୍ରେମର ବାର୍ତ୍ତା ଦେଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri