Posted inଫୁରସତ

ସବୁଦିନ ପାଇଁ ଶେଷ ହୋଇଯିବ ବରଫର ଆସ୍ତରଣ, ଜାଣନ୍ତୁ କ’ଣ ରହିଛି କାରଣ

ପୃଥିବୀ ବର୍ତ୍ତମାନ ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଛି। ପ୍ରଦୂଷଣ ଯୋଗୁ ଗ୍ଲୋବାଲ ଓ୍ବାମିର୍ଂ ବଢୁଛି। ଯାହାର ପ୍ରଭାବ ପୃଥିବୀପୃଷ୍ଠର ପ୍ରତି କୋଣ ଅନୁକୋଣରେ ପଡୁଛି। ଏହି କାରଣରୁ ବରଫ ଖଣ୍ଡ ମଧ୍ୟ ତରଳିବାରେ ଲାଗିଛି। ଗତ ୨୬ ବର୍ଷ ମଧ୍ୟରେ ୨୮ ଟ୍ରିଲିୟନ ଟନ୍‌ ବରଫ ନଷ୍ଟ ହୋଇସାରିଲାଣି। ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୮,୦୦୦,୦୦୦,୦୦୦,୦୦୦,୦୦୦ କିଲୋଗ୍ରାମ ବରଫ ତରଳି ସାରିଲାଣି।
ବ୍ରିଟିଶ ବୈଜ୍ଞାନିକଙ୍କ ଏକ ଟିମ୍‌ ଅଧ୍ୟୟନ କରି ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହି ଟିମ୍‌ର ରିପୋର୍ଟ ଅନୁଯାୟୀ, ୧୯୯୪ରୁ ଆଜି ପର୍ଯ୍ୟନ୍ତ ୨୮ ଟ୍ରିଲିୟନ ଟନ୍‌ ବରଫ ନଷ୍ଟ ହୋଇସାରିଲାଣି। ବୈଜ୍ଞାନିକଙ୍କ ଏହି ଅଧ୍ୟୟନ ପାଇଁ ସାଟେଲାଇଟ୍‌ ଇମେଜ୍‌, ବରଫ ପୋଲ୍‌ର ସବିଶେଷ ବିବରଣୀ, ପାହାଡ଼ ଏବଂ ଗ୍ଲେସିୟରରେ ଜମିଥିବା ବରଫ ସମ୍ପର୍କରେ ବିଶ୍ଳେଷଣ କରାଯାଇଛି। ପରେ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବଢୁଥିବା ତାପମାତ୍ରା ଯୋଗୁ ବରଫ ତୀବ୍ର ବେଗରେ ତରଳୁଛି।


ବୈଜ୍ଞାନିକମାନଙ୍କ ଏହି ରିପୋର୍ଟ କ୍ରିଓସଫେର ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି। ଯଦି ଏହି ଭାବରେ ବରଫ ତରଳିବ ତେବେ ପୃଥିବୀ ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରିପାରିବ ନାହିଁ। ଯେଉଁଥିପାଇଁ ସୂର୍ଯ୍ୟର ଅତିବାଇଗଣି ରଶ୍ମୀ ପୃଥିବୀର ସମସ୍ତ ଜୀବଜନ୍ତୁଙ୍କ ପାଇଁ କ୍ଷତି ପହଞ୍ଚାଇବ। ଏହି ବରଫ ସୌର ବିକିରଣକୁ ପଠାଇବାରେ ସାହାଯ୍ୟ କରେ। ମାତ୍ର ଯଦି ନ ରହିବ ତେବେ ସୌର ବିକିରଣରୁ ଆମକୁ କିଏ ବା ବଞ୍ଚାଇବ?
ଏତଦ୍‌ବ୍ୟତୀତ ବରଫ ତରଳିବା ଦ୍ୱାରା ସମୁଦ୍ରର ଜଳପତ୍ତନ ମଧ୍ୟ ବୃଦ୍ଧି ପାଇବ। ଯେତିକି ବରଫ ତରଳିବ ସମୁଦ୍ରର ଜଳସ୍ତର ତା’ଠୁ ଅଧିକ ବୃଦ୍ଧି ପାଇବ। ଫଳରେ ଦେଶରେ ଥିବା କେତେକ ଦ୍ୱୀପ ପାଣିରେ ବୁଡ଼ିଯିବ। ସମୁଦ୍ରର ଜଳପତ୍ତନ ପ୍ରାୟ ୩ ଫୁଟ ବଢ଼ିଯିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri