Posted inଜାତୀୟ

କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ୬ ମାସ ଅପେକ୍ଷା କରିବି: ଆଜାଦ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ବିବାଦ ଏପର୍ଯ୍ୟନ୍ତ ତୁଟି ନାହିଁ। ଅନ୍ୟପଟେ ଏହି ଅଧ୍ୟକ୍ଷ ପଦ ପାଇଁ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିକୁ ନେଇ ଉଠିଥିବା ବିବାଦ ମଧ୍ୟ ବେଳକୁ ବେଳ ଭିନ୍ନ ମୋଡ ନେଉଛି। ତେବେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ଯେଉଁ ୨୩ ଜଣ ନେତା ସୋନିଆଙ୍କୁ ଚିଠି ଲେଖିଥିଲେ ଏବେ ତାଙ୍କୁ ଦୋଷରୋପ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହାପରେ ଏବେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା କାମ ଚାଲିଛି। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ କହିଛନ୍ତି, ଯେପର୍ଯ୍ୟନ୍ତ ତାଙ୍କଦ୍ୱାରା ଉଠାଯାଇଥିବା ସମସ୍ତ କଥାକୁ ଶୁଣିବା ପାଇଁ ଦଳ ଅଧ୍ୟକ୍ଷଙ୍କ ନିଯୁକ୍ତି ନ ହୋଇଛନ୍ତି ସେ ୬ମାସ ପର୍ଯ୍ୟନ୍ତ ଅପେକ୍ଷା ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଜଫରନଗରରେ ଘର ଭୁଷୁଡ଼ି ୩ ଶିଶୁ ମୃତ

ମୁଜଫରନଗର,୮।୭: ଉତ୍ତରପ୍ରଦେଶ ମୁଜଫରନଗରର ସିଖେଡା ଗଁ।ରେ ସୋମବାର ଘରର ଛାତ ଭୁଷୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛନ୍ତି। ସହରରେ...

ଦୁଇଟି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ ଭାରତ

ନୂଆଦିଲ୍ଲୀ,୧୫।୯: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇବାର ନାଁ ଧରୁନି। ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଦୁଇ ଦେଶ...

୧୯ ଦିନ ଧରି ନିଜାମୁଦ୍ଦିନ୍‌ ପାଲଟିଥିଲା କରୋନା ସଂକ୍ରମଣର କେନ୍ଦ୍ର !

ନୂଆଦିଲ୍ଲୀ,୧।୪: ନିଜାମୁଦ୍ଦିନ୍‌ର ତବଲିଗ୍‌ ଜମାତ୍‌ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜମାତ୍‌ ମାର୍ଚ୍ଚ ୧୬ରୁ ୨୪ ପର୍ଯ୍ୟନ୍ତ ହେବାର ଯୋଜନା ଥିଲା।...

ଋଶିକେଶରେ ବିଦେଶୀ ମହିଳାଙ୍କୁ ବଳାତ୍କାର

ଋଶିକେଶ,୯।୧୦- ଋଶିକେଶରେ ଜଣେ ଆମେରିକୀୟ ମହିଳା (୩୭)ଙ୍କୁ ଜଣେ ସ୍ଥାନୀୟ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୋଗ ଶିକ୍ଷା ଲାଗି ସେ ଏଠାକୁ ଆସିଥିବାବେଳେ...

ଦିଲ୍ଲୀ ନିର୍ବାଚନ: କେଜରିଓ୍ବାଲଙ୍କ ଟକ୍କର ଦେଉଥିବା ସ୍ବାମିଜୀଙ୍କ ପାଖରେ ଅଛି ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାକୁ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ହଟାଇବା ପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ଯୋଜନା କରୁଛନ୍ତି।...

ଶ୍ରୀନଗର ହେଲିକପ୍ଟର ଦୁର୍ଘଟଣା: ୫ବାୟୁସେନା ଅଧିକାରୀ ଦୋଷୀ ସାବ୍ୟସ୍ତ

ଶ୍ରୀନଗର,୨୩।୮: ଭାରତୀୟ ବାୟୁସେନା ନିଜର ୫ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ଫେବୃୟାରୀ ୨୭ରେ ଶ୍ରୀନଗରରେ ନିଜର ହେଲିକପ୍ଟର ଉପରେ ହୋଇଥିବା ଫାୟାରିଂ...

୫ ଭାରତୀୟ ଯୁବକଙ୍କୁ ବନ୍ଧକ ରଖିଛି ଚାଇନା

ନୂଆଦିଲ୍ଲୀ, ୫।୯: ଚାଇନା ଭାରତ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଅରୁଣାଚଳ ପ୍ରଦେଶର ୫ ଯୁବକଙ୍କୁ ଚାଇନା ସୈନ୍ୟ ଉଠାଇନେଇଛନ୍ତି। ଏସମ୍ପର୍କରେ କଂଗ୍ରେସ ବିଧାୟକ ନନୋଙ୍ଗ୍‌...

ମନ୍ଦିର ସଂଲଗ୍ନ ଖନନ ସମୟରେ ମିଳିଲା ୫୦୫ ସ୍ବର୍ଣ୍ଣମୁଦ୍ରା

ତିରୁଚିରାପଲି,୨୭।୨: ତାମିଲନାଡୁର ତିରୁଚିରାପଲି ଜିଲା ଥିରୁଭାନୈକଭଲ ନିକଟରେ ଥିବା ଜମ୍ବୁକେଶ୍ୱର ମନ୍ଦିର ନିକଟରେ ଖନନ ଚାଲିଥିବା ବେଳେ ମାଟିତଳୁ ୫୦୫ଟି ସ୍ବର୍ଣ୍ଣମୁଦ୍ରା ମିଲିଥିବା ଜଣାପଡିଛି। ଏହାର...

Coronavirus Update

Archives

Model This Week

Why Dharitri