ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ଜୀବନ ହାରିଲେ ସ୍ବାମୀ

ବିଜେପୁର,୨୩ା୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଁଚାଲ ଗାଁରେ କଳହର କରୁଣ ପରିଣତି ପାଇଁ କ୍ରଧାନ୍ବିତ ସ୍ବାମୀ ସ୍ତ୍ରୀ ଓ ଝିଅଙ୍କୁ ବିଷ ଦେବା ସହ ନିଜେ ମଧ୍ୟ ବିଷ ପିଇ ଜୀବନ ହାରିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ସେମାନେ ହେଲେ ରଥ ମହାନନ୍ଦ (୪୫), କୁମୁଦିିନୀ ମହାନନ୍ଦ (୪୦), କବିତା ମହାନନ୍ଦ (୧୨)।
ପୋଲିସର ସୂଚନାନୁସାରେ, ନୂଆଁଖାଇ ପୂର୍ବଦିନ ରଥ ମହାନନ୍ଦଙ୍କର ପରିବାରରେ ଘରୋଇ କାରଣରୁ କଳହ ସୃଷ୍ଟି ହୋଇଥିଲା। ଫଳରେ ରଥ ମହାନନ୍ଦ ଉତ୍ତ୍ୟେକ୍ତ ହୋଇ ସ୍ତ୍ରୀ କୁମୁଦିନୀଙ୍କୁ ବିଷ ପିଆଇ ଦେଇଥିଲେ। ଝିଅ କବିତା  ବାରଣ କରିବାରୁ ତାଙ୍କୁ ମଧ୍ୟ ସେ ବିଷ ପିଆଇ ଦେଇଥିଲେ। ଆଖି ସାମ୍ନାରେ ଝିଅ ସହ ସ୍ତ୍ରୀ ବିଷକ୍ରିୟାରେ ଛଟପଟ ହେଉଥିବା ଦେଖି ରଥ ମାନସିକ ଭାରସାମ୍ୟ ହରାଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହି ଖବର ପାଇବା ପରେ ଆତ୍ମୀୟସ୍ବଜନ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ କବିତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଦମ୍ପତିଙ୍କୁ ଜିଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କର ଅବସ୍ଥା ଉଦ୍‌ବେଗ ଜନକ ରହିଥିବାରୁ ଡାକ୍ତର ତୁରନ୍ତ ବୁର୍ଲା ପଠାଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭାଇ ଦିଲ୍ଲୀପ ମହାନନ୍ଦଙ୍କର ଏତଲା ଆଧାରରେ ୧୭୪/୨୦ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମୃତଦେହଗୁଡ଼ିକୁ ଜବତ କରି ଅଧିକ ତଦନ୍ତ କରାଯାଉଥିବା ଆଇଆଇସି ରାଜେନ୍ଦ୍ର ସିଆଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ଫସିଛନ୍ତି ୬୮ସଂସ୍କୃତ ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୧୩ା୫: କରୋନା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ମୁମ୍ବାଇ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ(ଆରଏସଏସ) ବିଦ୍ୟା ବିହାରରେ ଫସି...

ନିଯୁକ୍ତି, ଥଇଥାନ ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୪ା୧୦(ନି.ପ୍ର.) – ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ପଞ୍ଚାୟତ ମଲ୍ଲୀବନ୍ଧ ଗ୍ରାମବାସୀ ବୁଧବାର ଏମ୍‌ସିଏଲ୍‌ର ଏଠାରେ ଥିବା ହିଙ୍ଗୁଳା କୋଇଲା...

ଗରାଖ ନାହାନ୍ତି, ଶଢୁଛି କଖାରୁ

ଢେଙ୍କାନାଳ ଅଫିସ, ୨୪।୪ – କୁଢ଼ା ହୋଇଛି ପାଚିଲା କଖାରୁ। ଦେଖିଲେ ଆଖି ଲାଖିଯିବ। ହେଲେ ଏପରି ସ୍ବାଦିଷ୍ଟ, ପୁଷ୍ଟିକର ପରିବା ନେବାକୁ କେହିନାହାନ୍ତି। ଚାଷୀ...

ପ୍ରେମ ବିବାହକୁ ବିରୋଧ କରି ହତ୍ୟା ଉଦ୍ୟମ ଅଭିଯୋଗ: ଶଳାଙ୍କ ଟାଙ୍ଗିଆ ଚୋଟରେ ଭିଣୋଇ ଗୁରୁତର

ପରଜଙ୍ଗ, ୨ା୫(ଡି.ଏନ.ଏ.)- ପରିବାରର ବିନା ସ୍ବୀକୃତିରେ ପ୍ରେମ ବିବାହ କରିଥିବା ଯୋଗୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଳଦା ଗ୍ରାମର...

ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି, କଂଗ୍ରେସ ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୫ା୧୦: ବାଲେଶ୍ୱର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ଉପଜିଲାପାଳଙ୍କ ଅଫିସରେ ବିଜେଡି...

ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାରେ ଚାଷୀ ଗୁରୁତର

ଆନନ୍ଦପୁର/ହାଟଡିହୀ,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁରଠାରେ ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବିଜୟ ଘଡ଼େଇ ନାମକ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବିଜୟଙ୍କୁ ପ୍ରଥମେ...

ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲେ ରାଜସ୍ବ ମନ୍ତ୍ରୀ

ସାରସକଣା, ୨୧।୨-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମୁରୁଣିଆ ଅଞ୍ଚଳରେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ...

୩୨୮ ବର୍ଷ ପରେ ଇତିହାସର ପୁନରାବୃତ୍ତି: ଭଗବାନ୍‌ଙ୍କଠାରୁ ଭକ୍ତ ଅଲଗା

ପୁରୀ ଅଫିସ,୨୦ା୩: ଭକ୍ତ ପାଇଁ ଭଗବାନ। ଏମାନଙ୍କୁ କେହି ଅଲଗା କରିପାରିବେ ନାହିଁ। ଏମିତି ଆସ୍ଥା ଓ ବିଶ୍ୱାସ ନେଇ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର...

Play 250+ Trending Games
Archives

Model This Week

Why Dharitri