Posted inଫୁରସତ

ମୁକେଶ ଅମ୍ବାନୀଙ୍କୁ ୨ ଦିନ ଗ୍ୟାରେଜ୍‌ରେ ବନ୍ଦ କରିଦେଇଥିଲେ ପିତା, ଜାଣନ୍ତୁ କାହିଁକି

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ କମ୍ପାନୀ ରିଲାଏନ୍ସ ଗ୍ରୁପ୍‌ ଫ୍ୟୁଚର୍‌ ଗ୍ରୁପ୍‌କୁ କିଣିଛି। ଫ୍ୟୁଚର୍‌ ଗ୍ରୁପ୍‌ର ପ୍ରସିଦ୍ଧ ବିଗ୍‌ ବଜାର ଏବେ ଅମ୍ବାନୀ ପରିବାରର ହୋଇଯାଇଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ସଫଳତାର ଶିଡି ଚଢିଚାଲିଥିବା ମୁକେଶ ଅମ୍ବାନୀ ଏହାର ସମସ୍ତ ଶ୍ରେୟ ନିଜ ପିତା ଧୀରୁ ଭାଇ ଅମ୍ବାନୀଙ୍କୁ ଦିଅନ୍ତି। ମୁକେଶଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତାଙ୍କ ପିତା ପିଲାଦିନେ କେମିତି ତାଙ୍କ ଅନୁଶାସନରେ ରଖିଥିଲେ ଏଥିରେ ସେ କହିଛନ୍ତି। ୨୦୦୨ରେ ଅଭିନେତ୍ରୀ ସିମି ଅଗ୍ରଓ୍ବାଲଙ୍କ ସହ ଏକ ମୁକେଶ ଏକ ସାକ୍ଷାତକାରରେ ନଜର ଆସିଥିଲେ। ଏଥିରେ ସେ କହିଥିଲେ ପିଲାଦିନେ ମୁଁ ପିତାଙ୍କୁ ସଂଘର୍ଷ କରିବା ଦେଖିଛି। ଥରେ ସନ୍ଧ୍ୟା ଆମ ଘରକୁ କିଛି ଅତିଥି ଆସିଥାନ୍ତି। ସେତେବେଳେ ମୁଁ ୧୦ କି ୧୧ ବର୍ଷ ଏବଂ ସାନ ଭାଇ ଅନୀଲ ୯ ବର୍ଷ ଥିଲେ। ଅନ୍ୟ ପିଲାଙ୍କ ସମୟ ମିଶି ଘରେ ବହୁତ୍‌ ଦୁଷ୍ଟ ହେଉଥିଲୁ। ମା’ ଅତିଥିଙ୍କ ପାଇଁ ଖାଇବା ଆଣିଥିଲେ। ଆମେ ଦୁଇଜଣ ମିଶି ଅତିଥି ଖାଇବା ପୂର୍ବରୁ ସବୁ ଖାଇଦେଇଥିଲୁ। ପିତା ମନେ ମନେ ବହୁତ୍‌ ରାଗୁଥିଲେ। କିନ୍ତୁ ଉପରୁ କହୁଥିଲେ ଦୁଷ୍ଟ ହୁଅ ନାହିଁ। କିନ୍ତୁ ଆମେ ତାଙ୍କ କଥା ନ ମାନି ସୋଫା ଉପରେ ଚଢି କୁଦିବା ଆରମ୍ଭ କଲୁ। ଏହାପର ଦିନ ସକାଳୁ ପିତା ଆମ ୨ ଜଣଙ୍କୁ ଡାକି କହିଲେ, ତୁମେ ୨ ଜଣ ଘରୁ ବାହାରି ଯାଅ। ତୁମେ ଆଜିଠୁ ଗ୍ୟାରେଜ୍‌ରେ ବନ୍ଦ ହୋଇ ରହିବ। ଯେଉଁ ପର୍ଯ୍ୟନ୍ତ ତୁମେ ୨ ଜଣ ନିଜ ଭୁଲ ନ ବୁଝିପାରିଛ ସେ ପର୍ଯ୍ୟନ୍ତ ଘରକୁ ଆସିବ ନାହିଁ। ମା’ ଛୋଟ ପିଲା ଦୁଷ୍ଟାମୀ କରନ୍ତି କହି ଯେତେ ଗୁହାରି କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଫଳରେ ଅନୀଲ ଆଉ ମୁଁ ଗ୍ୟାରେଜ୍‌ରେ ରହିଥିଲୁ। ଖାଇବାକୁ କେବଳ ରୁଟି ଏବଂ ପାଣି ମିଳିଥିଲା। ଏଠାରେ ୨ ଦିନର ରହଣି କାଳରେ ଆମ ଦୁଇ ଭାଇଙ୍କ ସମ୍ପର୍କ ମଜଭୁତ ହୋଇଥିଲା ଏବଂ ନିଜର ଭୁଲ୍‌ ବୁଝି ପାରିଥିଲୁ। ସେଦିନଠାରୁ ଆମ ଦୁଷ୍ଟାମୀ ବନ୍ଦ ହୋଇଥିଲା ବୋଲି ମୁକେଶ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?