Posted inଫୁରସତ

ମୁକେଶ ଅମ୍ବାନୀଙ୍କୁ ୨ ଦିନ ଗ୍ୟାରେଜ୍‌ରେ ବନ୍ଦ କରିଦେଇଥିଲେ ପିତା, ଜାଣନ୍ତୁ କାହିଁକି

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ କମ୍ପାନୀ ରିଲାଏନ୍ସ ଗ୍ରୁପ୍‌ ଫ୍ୟୁଚର୍‌ ଗ୍ରୁପ୍‌କୁ କିଣିଛି। ଫ୍ୟୁଚର୍‌ ଗ୍ରୁପ୍‌ର ପ୍ରସିଦ୍ଧ ବିଗ୍‌ ବଜାର ଏବେ ଅମ୍ବାନୀ ପରିବାରର ହୋଇଯାଇଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ସଫଳତାର ଶିଡି ଚଢିଚାଲିଥିବା ମୁକେଶ ଅମ୍ବାନୀ ଏହାର ସମସ୍ତ ଶ୍ରେୟ ନିଜ ପିତା ଧୀରୁ ଭାଇ ଅମ୍ବାନୀଙ୍କୁ ଦିଅନ୍ତି। ମୁକେଶଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତାଙ୍କ ପିତା ପିଲାଦିନେ କେମିତି ତାଙ୍କ ଅନୁଶାସନରେ ରଖିଥିଲେ ଏଥିରେ ସେ କହିଛନ୍ତି। ୨୦୦୨ରେ ଅଭିନେତ୍ରୀ ସିମି ଅଗ୍ରଓ୍ବାଲଙ୍କ ସହ ଏକ ମୁକେଶ ଏକ ସାକ୍ଷାତକାରରେ ନଜର ଆସିଥିଲେ। ଏଥିରେ ସେ କହିଥିଲେ ପିଲାଦିନେ ମୁଁ ପିତାଙ୍କୁ ସଂଘର୍ଷ କରିବା ଦେଖିଛି। ଥରେ ସନ୍ଧ୍ୟା ଆମ ଘରକୁ କିଛି ଅତିଥି ଆସିଥାନ୍ତି। ସେତେବେଳେ ମୁଁ ୧୦ କି ୧୧ ବର୍ଷ ଏବଂ ସାନ ଭାଇ ଅନୀଲ ୯ ବର୍ଷ ଥିଲେ। ଅନ୍ୟ ପିଲାଙ୍କ ସମୟ ମିଶି ଘରେ ବହୁତ୍‌ ଦୁଷ୍ଟ ହେଉଥିଲୁ। ମା’ ଅତିଥିଙ୍କ ପାଇଁ ଖାଇବା ଆଣିଥିଲେ। ଆମେ ଦୁଇଜଣ ମିଶି ଅତିଥି ଖାଇବା ପୂର୍ବରୁ ସବୁ ଖାଇଦେଇଥିଲୁ। ପିତା ମନେ ମନେ ବହୁତ୍‌ ରାଗୁଥିଲେ। କିନ୍ତୁ ଉପରୁ କହୁଥିଲେ ଦୁଷ୍ଟ ହୁଅ ନାହିଁ। କିନ୍ତୁ ଆମେ ତାଙ୍କ କଥା ନ ମାନି ସୋଫା ଉପରେ ଚଢି କୁଦିବା ଆରମ୍ଭ କଲୁ। ଏହାପର ଦିନ ସକାଳୁ ପିତା ଆମ ୨ ଜଣଙ୍କୁ ଡାକି କହିଲେ, ତୁମେ ୨ ଜଣ ଘରୁ ବାହାରି ଯାଅ। ତୁମେ ଆଜିଠୁ ଗ୍ୟାରେଜ୍‌ରେ ବନ୍ଦ ହୋଇ ରହିବ। ଯେଉଁ ପର୍ଯ୍ୟନ୍ତ ତୁମେ ୨ ଜଣ ନିଜ ଭୁଲ ନ ବୁଝିପାରିଛ ସେ ପର୍ଯ୍ୟନ୍ତ ଘରକୁ ଆସିବ ନାହିଁ। ମା’ ଛୋଟ ପିଲା ଦୁଷ୍ଟାମୀ କରନ୍ତି କହି ଯେତେ ଗୁହାରି କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଫଳରେ ଅନୀଲ ଆଉ ମୁଁ ଗ୍ୟାରେଜ୍‌ରେ ରହିଥିଲୁ। ଖାଇବାକୁ କେବଳ ରୁଟି ଏବଂ ପାଣି ମିଳିଥିଲା। ଏଠାରେ ୨ ଦିନର ରହଣି କାଳରେ ଆମ ଦୁଇ ଭାଇଙ୍କ ସମ୍ପର୍କ ମଜଭୁତ ହୋଇଥିଲା ଏବଂ ନିଜର ଭୁଲ୍‌ ବୁଝି ପାରିଥିଲୁ। ସେଦିନଠାରୁ ଆମ ଦୁଷ୍ଟାମୀ ବନ୍ଦ ହୋଇଥିଲା ବୋଲି ମୁକେଶ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ପ୍ରଥମ ମୁସଲିମ୍‌ ମହିଳା ଡିଏସ୍‌ପି

ପାଟନା,୧୧।୬: ନିକଟରେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି)ର ୬୪ତମ କମ୍ପିଟେଟିଭ୍‌ ଏକ୍ସାମର ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ପ୍ରଥମ ଥରେ ଜଣେ ମୁସଲିମ...

ଲେଖା ଦେଇଛି ପରିଚୟ

ଗାଁମୁଣ୍ଡ ଆମ୍ବତୋଟା ନିକଟରେ ରହିଥାଏ ଛୋଟ ପାହାଡ଼ଟିଏ। ପାଖରେ ବହିଯାଇଛି ରାଜୁଆ ନଦୀ। ନଦୀପଠାର କଡ଼ରେ ଥିବା ଧାନବିଲରେ ହସିଉଠୁଛି ସବୁଜକ୍ଷେତର ସମ୍ଭାର । ଅନିତ...

କେବେ ନାରଙ୍ଗୀ ରଙ୍ଗର ଟୋପି ତ କେବେ କଳା ଚଷମା, ୨୦୧୯ରେ ଚର୍ଚ୍ଚାରେ ଥିଲା ମୋଦିଙ୍କ ଏହି ଲୁକ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ବର୍ଷ ୨୦୧୯ ସ୍ମରଣୀୟ ରହିଥିଲା। ସାଧାରଣ ନିର୍ବାଚନରେ ଭାଜପାର ସଫଳତା ଯୋଗୁ ଉକ୍ତ ବର୍ଷ ସେ ଦ୍ୱିତୀୟ ଥର ଲାଗି...

ଗଛଡାଳରେ ଝୁଲି ରହିଥିଲା ବିରାଟକାୟ ଅଜଗର, ଧରିବା ପାଇଁ ଦମକଳବାହିନୀ ନାକେଦମ୍‌

ବ୍ୟାଙ୍କକ୍‌ରେ କରୋନା ମହାମାରୀକୁ ନେଇ ଲଗାଯାଇଥିବା ପ୍ରତିବନ୍ଧକ ଟିକେ କୋହଳ ହେବା ପରେ ଜନଜୀବନ ସ୍ବାଭାବିକ ହୋଇଛି। ଲୋକେ ଏବେ ବନ୍ଦ ଘରୁ ବାହାରକୁ ବାହାରୁଛନ୍ତି।...

ସିଂହ ପଛରେ ବାଇକ୍‌ ଧରି ଗୋଡାଉଥିଲେ ଯୁବକ, ଆଉ ତା ପରେ

ଗୁଜୁରାଟର ଜୁନାଗଡରେ ଦୁଇଜଣ ବାଇକ ଆରୋହୀ ଏକ ସିଂହ ପଛରେ ଗୋଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଜଙ୍ଗଲ ଅଧିକାରୀମାନେ ଉଭୟ ଯୁବକଙ୍କୁ...

ବାଘଙ୍କୁ ଦିଆଯାଉଛି ଗଛ ଚଢ଼ା ଟ୍ରେନିଂ

ଲଣ୍ଡନ, ୧୫।୩: ଇଂଲଣ୍ଡର ଜେଡ୍‌ଏସ୍‌ଏଲ୍‌ ହ୍ବିପ୍ସ୍‌ନାଡେ ଚିଡ଼ିଆଘରରେ ଥିବା ସାଇବେରିଆ ବାଘଙ୍କୁ ଗଛ ଚଢ଼ା ଟ୍ରେନିଂ ଦିଆଯାଉଛି। ଏହା ସହିତ ଶିକାର କିପରି କରିବାକୁ ହୋଇଥାଏ...

ବିବାହରେ ବରଙ୍କୁ ମଦ୍ୟପାନ କରାନ୍ତି ଶାଶୁ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରୁଥିବା ବଇଗା ଜନଜାତିଙ୍କ ବିବାହରେ ଏକ...

ସ୍ନେକ୍‌ ମସାଜ: ପିଠି-ମୁହଁରେ ଛଡ଼ାଯାଏ ୨୮ ପ୍ରକାର ସାପ

କାଏରୋ,୩୦।୧୨: ବିଭିନ୍ନ ପ୍ରକାର ମସାଜ ସମ୍ପର୍କରେ ଜଣାଅଛି। ତେବେ ପିଠି ଏବଂ ମୁହଁରେ ସାପକୁ ଛାଡ଼ି ମସାଜ୍‌ କରିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ...

Advertisement
Archives

Model This Week