Home Left

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୨୧।୫: ରାଜ୍ୟରେ ଗୁରୁବାର ସକାଳେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ୮୫ ବର୍ଷୀୟ ହୋଇଥିବା ବେଳେ ସେ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛିି।  ତେବେ ଏହାକୁ ମିଶାଇ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ…

ଚାଇନା ଲାବ୍‌ରେ କରୋନା ଔଷଧ

ବେଜିଂ,୨୧ା୫: ଚାଇନାର ଏକ ଲାବରେଟୋରିରେ ଏଭଳି ଔଷଧ ବିକଶିତ କରାଯାଇଛି, ଯାହା ମହାମାରୀ କରୋନା ଭାଇରସ୍‌କୁ ରୋକିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ଟିକା ବିନା କରୋନା ଚିକିତ୍ସା ସମ୍ଭବ ହୋଇପାରିବ। ଗତବର୍ଷ ଶେଷଭାଗରେ ଚାଇନାରୁ ସାରା…

ୟୁପି ସୀମାରୁ ଫେରିଲା କଂଗ୍ରେସ ବସ୍‌

ଜୟପୁର,୨୧ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ଅଟକି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି କଂଗ୍ରେସ ଦଳ ପକ୍ଷରୁ ପାଖାପାଖି ୪୦୦ ବସ୍‌ ପଠାଯାଇଥିଲା। ଉତ୍ତରପ୍ରଦେଶ ସରକାର ପ୍ରବେଶ ଅନୁମତି ନ ଦେବାରୁ ବସ୍‌ଗୁଡ଼ିକ ରାଜସ୍ଥାନ-ୟୁପି ସୀମାରୁ ଫେରିଛନ୍ତି। ଏବେ ରାଜନୀତି କରିବା…

ଦାଦନଙ୍କୁ ୨ ମାସ ମାଗଣା ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୧ା୫(ଆଇଏଏନ୍‌ଏସ୍‌): କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଥିବାରୁ କାମଧନ୍ଦା ହରାଇ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧା ଓ ଆର୍ଥତ୍କ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ‘ଆତ୍ମନିର୍ଭର ଭାରତ’ ପ୍ୟାକେଜରେ ପ୍ରବାସୀ ଶ୍ରମିକ ତଥା ବିଭିନ୍ନ ରାଜ୍ୟରେ…

ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ

ଶ୍ରୀନଗର,୨୧ା୫: ଜମ୍ମୁ-କଶ୍ମୀରର ଶ୍ରୀନଗର ଉପକଣ୍ଠ ପଣ୍ଡାଚ ଅଞ୍ଚଳରେ ବୁଧବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ବିଏସ୍‌ଏଫ୍‌ର ୨ ଜଣ ଯବାନ ଶହୀଦ ହୋଇଛନ୍ତି। ପିକେଟିଂ କରୁଥିବା ଯବାନଙ୍କ ଉପରକୁ ମୋଟରସାଇକେଲରେ ଆସିଥିବା ଆତଙ୍କବାଦୀ ଗୁଳି ଚଳାଇଥିଲେ। ଆହତ ଦୁଇ ଯବାନଙ୍କୁ ସୌରାସ୍ଥିତ ଏସ୍‌କେଆଇଏମ୍‌ଏସ୍‌ ହସ୍ପିଟାଲକୁ…

ବେଙ୍ଗାଲୁରୁରେ ପ୍ରଚଣ୍ଡ ଶବ୍ଦ

ନୂଆଦିଲ୍ଲୀ,୨୧ା୫(ପି.ଟି.): ବୁଧବାର ଅପରାହ୍ଣ ୧ଟା ୨୦ ମିନିଟ୍‌। ସାରା ବେଙ୍ଗାଲୁରୁ ସହରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଶବ୍ଦ ଶୁଣି ଲୋକେ ଛାନିଆ ହୋଇଗଲେ। କେଉଁଠୁ ଏହି ଶବ୍ଦ ଆସିଲା ଜଣାପଡିଲାନି। ଏହା ଭୂମିକମ୍ପ, ଘଡ଼ଘଡ଼ି ନା ବିମାନ ଶବ୍ଦ କେହି କହିପାରୁନାହାନ୍ତି।…

ପଶ୍ଚିମବଙ୍ଗରେ ଅମ୍ଫନ କମ୍ପନ

କୋଲକାତା,୨୧ା୫: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ଫନ ବୁଧବାର ଅପରାହ୍ନରେ ପଶ୍ଚିମବଙ୍ଗର ଦୀଘାଠାରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅମ୍ଫନ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ୧୬୦ରୁ୧୭୦ କି.ମି. ବେଗରେ ପବନ ବହିବା ସହ ମଝିରେ ମଝିରେ ପବନର…

ଶ୍ରମ ଆଇନରେ ପରିବର୍ତ୍ତନ : ଘଣ୍ଟାକୁ ଶହେ ବର୍ଷ ପଛକୁ ଘୁଞ୍ଚାଇଦେବ

ନୂଆଦିଲ୍ଲୀ,୨୧ା୫: କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ସ୍ବେଚ୍ଛାଚାରୀ ପଦକ୍ଷେପ ଏବଂ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନର ପ୍ରତିବାଦରେ ୧୦ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ମେ ୨୨ରେ ଦେଶବ୍ୟାପୀ ବନ୍ଦପାଳନ ପାଇଁ ଆହ୍ବାନ ଦେଇଛନ୍ତି। ଆଇନରେ…

ୟୁପିଏସ୍‌ସି ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ହେବାକୁ ଥିବା ସମସ୍ତ ପରୀକ୍ଷା ଓ ସାକ୍ଷାତ୍‌କାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଉଠିବା ପରେ ବୁଧବାର ଆୟୋଗ ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏନେଇ ନିଷ୍ପତ୍ତି…

ଅଭିଯୁକ୍ତଙ୍କୁ ଗିରଫ ବେଳେ ଏସ୍‌ଓପି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଜଣେ ୩୬ ବର୍ଷୀୟ କନଷ୍ଟେବଳଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତତ୍ପର ହୋଇଉଠିଛି କମିଶନରେଟ ପୋଲିସ। ଏବେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବା ବେଳେ ଏସ୍‌ଓପି (ସ୍ପେଶଲ ଅପରେଶନ ପ୍ରୋସିଜିଓର) ପାଳନ କରିବା ପାଇଁ ପୋଲିସ କମିଶନର…

ଅଗ୍ନିଶମ ଗାଡ଼ିରେ ଜନ୍ମ ନେଲା ଶିଶୁକନ୍ୟା

ମହାକାଳପଡ଼ା,୨୧।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ଅମ୍ଫନ୍‌ ସମୟରେ ବୁଧବାର ଅଗ୍ନିଶମ ବିଭାଗ ଗାଡ଼ିରେ ଏକ ଶିଶୁକନ୍ୟା ଜନ୍ମ ହୋଇଛି। ବାତ୍ୟା ପବନ ଚାଲିଥିବା ସମୟରେ ବ୍ଲକ ଅନ୍ତର୍ଗତ ଜହ୍ନରା ଗଁାର ଜାନକୀ ସେଠୀ(୨୦)ଙ୍କ ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା। ପରିବାର…

କାକଟପୁର ମଙ୍ଗଳା ମନ୍ଦିରରୁ ଉଡ଼ିଗଲା ବାନା

କାକଟପୁର,୨୧।୫(ଡି.ଏନ.ଏ): ବାତ୍ୟା ଅମ୍ଫନ ପ୍ରଭାବରେ ବୁଧବାର କାକଟପୁରର ମା’ ମଙ୍ଗଳା ମନ୍ଦିର ଚୂଡ଼ରେ ଲାଗିଥିବା ବାନା ଉଡ଼ିଯାଇଛି। ମଙ୍ଗଳବାର ରାତିରୁ ବାତ୍ୟା ଯୋଗୁ ବର୍ଷା ପବନ ଲାଗିରହିଥିବାବେଳେ ମଙ୍ଗଳବାର ସକାଳେ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକେ ମା’ଙ୍କ ମନ୍ଦିରରେ ଲାଗିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri