Posted inଫୁରସତ

ପଞ୍ଚ ପବିତ୍ର

ପଞ୍ଚ ବା ପାଞ୍ଚ କେବଳ ଏକ ସଂଖ୍ୟା ନୁହେଁ, ହିନ୍ଦୁଧର୍ମରେ ଏହା ପବିତ୍ରତାର ଆଉ ଏକ ନାଁ। କାରଣ ପୂଜାବିଧିଠାରୁ ଆରମ୍ଭ କରି କର୍ମକାଣ୍ଡ ଯାଏ ସବୁଠି ଦେଖିବାକୁ ମିଳେ
ପାଞ୍ଚର ସମାହାର…
ପଞ୍ଚାମୃତ- ଦୁଧ(କ୍ଷୀର), ଦହି, ଘୃତ(ଘିଅ), ମଧୁ(ମହୁ), ଶର୍କରା ଭଳି ଅମୃତ ତୁଲ୍ୟ ପଦାର୍ଥର ମିଶ୍ରଣରେ ପଞ୍ଚାମୃତ ପ୍ରସ୍ତୁତ କରାଯାଏ। ଏହାଦ୍ୱାରା ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା କରାଯାଇଥାଏ। ଉଭୟ ହିନ୍ଦୁ ଓ ଜୈନ ଧର୍ମରେ ପୂଜା ଓ ଅଭିଷେକ ପାଇଁ ପଞ୍ଚାମୃତକୁ ବ୍ୟବହାର କରାଯାଏ। ପୂଜା ଓ ଅଭିଷେକରେ ବ୍ୟବହାର ପରେ ଏହାକୁ ପ୍ରସାଦଭାବେ ବଣ୍ଟନ ହୋଇଥାଏ। ଧାର୍ମିକ ଦୃଷ୍ଟିରୁ ଏହାର ମହତ୍ତ୍ବ ଯେତିକି ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଏହାକୁ ପାନ କଲେ ସକାରାତ୍ମକ ଉର୍ଜା ସଞ୍ଚାର ହୁଏ। ସକାରାତ୍ମକ ଭାବ ଓ ବିଚାର ସୃଷ୍ଟିହୁଏ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବି ରହିଛି। ଏହା ଗର୍ଭବତୀମାନଙ୍କୁ ଗର୍ଭ ଶୋଧନାର୍ଥେ ମଧ୍ୟ ଦିଆଯାଇଥାଏ।
ପଞ୍ଚଗବ୍ୟ – ଭାରତୀୟ ଦେଶୀ ଗୋବଂଶଙ୍କଠାରୁ ପ୍ରାପ୍ତ ଗବ୍ୟ ଦୁଧ, ଗୋବର ଓ ଗୋମୂତ୍ର ସହିତ ଉପଗବ୍ୟ ଦହି, ଘିଅ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ମିଶାଇ ପଞ୍ଚଗବ୍ୟ ପ୍ରସ୍ତୁତ କରାଯାଏ। ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଏହା ଏକ ବିଶେଷ ଔଷଧି ଅଟେ। ହିନ୍ଦୁମାନଙ୍କର କୌଣସି ମାଙ୍ଗଳିକ କାର୍ଯ୍ୟ ଏହା ବ୍ୟତୀତ ପୂର୍ଣ୍ଣ ହୁଏନାହିଁ। ଏହା ପାନକଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ପ୍ରାୟଶ୍ଚିତ୍ତ କରିବାକୁ ଚାହୁଁଥିବା ବ୍ୟକ୍ତି ପାପମୁକ୍ତ ହେବା ପାଇଁ ପଞ୍ଚଗବ୍ୟ ପାନ କରିବାର ପ୍ରଥା ରହିଛି।
ପଞ୍ଚଗବ୍ୟ ଘୃତ – ବିଶେଷ ବିଧିରେ ପ୍ରସ୍ତୁତ ପଞ୍ଚଗବ୍ୟ ଘୃତ ପୁରାତନ ସର୍ଦ୍ଦି, ମାନସିକ ଦୁର୍ବଳତା, ଅଧକପାଳି, ପାଗଳପଣ, ଶୋଥ, ସ୍ମୃତିଶକ୍ତି ହ୍ରାସ, ନିଦ୍ରାହୀନତା ଆଦି ଅନେକ ରୋଗ ପାଇଁ ଲାଭକାରୀ ।
ପଞ୍ଚବଟ- ଅଶ୍ୱତ୍ଥ, ବେଲ, ବର, ଅଁଳା ଓ ଅଶୋକ। ଏହି ପାଞ୍ଚ ପ୍ରକାର ବୃକ୍ଷ ଲାଗିଥିବା ବନକୁ ପଞ୍ଚବଟୀ କହନ୍ତି। ଦଣ୍ଡକାରଣ୍ୟ ଅନ୍ତର୍ଗତ ଗୋଦାବରୀ ତୀରସ୍ଥ ଏହି ସ୍ଥାନରେ ଶ୍ରୀରାମଚନ୍ଦ୍ର ବନବାସ କରୁଥିବା ସମୟରେ ରାବଣ ସୀତାଙ୍କୁ ହରଣ କରିଥିଲା। ପଞ୍ଚବଟୀର ପୂର୍ବରେ- ଅଶ୍ୱତ୍ଥ, ଉତ୍ତରରେ- ବେଲ, ପଶ୍ଚିମରେ- ବର, ଦକ୍ଷିଣରେ- ଅଁଳା, ଅଗ୍ନିକୋଣରେ- ଅଶୋକ ଗଛ ରୋପଣ କରାଯାଇଥାଏ।
ପଞ୍ଚସୁନା – ଆମ ଓଡ଼ିଆ ଘରେ ପାଞ୍ଚୋଟି ସାମଗ୍ରୀକୁ ପଞ୍ଚ ସୁନା ବୋଲି କୁହାଯାଏ। ସେଗୁଡ଼ିକ ହେଉଛି- କୁଲା, ଛାଞ୍ଚୁଣୀ, କଳସୀ, ଡଙ୍କି ଓ ଚୁଲି।
ପଞ୍ଚପୁଷ୍ପ – ପୁରାଣ ଅନୁସାରେ ଦେବତାଙ୍କ ପ୍ରିୟ ପାଞ୍ଚଗୋଟି ପୁଷ୍ପ ହେଲା – ଚମ୍ପା, ଆମ୍ବ, ଶମୀ, ପଦ୍ମ ଓ କନିଅର।
ପଞ୍ଚ ପଲ୍ଲବ – ବୈଦିକ କର୍ମକାଣ୍ଡରେ ବ୍ୟବହାର କରାଯାଉଥିବା ପାଞ୍ଚଟି ପବିତ୍ର ଗଛର ପତ୍ର ହେଉଛି ଯଥା – ଆମ୍ବ, ଅଶ୍ୱତ୍ଥ, ବଟ, ପଳାସ ଓ ଉଦମ୍ବର।
ପଞ୍ଚଦେବତା – ଗଣେଶ, ନାରାୟଣ, ରୁଦ୍ର ବା ଶିବ, ଅମ୍ବିକା ବା ଦୁର୍ଗା, ଭାସ୍କର ବା ସୂର୍ଯ୍ୟ। ପୂଜା, ହୋମ, ଯଜ୍ଞ ଆଦି ସମୟରେ ପାଠ କରାଯାଉଥିବା ଏକ ମନ୍ତ୍ର – ‘ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନାଭିନ୍ନ ନ କର୍ତ୍ତବ୍ୟ ପଞ୍ଚଦେବ ନମସ୍ତୁତେ।’
ଅର୍ଥାତ୍‌ ଗଣେଶ, ନାରାୟଣ, ରୁଦ୍ର ବା ଶିବ, ଅମ୍ବିକା ବା ଦୁର୍ଗା, ଭାସ୍କର ବା ସୂର୍ଯ୍ୟ ଦେବ ସମସ୍ତେ ଏକ। ଏମାନଙ୍କ ମଧ୍ୟରେ ଭିନ୍ନତା ଦେଖିବା ଉଚିତ ନୁହେଁ।
ପଞ୍ଚଉପଚାର – ପାଞ୍ଚ ପ୍ରକାର ଉପକରଣ ସଂଯୁକ୍ତ ଦେବପୂଜା। ଆସନ, ଅର୍ଘ୍ୟ, ଗନ୍ଧ, ପୁଷ୍ପ ଓ ନୈବେଦ୍ୟ। ଦେବପୂଜା ନିମନ୍ତେ ଷୋଡ଼ଶ ଉପଚାରର ବିଧି ରହିଛି, କିନ୍ତୁ ସାଧାରଣତଃ ଲୋକେ ପଞ୍ଚୋପଚାରରେ ପୂଜା କରିଥାନ୍ତି।
ପଞ୍ଚକ ବା ପଞ୍ଚୁକ – ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କହନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ। ଯେଉଁମାନେ ସମ୍ପୂର୍ଣ୍ଣ ମାସ ଯାକ କାର୍ତ୍ତିକ ବ୍ରତ ପାଳନ କରିବାରେ ଅସମର୍ଥ ସେମାନେ ଶେଷ ପଞ୍ଚୁକ ପାଳନ କରନ୍ତି। ଏହି ମାସରେ ବ୍ରତଧାରୀ ଓ ହବିଷିଆଳିମାନେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କର ପୂଜା ଆରାଧନା କରିଥାନ୍ତି ଓ ନିରାମିଷ ଖାଦ୍ୟ ସେବନ କରନ୍ତି ା ପଞ୍ଚୁକରେ ମହିଳାମାନେ ବୃନ୍ଦାବତୀଙ୍କ ପାଖରେ ପୂଜା କରି ମୁରୁଜ ପକାନ୍ତି ା ଏହି ସମୟରେ ଅନେକ ସ୍ଥାନରେ ରାସଲୀଳା ପାଳନ କରାଯାଏ। ତା’ସହ ଭାଗବତର ରାସ ପଞ୍ଚାଧ୍ୟାୟୀ ପଠନ, ପାଠନ ଚତୁବର୍ଗ ଫଳ ପ୍ରଦାନ କରେ ବୋଲି ବିଶ୍ୱାସ ରହିଛି। ଏହା ଭୀଷ୍ମ ପଞ୍ଚକ ଭାବେ ମଧ୍ୟ ପରିଚିତ।
ପଞ୍ଚୁଦୋଳ- ଦୋଳପୂର୍ଣ୍ଣିମା ପରେ ପ୍ରତିପଦାଠାରୁ ପାଞ୍ଚଦିନ ଭିନ୍ନ ଭିନ୍ନ ସ୍ଥାନରେ ରାଧାକୃଷ୍ଣ ବିଗ୍ରହମାନଙ୍କର ମିଳନ ଉତ୍ସବ ପାଳନ କରାଯାଏ।
ପଞ୍ଚବର୍ଣ୍ଣ – ଧଳା, କଳା, ନାଲି, ହଳଦୀ ଓ ନେଳି। ଏହି ପାଞ୍ଚଟି ବର୍ଣ୍ଣର ମୁରୁଜ ପୂଜାପାଠ ସମୟରେ ପକାଯାଏ।
ପଞ୍ଚଶସ୍ୟ – ଧାନ, ମୁଗ, ତିଳ(ରାଶି), ଯଅ, ବିରି। ଓଡ଼ିଆ ଖାଦ୍ୟ, ପରମ୍ପରା ଓ ରୀତିନୀତିରେ ଏହି ପଞ୍ଚଶସ୍ୟକୁ ସାଧାରଣତଃ ପୂଜାପର୍ବ ଯଜ୍ଞାଦିରେ ବ୍ୟବହାର କରାଯାଏ ଓ ଭୋଗ ଲାଗିହୁଏ ା
ପଞ୍ଚପିତା- ଆମେ ସମସ୍ତେ ଜାଣୁ ସମସ୍ତଙ୍କର ଜଣେ ଲେଖାଏଁ ପିତା ଥାଆନ୍ତି। ହେଲେ ଶାସ୍ତ୍ର କହେ ପ୍ରତ୍ୟେକ ମଣିଷର ପିତା ହେଉଛନ୍ତି ୫ ଜଣ। ଏହି ପଞ୍ଚପିତା ହେଉଛନ୍ତି ଜନ୍ମଦାତା ପିତା, ଶିକ୍ଷା ପ୍ରଦାନକାରୀ ଗୁରୁ, ଗୁରୁମନ୍ତ୍ର ଦେଉଥିବା ବ୍ୟକ୍ତି, କନ୍ୟା ଦାନ କରୁଥିବା ବ୍ୟକ୍ତି ବା କନ୍ୟାପିତା, କାମ ଦେଉଥିବା ପିତା ତଥା ଅନ୍ନଦାତା।
ପଞ୍ଚକର୍ମ- ଆଧ୍ୟାତ୍ମିକ ଶାସ୍ତ୍ରରେ ପୁରଶ୍ଚରଣଃ, ସ୍ନାନ, ଜପ, ହୋମ, ତର୍ପଣକୁ ପଞ୍ଚକର୍ମ ବୋଲି କୁହାଯାଏ।
ପଞ୍ଚାର୍ଘ୍ୟ- ପୂଜାନୁଷ୍ଠାନରେ ପଞ୍ଚାର୍ଘ୍ୟ କହିଲେ ଦୁର୍ବା, ପୁଷ୍ପ, ତୋୟ, ତଣ୍ଡୁଳ ଓ ଚନ୍ଦନକୁ ବୁଝାଏ।
ପଞ୍ଚମାତ୍ରା- ପଞ୍ଚମାତ୍ରା ହେଉଛି -ଅ, ଉ, ମ, ଅର୍ଧ ମାତ୍ରା, ଚନ୍ଦ୍ର ବିନ୍ଦୁ। ଏହାକୁ ପଞ୍ଚ ପ୍ରଣବ ବି କୁହାଯାଏ।
ପଞ୍ଚନଦ- ଆମ ଦେଶରେ ଅନେକ ନଦୀ ଅଛି। ତେବେ ନଦ ପାଞ୍ଚୋଟି ଥିବା ଶାସ୍ତ୍ର କହେ। ସେହି ପାଞ୍ଚ ନଦ ହେଉଛି- ବିତସ୍ତ, ଶତଦ୍ରୁ, ଐରାବତୀ, ଚନ୍ଦ୍ରଭାଗା, ବିପାଶା।
ପଞ୍ଚନିୟମ- ଜପ ତପ କରିବା ବେଳେ ପାଞ୍ଚ ନିୟମ ରହିଛି। ସେହି ପଞ୍ଚ ନିୟମ ହେଉଛି ଶୌଚ, ସନ୍ତୋଷ, ତପ, ସ୍ବାଧ୍ୟାୟ, ଈଶ୍ୱର ପ୍ରଣିଧାନ।
ପଞ୍ଚମୁରୁଜ- ଲାଲ, ହଳଦିଆ, ଧଳା, କଳା, ସବୁଜ ରଙ୍ଗର ମୁରୁଜ ପଞ୍ଚ ମୁରୁଜ ବୁଝାଏ। ଏହି ରଙ୍ଗର ମୁରୁଜ ଯିଏ ପକାନ୍ତି ଓ ଯିଏ ଦେଖନ୍ତି ତାଙ୍କ ଶରୀରର ଷଡ଼ଚକ୍ର ଆନ୍ଦୋଳିତ ହୁଏ। ତେଣୁ ଏହାର ମାହାତ୍ମ୍ୟ ବହୁତ ରହିଛି।
ପଞ୍ଚକଷାୟ – ପାଞ୍ଚଟି କଷା ଫଳ ପଞ୍ଚକଷାୟ ଭାବେ ପରିଚିତ। ସେଗୁଡ଼ିକ ହେଉଛି ଜାମୁ, ଶିମିଳି, ବାଡ଼ି ଅଁଳା, ବଉଳ, ବରକୋଳି।
ପଞ୍ଚତିକ୍ତ – ବୈଦ୍ୟ ଶାସ୍ତ୍ର ଅନୁଯାୟୀ ପାଞ୍ଚଟି ତିକ୍ତ ପଦାର୍ଥ ହେଉଛି- ନିମ୍ବ ଚେରର ବକଳ, ଗୁଳୁଚି, ବାସଙ୍ଗ, ଶୁଣ୍ଠି ଓ ଚିରେଇତା। ଏଗୁଡ଼ିକ ଜ୍ୱର, ଥଣ୍ଡା, କୁଷ୍ଠ ଓ ଅନ୍ୟାନ୍ୟ ଦୁରାରୋଗ୍ୟ ବ୍ୟାଧିନାଶକ।
ପଞ୍ଚରନତ୍ – ହୀରା, ନୀଳା, ମୋତି, ମାଣିକ, ପ୍ରବାଳ(ପୋହୋଳା)।
ପଞ୍ଚଭାବ- ଆମର ଭାବ ବି ପାଞ୍ଚ ପ୍ରକାର। ସେ ହେଉଛି- ଶାନ୍ତ, ବାସ୍ୟ, ସକ୍ୟ, ବାତ୍ସଲ୍ୟ, ମଧୁର।
ପଞ୍ଚମହାଯଜ୍ଞ- ବ୍ରହ୍ମଯଜ୍ଞ(ବେଦ ଅଧ୍ୟୟନ), ଦେବଯଜ୍ଞ(ଅଗ୍ନିହୋତ୍ର), ପିତୃଯଜ୍ଞ(ତର୍ପଣ), ଭୂତଯଜ୍ଞ(ବୈଶ୍ୱଦେବ), ନୃଯଜ୍ଞ(ଅତିଥି ସେବାପୂଜା), ଗୃହସ୍ଥମାନଙ୍କ ନିମନ୍ତେ ଏହି ପାଞ୍ଚଟି ଯଜ୍ଞ ଅବଶ୍ୟ କରଣୀୟ।
ପଞ୍ଚମୁଖ ବା ପଞ୍ଚାନନ – ଭଗବାନ ଶିବଙ୍କ ଅନ୍ୟନାମ।
ପଞ୍ଚମୁଖୀ ହନୁମାନ- ହନୁମାନଙ୍କର ଏକ ସ୍ବରୂପକୁ ପଞ୍ଚମୁଖୀ ହନୁମାନ ଭାବେ ପୂଜା କରାଯାଇଥାଏ ା ତାଙ୍କର ଏହି ରୂପରେ ତାଙ୍କ ପାଞ୍ଚୋଟି ମୁହଁ ରହିଥାଏ ଏବଂ ଦଶଟି ହାତ ରହିଥାଏ ା ତାଙ୍କର ପାଞ୍ଚୋଟି ମୁହଁ ପାଞ୍ଚ ଆଡକୁ ଥାଏ ା
ଏଥିରେ ହୟଗ୍ରୀବ, ନରସିଂହ, ଗରୁଡ଼, ବରାହ ଏବଂ ସ୍ବୟଂ ହନୁମାନଙ୍କ ରୂପ ରହିଥାଏ ା
ପଞ୍ଚପାଣ୍ଡବ ବା ପଞ୍ଚୁପାଣ୍ଡବ – ମହାଭାରତରେ ରାଜା ପାଣ୍ଡୁଙ୍କର ପାଞ୍ଚ ପୁତ୍ରଙ୍କୁ ପଞ୍ଚୁପାଣ୍ଡବ କୁହାଯାଉଥିଲା ା ସେମାନେ ହେଲେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ା ଏହି ପାଞ୍ଚ ଭାଇ ଦିନେ ଧ୍ରୁତରାଷ୍ଟ୍ରଙ୍କୁ ପାଞ୍ଚପଡ଼ା ମାଗିଥିଲେ। ସେଗୁଡ଼ିକ ଥିଲା ଜମପ୍ରସ୍ଥ, ଇନ୍ଦ୍ରପ୍ରସ୍ଥ, ଜୟନ୍ତୀ, ବାରୁଣା, ହସ୍ତିନା।
ପଞ୍ଚକନ୍ୟା – ଋଷି ଗୌତମଙ୍କ ପନତ୍ୀ ଅହଲ୍ୟା, ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ, ବାଳିଙ୍କ ପତ୍ନୀ ତାରା, ପଣ୍ଡୁଙ୍କ ପତ୍ନୀ କୁନ୍ତୀ, ରାବଣଙ୍କ ପତ୍ନୀ ମନ୍ଦୋଦରୀ ପଞ୍ଚକନ୍ୟା ଭାବେ ପରିଚିତ। ପ୍ରତ୍ୟେକ ଦିନ ସକାଳେ ଏହି ପଞ୍ଚକନ୍ୟାଙ୍କ ନାମ ସ୍ମରଣ କଲେ ମନୁଷ୍ୟର ପାତକ ନାଶ ହୁଏ।
ପଞ୍ଚସଖା – ପଞ୍ଚସଖା କହିଲେ ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସଙ୍କୁ ବୁଝାଏ। ଷୋଡ଼ଶ ଶତାବ୍ଦୀରୁ ଉତ୍କଳର ଧର୍ମ-ସାହିତ୍ୟ ଜଗତରେ ଏ ପାଞ୍ଚଜଣ, ଭକ୍ତ, ଜ୍ଞାନୀ ଓ ସାହିତ୍ୟ ସାଧକ ଭାବେ ବେଶ୍‌ ପରିଚିତ।
ସତ୍ୟବାଦୀର ପଞ୍ଚସଖା – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର, ଗୋଦାବରୀଶ ମିଶ୍ର ହେଉଛନ୍ତି ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ସ୍ବାଧୀନତା ସଂଗ୍ରାମର ଅନନ୍ୟ ପୁରୁଷ। ଏମାନେ ମଧ୍ୟଯୁଗୀୟ ଶତାବ୍ଦୀର ବିଶିଷ୍ଟ କବି, ଲେଖକ, ଗାଳ୍ପିକ ଓ କଥାକାର ା
ସେମାନଙ୍କର କାଳଜୟୀ କବିତା ଓ ବିବିଧ ରଚନାର ସମାହାର ସେମାନଙ୍କୁ ଓଡ଼ିଶା ଇତିହାସରେ ପଞ୍ଚସଖା ନାମରେ ଅମର କରି ରଖିଛି ା ସେମାନଙ୍କ ଯୋଗୁ ଓଡ଼ିଆ ଭାଷା ଅନ୍ୟ ଭାଷା ମଧ୍ୟରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି ା
ପଞ୍ଚଗଙ୍ଗା – ଗଙ୍ଗା, ଯମୁନା, ଗୋଦାବରୀ, କୃଷ୍ଣା ଓ କାବେରୀ।
ପଞ୍ଚପ୍ରଳୟ- ବ୍ରହ୍ମାଣ୍ଡରେ ପ୍ରଳୟ ପାଞ୍ଚ ପ୍ରକାର। ସେଗୁଡ଼ିକ ହେଉଛି ନିତ୍ୟ ପ୍ରଳୟ, ନୈନିତିକ ପ୍ରଳୟ, ଦୈନନ୍ଦିନ ପ୍ରଳୟ, ମହାପ୍ରଳୟ ଓ ଆତ୍ୟନ୍ତିକ ପ୍ରଳୟ।
ପଞ୍ଚତୀର୍ଥ – ପ୍ରଭାସ, ପୁଷ୍କର, ଗୟା, ନୈମିଷ, କୁରୁକ୍ଷେତ୍ର ଆଦିକୁ ପଞ୍ଚତୀର୍ଥ ଭାବେ ଗଣନା କରାଯାଏ। ଏହି କ୍ଷେତ୍ରରେ ବିଧିପୂର୍ବକ ସ୍ନାନ ଓ ନିତ୍ୟକର୍ମ କରି ପବିତ୍ର ହୋଇଥିବା ମନୁଷ୍ୟ ସେହି ତୀର୍ଥର ଫଳ ପାଇବା ସହ ଶେଷରେ ପରମପଦ ପ୍ରାପ୍ତ ହୁଅନ୍ତି।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ – ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ରୋହିଣୀ କୁଣ୍ଡ, ମହୋଦଧି(ସମୁଦ୍ର), ଇନ୍ଦ୍ରଦ୍ୟୁମ୍ନ।
ପଞ୍ଚକୋଶ(ପଞ୍ଚୁକୋଶୀ) – ତୀର୍ଥସ୍ଥାନଠାରୁ ୫ କୋଶ ବା ଦଶ ମାଇଲ ସୀମା ମଧ୍ୟରେ ଅବସ୍ଥିତ ସ୍ଥାନ। ଏ ଅଞ୍ଚଳର ଅଧିବାସୀ ପଞ୍ଚୁକୋଶୀ ଲୋକ ଭାବେ ପରିଚିତ। ଏହି ପରିଧି ମଧ୍ୟରେ ପ୍ରସିଦ୍ଧ ଷୋହଳ ଶାସନ ଅନ୍ତର୍ଗତ।
ପଞ୍ଚଉପାସନା- ଭାରତରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଦେବଦେବୀଙ୍କ ଆରାଧନା କରିଥାନ୍ତି। ଆଉ ସେମାନଙ୍କୁ ପଞ୍ଚ ଉପାସନା ଭାବେ ବିଭକ୍ତ କରାଯାଇଛି। ସେ ହେଉଛି ଗାଣପତ୍ୟ, ଶାକ୍ତ, ସୌର, ବୈଷ୍ଣବ, ଶୈବ।
ପଞ୍ଚବିଜ ମନ୍ତ୍ର- ବିଜ ମନ୍ତ୍ର ମଧ୍ୟ ପାଞ୍ଚ । ସେ ହେଉଛି- ହ୍ରୀଂ, ସ୍ଲୀଂ, ଧ୍ଲୀଂ, କ୍ଲୀଂ, ପ୍ଲୀଂ।
ପଞ୍ଚମନ- ଆମର ମନ ବି ପାଞ୍ଚ ପ୍ରକାର। ସେ ହେଉଛି- ମନ, ଅମନ, କୁମନ, ସୁମନ, ବିମନ।
ପଞ୍ଚପ୍ରାଣ – ପ୍ରାଣ ପଞ୍ଚବାୟୁର ସମଷ୍ଟି ଅଟେ। ଯଥା – ପ୍ରାଣ, ଅପାନ, ଉଦାନ, ସମାନ ଓ ବ୍ୟାନ। ହୃଦୟ ଅନ୍ତର୍ଗତ ବାୟୁର ନାମ ପ୍ରାଣ। ଏହାଦ୍ୱାରା ରକ୍ତ ସଞ୍ଚାଳନ ହୁଏ। ଗୁହ୍ୟ ଦେଶସ୍ଥ ବାୟୁର ନାମ ଅପାନ। ଏହାଦ୍ୱାରା ଆହାର୍ଯ୍ୟଚାଳନ ବା ବର୍ଜ୍ୟବସ୍ତୁ ତ୍ୟାଗ କ୍ରିୟା ସାଧିତ ହୁଏ। କଣ୍ଠ ଦେଶରେ ଥିବା ବାୟୁର ନାମ ଉଦାନ। ଏହାଦ୍ୱାରା ସର୍ବାଙ୍ଗରେ ସାମଞ୍ଜସ୍ୟ ରକ୍ଷା ହୁଏ। ନାଭି ସମୀପସ୍ଥ ବାୟୁର ନାମ ସମାନ। ଏହାଦ୍ୱାରା ପାଚନ କ୍ରିୟା ସାଧିତ ହୁଏ। ସର୍ବଶରୀରଗାମୀ ବାୟୁର ନାମ ବ୍ୟାନ।
ପଞ୍ଚଉପପ୍ରାଣ- ଶରୀର ଭିତରେ ଦେବଦତ୍ତ, ଧନଞ୍ଜୟ, ନାଗ, କୁଳ୍ମ ଓ ବୃକଳ ନିହିତ। ଏହାକୁ ପଞ୍ଚ ଉପପ୍ରାଣ କୁହାଯାଏ।
ପଞ୍ଚତତ୍ତ୍ୱ ବା ପଞ୍ଚମହାଭୂତ – କ୍ଷିତି(ପୃଥ୍ବୀ ତତ୍ତ୍ୱ), ଅପ୍‌(ଜଳ ତତ୍ତ୍ୱ), ତେଜ(ଅଗ୍ନି ତତ୍ତ୍ୱ), ମରୁତ(ବାୟୁ ତତ୍ତ୍ୱ) ଓ ବ୍ୟୋମ(ଆକାଶ ତତ୍ତ୍ୱ)। ମନୁଷ୍ୟ, ଜୀବଜନ୍ତୁ ତଥା ସମଗ୍ର ସଂସାର ତତ୍ତ୍ୱରେ ଗଠିତ। କାହାରି ଗୋଟିଏର ଅଭାବରେ ଆମେ ବଞ୍ଚିପାରିବା ନାହିଁ। ତେଣୁ ମନୁଷ୍ୟ ଏହି ପଞ୍ଚତତ୍ତ୍ୱର ମହତ୍ତ୍ବ ବୁଝି ସେମାନଙ୍କର ସମ୍ମାନ କରିବା ସହିତ ପୋଷଣ କରିବା ଉଚିତ।
ପଞ୍ଚ ଜ୍ଞାନେନ୍ଦ୍ରିୟ – ଶ୍ରୋତ୍ର(କର୍ଣ୍ଣ), ନେତ୍ର(ଚକ୍ଷୁ), ତ୍ୱକ୍‌(ତ୍ୱଚା ବା ଚର୍ମ), ରସନା(ଜିହ୍ବା) ଓ ଘ୍ରାଣ(ନାସିକା)। ଶ୍ରୋତ୍ର(ଶ୍ରବଣେନ୍ଦ୍ରିୟ) ଦ୍ୱାରା- ଶବ୍ଦ ଗ୍ରହଣ। ତ୍ୱକ୍‌(ସ୍ପର୍ଶେନ୍ଦ୍ରିୟ) ଦ୍ୱାରା – ସ୍ପର୍ଶ ଗ୍ରହଣ। ନେତ୍ର(ଦର୍ଶନେନ୍ଦ୍ରିୟ) ଦ୍ୱାରା – ରୂପ ଗ୍ରହଣ। ଜିହ୍ବା(ରସନେନ୍ଦ୍ରିୟ) ଦ୍ୱାରା – ରସ ଗ୍ରହଣ। ନାସିକା(ଘ୍ରାଣେନ୍ଦ୍ରିୟ) ଦ୍ୱାରା – ଗନ୍ଧ ଗ୍ରହଣ।
‘ଶ୍ରୋତ୍ରଂ ଚକ୍ଷୁଃ ସ୍ପର୍ଶନଂ ଚ ରସନଂ ଘ୍ରାଣମେବ ଚ।
ଅଧିଷ୍ଠୟ ମନଶ୍ଚାୟଂ ବିଷୟାନୁପସେବତେ॥’(ଗୀତା ୧୫/୯)- ଅର୍ଥାତ୍‌ ଏହି ଜୀବାତ୍ମା କର୍ଣ୍ଣ, ଚକ୍ଷୁ, ତ୍ୱକ(ଚର୍ମ) ତଥା ଜିହ୍ବା, ନାସା ଏବଂ ମନକୁ ଆଶ୍ରୟ କରି ଅର୍ଥାତ୍‌ ଏସବୁର ସାହାଯ୍ୟରେ ହିଁ ବିଷୟମାନଙ୍କୁ ସେବନ କରନ୍ତି।
ପଞ୍ଚ କର୍ମେନ୍ଦ୍ରିୟ – ବାକ୍‌, ପାଣି, ପାଦ, ପାୟୁ ଓ ଉପସ୍ଥ ହେଉଛି ଆମର ପଞ୍ଚ କର୍ମେନ୍ଦ୍ରିୟ। ବାକ୍‌(ବାଣୀ)ର ବିଷୟ – ଭାଷଣ, ପାଣି(ହସ୍ତ ବା ହାତ)ର ବିଷୟ – ବସ୍ତୁ ଗ୍ରହଣ, ପାଦର ବିଷୟ – ଗମନ, ପାୟୁର ବିଷୟ – ମଳତ୍ୟାଗ, ଉପସ୍ଥର ବିଷୟ – ଆନନ୍ଦ
ପଞ୍ଚକୋଷ(ପଞ୍ଚ + କୋଷ = ଆବରଣ) – ବେଦାନ୍ତ ବର୍ଣ୍ଣିତ ଆତ୍ମାର ପାଞ୍ଚଗୋଟି ଆବରଣ ରହିଛି। ସେ ହେଉଛି – ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ। -ଅନ୍ନ ତଥା ଭୋଜନ ଦ୍ୱାରା ଉପତ୍ନ୍ନ, ବୃଦ୍ଧିପ୍ରାପ୍ତ ଓ ଅନ୍ନରୂପ ପୃଥିବୀରେ ବିଲୀନ ହୋଇଥାଏ। ସେହି ସ୍ଥୂଳ ଶରୀର ଅନ୍ନମୟ କୋଷ ଅଟେ। ଏହା ପ୍ରଥମ କୋଷ ଅଟେ ଯେଉଁଠି ଆତ୍ମା ଅଭିବ୍ୟକ୍ତ ହୁଏ। – ପ୍ରାଣ, ଅପାନ, ସମାନ, ଉଦାନ ଓ ବ୍ୟାନ ଏହି ପଞ୍ଚପ୍ରାଣ ଓ ପଞ୍ଚ କର୍ମେନ୍ଦ୍ରିୟ ମିଶି ପ୍ରାଣମୟ କୋଷ ଅଟେ। -ପଞ୍ଚ କର୍ମେନ୍ଦ୍ରିୟ ସହିତ ସଂକଳ୍ପ-ବିକଳ୍ପାତ୍ମକ ମନ ମନୋମୟ କୋଷ ଅଟେ। -ଅନ୍ତକରଣର ନିଶ୍ଚୟାତ୍ମିକା ବ୍ରିରୂପ ବୁଦ୍ଧି ଓ ପାଞ୍ଚ ଜ୍ଞାନେନ୍ଦ୍ରିୟ ମିଶି ବିଜ୍ଞାନମୟ କୋଷ ଅଟେ। -କାରଣ ଶରୀର ଭୂତ ଅବିଦ୍ୟାରେ ସ୍ଥିତ ପ୍ରିୟ, ଆମୋଦ ପ୍ରମୋଦ ବୃତ୍ତି ସହିତ ମଳିନ ସ୍ବକୁ ଆନନ୍ଦମୟ କୋଷ କୁହାଯାଏ।
ପଞ୍ଚାତ୍ମା- ତତ୍ତ୍ୱାତ୍ମା, ଜୀବାତ୍ମା, ପରମାତ୍ମା, ଜ୍ଞାନାତ୍ମା, ଧ୍ୟାନାତ୍ମା।
ପଞ୍ଚ ତନ୍‌ମାତ୍ରା- ଗନ୍ଧ, ରସ, ରୂପ, ସ୍ପର୍ଶ, ଶବ୍ଦ।
ପଞ୍ଚ ମ’ କାର-ତାନ୍ତ୍ରିକମାନେ ପଞ୍ଚ ମ’ କାରରେ ପୂଜା କରନ୍ତି। ସେଗୁଡ଼ିକ ହେଉଛି- ମଦ୍ୟ, ମାଂସ, ମୀନ, ମୁଦ୍ରା, ମୈଥୁନ। ଏହାଦ୍ୱାରା ତାଙ୍କ ସାଧନା ଫଳପ୍ରଦ ହୁଏ ବୋଲି ବିଶ୍ୱାସ ରହିଛି।
ପଞ୍ଚ ବ’ କାର- ସେହିଭଳି ପଞ୍ଚ ବ’ କାର ହେଉଛି ବିଦ୍ୟା, ବାକ୍ୟ, ବପୁ, ବିଭବ ଓ ବସ୍ତ୍ର।
-ଶିବାନୀ ମହାନ୍ତି
– ସ୍ବାମୀ ନିର୍ମଳାନନ୍ଦ ଗିରି,
ଓଡ଼ିଶା ଗୋସେବା ସମିତି, ଭୁବନେଶ୍ୱର,
-ଶ୍ରୀ ସନ୍ନ୍ୟାସୀ


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri