ନୟାଗଡ଼ ମ୍ୟୁନିସିପାଲିଟିରେ ନାହିଁ ସ୍ମାର୍ଟ ଶ୍ମଶାନ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ ମ୍ୟୁନିସିପାଲିଟିରେ ସ୍ମାର୍ଟ ଶ୍ମଶାନ ନାହିଁ। ପୂର୍ବରୁ ଯେଉଁ ଦୁଇ ଶ୍ମଶାନ ରହିଛି ସେଠାରେ ଶବଦାହ କରିବା ସମ୍ଭବ ନୁହେଁ। ତେଣୁ ସହରବାସୀ ହଇରାଣ ହେଉଛନ୍ତି। କେହି ଖର୍ଚ୍ଚାନ୍ତ ହୋଇ ପୁରୀ ସ୍ବର୍ଗଦ୍ୱାରକୁ ଯାଉଛନ୍ତି ଆଉ କିଏ ନିଜ ବାରିପଟେ ଶବଦାହ କରୁଛନ୍ତି। ଅନ୍ୟପଟେ ନୟାଗଡ ପୁରୁଣା ସହରର ଭାଲୁଖୋଲ ନିକଟରେ ଯେଉଁ ଶ୍ମଶାନ ରହିଛି ତାହା ଆବର୍ଜନାରେ ଭରପୂର ହୋଇ ଦୁର୍ଗନ୍ଧ ବାହାରୁଛି। ଅନ୍ୟ ଶ୍ମଶାନଟି ଖଣ୍ଡପଡା ରୋଡର କୃଷକ ବଜାର ପଛପାଖ ଜନବସତିରେ ରହିଯାଇଥିବାରୁ ଶବଦାହ ହୋଇପାରୁ ନାହିଁ। ଦୀର୍ଘ ୧୫ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁ ନାହିଁ।

ପ୍ରକାଶ ଯେ, ପୁରୁଣା ସହର ଶ୍ମଶାନ ପାଖରେ ନୟାଗଡ଼ ସହରର ଆବର୍ଜନା ଗଦା ହୋଇ ରହୁଛି। ସନ୍ଧ୍ୟା ହେଲେ ଆବର୍ଜନାରେ ନିଅଁା ଲଗାଇ ଦିଆଯିବାରୁ ଦୁର୍ଗନ୍ଧ ହେଉଛି। ଏଣୁ ଏଠାକୁ ଶବଦାହ କରିବାକୁ ଯିବା କାଠିକର ପାଠ ହୋଇପଡୁଛି। ସେହିପରି ଖଣ୍ଡପଡା ରୋଡ୍‌ରେ ଥିବା ଶ୍ମଶାନ ଜବରଦଖଲରେ ଥିଲା। ବର୍ତ୍ତମାନ ଏହା ଚାରିପାଖରେ ବାସପଯୋଗୀ ଘର ହୋଇସାରିଲାଣି। ଗତ ଫେବୃୟାରୀରେ ଏହି ଶ୍ମଶାନ ଚାରିପାଖରୁ ଜବରଦଖଲ ହଟିଥିଲେ ମଧ୍ୟ ଜନବସତି କାରଣରୁ ଏଠାରେ ଶବଦାହ କରିବାକୁ ମନା କରାଯାଉଛି। ଏ ନେଇ ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ନୟାଗଡ଼ ପୁରୁଣା ସହରରେ ଖୁବ୍‌ଶୀଘ୍ର ସ୍ମାର୍ଟ ଶ୍ମଶାନ ନିର୍ମାଣ ହେବ। ଦେଢ଼ଏକର ଜମିରେ ହେବାକୁ ଥିବା ଶ୍ମଶାନରେ ଗୋଟିଏ ଥରରେ ୪ଟି ମୃତଦେହ ଦାହ କରାଯାଇପାରିବ। ଏଥିପାଇଁ ଦେଢ଼କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ଟେଣ୍ଡର ପରେ କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri