ଋଣଜାଲରେ ବିକାଶଶୀଳ ରାଷ୍ଟ୍ର
ନୂଆଦିଲ୍ଲୀ/ବେଜିଂ,୨୩ା୭: ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଦେଉଥିବା ଋଣର ଅଧା ହେଉଛି ହିଡେନ କେଡିଟ୍ସ (ଲୁକ୍କାୟିତ କରଜ)। ହାଭାର୍ଡ ୟୁନିଭର୍ସିଟିର ଜଣାଶୁଣା ଋଣ ବିଶେଷଜ୍ଞ କାର୍ମେନ ରିନ୍ହାର୍ଟ ଏବଂ କେଇଲ୍ ଇନ୍ଷ୍ଟିଚ୍ୟୁଟ୍ର ଖ୍ରିଷ୍ଟୋଫ୍ ଟ୍ରେବେସ୍କ ଓ ସେବାସ୍ତିଆନ୍ ହର୍ନ ବିଶ୍ଳେଷଣ କରି ଉପରୋକ୍ତ…
ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ ସଫଳ
ବାଲେଶ୍ୱର ଅଫିସ,୨୩ା୭: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆର୍ ପରିସରରେ ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ସହିତ ଏହି କ୍ଷେପଣାସ୍ତ୍ର ବ୍ୟବହାର କରାଯିବ। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହି କ୍ଷେପଣାସ୍ତ୍ରକୁ…
ସଜେଇ ହେଉଛି ରାନୀ ବଖରୀ
ସମ୍ବଲପୁର, ୨୩ା୭(ବ୍ୟୁରୋ): ନବବଧୂ ଭଳି ସଜେଇ ହୋଇଛି ରାନୀ ବଖରୀ। ୩ ମହଲା ବିଶିଷ୍ଟ ଐତିହାସିକ ରାଜପ୍ରାସାଦରେ ମୋଟ ୧୫ଟି କୋଠରି ରହିଛି। ତଳେ ୭, ମଝିରେ ୬ ଓ ସବା ଉପରେ ୨ଟି ସୁସଜ୍ଜିତ କୋଠରି ଓ ଗୋଟିଏ ବାରଣ୍ଡା…
ଠାରରେ ଖୋଜିଛନ୍ତି ଜୀବନ ଠିକଣା
ଭୁବନ, ୨୩।୭(ଡି.ଏନ.ଏ.) କାନକୁ ଶୁଭୁନି, ହେଲେ ଭିଡିଓ ଦେଖି ଅବିକଳ ନାଚିପାରନ୍ତି। ଜନ୍ମରୁ ପାଟି ଫିଟୁନି ତଥାପି ଥରେ ତୂଳି ଧରିଲେ କଥାକୁହେ ତାଙ୍କ ହାତ ତିଆରି ମୂର୍ତ୍ତି ଆଉ ଚିତ୍ରକଳା। ସଂଘର୍ଷ ନ କଲେ ଜିଇବା ହୋଇଯିବ ମୁସ୍କିଲ। ଏକଥାକୁ…
ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗଙ୍କ ପରଲୋକ
ସୁନ୍ଦରଗଡ଼, ୨୩ା୭(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରଘୁନାଥପାଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ଓକିଲ ନେଲସନ ସୋରେଙ୍ଗଙ୍କ ବୁଧବାର ଅପରାହ୍ନରେ ତାଙ୍କ ସୁନ୍ଦରଗଡ଼ ମହେଶଡ଼ିହିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ବହୁଦିନ ଧରି ଅସୁସ୍ଥ…
ଇଣ୍ଟରନେଟ୍ ରେଡିଓ
ଭୁବନେଶ୍ୱର,୨୩ା୭(ବ୍ୟୁରୋ): ୧୯୨୭ ଜୁଲାଇ ୨୩ରେ ଭାରତରେ ପ୍ରଥମଥର ପାଇଁ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ନାମକ ଏକ ବେସରକାରୀ ସଂସ୍ଥା ଦ୍ୱାରା ବମ୍ବେ ଷ୍ଟେଶନରୁ ଏହି ପ୍ରସାରଣ କରାଯାଇଥିଲା। ଏହା ପରଠାରୁ ଜୁଲାଇ ୨୩କୁ ପ୍ରତିବର୍ଷ ଦେଶରେ…
ଭାରତର ଅଲିମ୍ପିକ୍ ପ୍ରସ୍ତୁତିକୁ ଶକ୍ତ ଝଟ୍କା
ନୂଆଦିଲ୍ଲୀ,୨୩।୭(ପି.ଟି.): ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ଦେଶର ନ୍ୟାଶନାଲ ଡୋପ୍ ଟେଷ୍ଟିଂ ଲାବରେଟୋରି (ଏନ୍ଡିଟିଏଲ୍) ଉପରେ ଜାରି କରିଥିବା ବାସନ୍ଦାଦେଶକୁ ଆଉ ୬ ମାସକୁ ବୃଦ୍ଧି କରିଛନ୍ତି। ଏନ୍ଡିଟିଏଲ୍ ଅନ୍ତଃରାଷ୍ଟ୍ରୀୟ ସ୍ତରର ଅନୁରୂପ ହୋଇ ନ ଥିବାରୁ ଓ୍ବାଡା ଏହି…
ଧାନ ପରେ ପଇସା ଗଲା, ଚାଷୀ ମୁଣ୍ଡରେ ଚଡ଼କ
କେନ୍ଦୁଝର,୨୩ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ୬୮ଜଣ ଚାଷୀଙ୍କ ଧାନ ବିକ୍ରି ଅର୍ଥ ହଡ଼ପ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଟୋକନ ବ୍ୟବସ୍ଥାରେ ଚାଷୀ ଧାନ ବିକି ରଶିଦ ପାଇଥିଲେ। ଏହା ସତ୍ତ୍ୱେ ଦୀର୍ଘ ୪ମାସ ହେଲା…
ସୁନ୍ଦରଗଡ଼, ଯାଜପୁର ଜିଲାକୁ ୫ କୋଟି
ଭୁବନେଶ୍ୱର,୨୩ା୭(ବ୍ୟୁରୋ): କୋଭିଡ୍-୧୯ ମୁକାବିଲା ପାଇଁ ସୁନ୍ଦରଗଡ଼ ଓ ଯାଜପୁର ଜିଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସରେ ସୁନ୍ଦରଗଡ଼ ଓ ଯାଜପୁର ଜିଲାର କୋଭିଡ୍ ପରିଚାଳନା ସ୍ଥିତି…
ଆଗେଇ ପାରୁନି ଚାଷ କାମ: ଶ୍ରାବଣରେ ଜମି ପଡ଼ିଛି ଶୁଖିଲା
ବାରିପଦା ଅଫିସ,୨୩ା୭- ଶ୍ରାବଣ ମାସ ସରିବାକୁ ବସିଥିବା ବେଳେ ବର୍ଷାର ଦେଖା ନାହିଁ। ପ୍ରତିଦିନ ବର୍ଷା ଉଠାଇଛି ହେଲେ ବର୍ଷୁ ନାହିଁ। ସ୍ବଳ୍ପ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲାର ଅଧିକାଂଶ ବ୍ଲକରେ ଚାଷ କାର୍ଯ୍ୟ ଆଗେଇ ପାରୁନି। ବାରିପଦା ବ୍ଲକ ବୁଢିଖମାରୀ…
୩୨ ବିଦେଶୀ କୋଚ୍ଙ୍କ ଚୁକ୍ତି ବୃଦ୍ଧି
ନୂଆଦିଲ୍ଲୀ,୨୩।୭(ପି.ଟି.): ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଥିରେ ୩୨ଜଣ ବିଦେଶୀ କୋଚ୍ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସାଇ ୧୧ଟି କ୍ରୀଡ଼ାବର୍ଗର ଏହି କୋଚ୍ମାନଙ୍କ ଚୁକ୍ତିକୁ ଆସନ୍ତାବର୍ଷ ସେପ୍ଟେମ୍ବରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।…
ଗଛ ଲଗାଉଛନ୍ତି ମଣିପୁର ଫୁଟବଲର
ନୂଆଦିଲ୍ଲୀ,୨୩।୭(ପି.ଟି.): କୋଭିଡ୍ ମହାମାରୀ କାରଣରୁ ଗତ ୪ ମାସ ହେବ ଖେଳରୁ ଦୂରେଇ ରହିଥିବା ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରର ପୂର୍ବତନ ଓ ଏବେକାର ଫୁଟବଲରମାନେ ଏକ ଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଫୁଟବଲରମାନେ ଏବେ ଗଛ ଲଗାଇବା ଅର୍ଥାତ ବନୀକରଣ…
Archives


