Posted inଫୁରସତ

ସବୁଦିନ ପାଇଁ ଶେଷ ହୋଇଯିବ ବରଫର ଆସ୍ତରଣ, ଜାଣନ୍ତୁ କ’ଣ ରହିଛି କାରଣ

ପୃଥିବୀ ବର୍ତ୍ତମାନ ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଛି। ପ୍ରଦୂଷଣ ଯୋଗୁ ଗ୍ଲୋବାଲ ଓ୍ବାମିର୍ଂ ବଢୁଛି। ଯାହାର ପ୍ରଭାବ ପୃଥିବୀପୃଷ୍ଠର ପ୍ରତି କୋଣ ଅନୁକୋଣରେ ପଡୁଛି। ଏହି କାରଣରୁ ବରଫ ଖଣ୍ଡ ମଧ୍ୟ ତରଳିବାରେ ଲାଗିଛି। ଗତ ୨୬ ବର୍ଷ ମଧ୍ୟରେ ୨୮ ଟ୍ରିଲିୟନ ଟନ୍‌ ବରଫ ନଷ୍ଟ ହୋଇସାରିଲାଣି। ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୮,୦୦୦,୦୦୦,୦୦୦,୦୦୦,୦୦୦ କିଲୋଗ୍ରାମ ବରଫ ତରଳି ସାରିଲାଣି।
ବ୍ରିଟିଶ ବୈଜ୍ଞାନିକଙ୍କ ଏକ ଟିମ୍‌ ଅଧ୍ୟୟନ କରି ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହି ଟିମ୍‌ର ରିପୋର୍ଟ ଅନୁଯାୟୀ, ୧୯୯୪ରୁ ଆଜି ପର୍ଯ୍ୟନ୍ତ ୨୮ ଟ୍ରିଲିୟନ ଟନ୍‌ ବରଫ ନଷ୍ଟ ହୋଇସାରିଲାଣି। ବୈଜ୍ଞାନିକଙ୍କ ଏହି ଅଧ୍ୟୟନ ପାଇଁ ସାଟେଲାଇଟ୍‌ ଇମେଜ୍‌, ବରଫ ପୋଲ୍‌ର ସବିଶେଷ ବିବରଣୀ, ପାହାଡ଼ ଏବଂ ଗ୍ଲେସିୟରରେ ଜମିଥିବା ବରଫ ସମ୍ପର୍କରେ ବିଶ୍ଳେଷଣ କରାଯାଇଛି। ପରେ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବଢୁଥିବା ତାପମାତ୍ରା ଯୋଗୁ ବରଫ ତୀବ୍ର ବେଗରେ ତରଳୁଛି।


ବୈଜ୍ଞାନିକମାନଙ୍କ ଏହି ରିପୋର୍ଟ କ୍ରିଓସଫେର ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି। ଯଦି ଏହି ଭାବରେ ବରଫ ତରଳିବ ତେବେ ପୃଥିବୀ ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରିପାରିବ ନାହିଁ। ଯେଉଁଥିପାଇଁ ସୂର୍ଯ୍ୟର ଅତିବାଇଗଣି ରଶ୍ମୀ ପୃଥିବୀର ସମସ୍ତ ଜୀବଜନ୍ତୁଙ୍କ ପାଇଁ କ୍ଷତି ପହଞ୍ଚାଇବ। ଏହି ବରଫ ସୌର ବିକିରଣକୁ ପଠାଇବାରେ ସାହାଯ୍ୟ କରେ। ମାତ୍ର ଯଦି ନ ରହିବ ତେବେ ସୌର ବିକିରଣରୁ ଆମକୁ କିଏ ବା ବଞ୍ଚାଇବ?
ଏତଦ୍‌ବ୍ୟତୀତ ବରଫ ତରଳିବା ଦ୍ୱାରା ସମୁଦ୍ରର ଜଳପତ୍ତନ ମଧ୍ୟ ବୃଦ୍ଧି ପାଇବ। ଯେତିକି ବରଫ ତରଳିବ ସମୁଦ୍ରର ଜଳସ୍ତର ତା’ଠୁ ଅଧିକ ବୃଦ୍ଧି ପାଇବ। ଫଳରେ ଦେଶରେ ଥିବା କେତେକ ଦ୍ୱୀପ ପାଣିରେ ବୁଡ଼ିଯିବ। ସମୁଦ୍ରର ଜଳପତ୍ତନ ପ୍ରାୟ ୩ ଫୁଟ ବଢ଼ିଯିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?