ପିପିଲି ଥାନା ହାଜତ ନିର୍ଯାତନା ଘଟଣା: ସନ୍ଦେହରେ ପୋଲିସ କାର୍ଯ୍ୟାନୁଷ୍ଠାନ

ପିପିଲି,୨୨।୧୧(ସ୍ବ.ପ୍ର.): ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଜିଲାରେ ପୁଣି ଏକ ହାଜତ ନିର୍ଯାତନା ଅଭିଯୋଗ ଆସିଛି। ପିପିଲି ଥାନା ହାଜତରେ ପୋଲିସ ମାଡ଼ରେ ୫ଜଣ ଅଭିଯୁକ୍ତ ଗୁରୁତର ହୋଇଛନ୍ତି। ସେମାନେ ଏବେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନେ ହେଲେ ପିପିଲି ପାୈରାଞ୍ଚଳ ଭବାନୀପୁରର ହାପିଜ୍‌ ଖାଁ (୨୫), ପିପିଲି ସୁଲ୍‌ତାନ ନଗରର ପ୍ରତାପ କୁମାର ବେହେରା(୨୩), ଜୟପୁର ଶାସନ ଗ୍ରାମର ଜୁମା ଓରଫ ମହମ୍ମଦ ତାଫିକ୍‌ (୧୮), ସାତଶଙ୍ଖ କଲୋନୀର ଜଗା ଓରଫ ଜଗନ୍ନାଥ ପୁଷ୍ପାଳକ (୧୯), ତେଇଶିପୁର କାଙ୍କନଡ଼ୁଆର ଧରଣୀଧର ବେହେରା(୨୪)। ପୋଲିସ ବର୍ବରତାର ସୀମା ଟପିଯାଇ ମାଡ଼ ମାରିବା ସହ କ୍ଷତବିକ୍ଷତ କରିପକାଇଛି ବୋଲି ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ଘଟଣା ଜଣାପଡ଼ିବା ପରେ ରାଜ୍ୟ ପୋଲିସ ପକ୍ଷରୁ ଶନିବାର ଘଟଣାର ଡିଆଇଜିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି। ଏଭଳିସ୍ଥିତିରେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ଦେହ ଘେରକୁ ଚାଲିଆସିଛି। ଅପରପକ୍ଷରେ ପିପିଲି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶନିବାର ସନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ପିପିଲି ଥାନା ସମ୍ମୁଖରେ ଧାରଣା ଦିଆଯାଇଛି।
ସୂଚନା ମୁତାବକ, ପିପିଲି ଶିଶୁ ଉଦ୍ୟାନ ନିକଟରେ ଗତ ୧୩ ତାରିଖରେ ପୋଲିସ ଇନଫର୍ମର ସନ୍ଦେହରେ ଭବାନୀପୁରର ସାଜିଦ ହୁସେନଙ୍କୁ କେତେଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ କଟୁରିରେ ଆକ୍ରମଣ କରିଥିଲେ। ଏନେଇ ସାଜିଦ୍‌ଙ୍କ ଭାଇ ଜାହିଦ ହୁସେନଙ୍କ ଅଭିଯୋଗକ୍ରମେ ପୋଲିସ ଆଇପିସି ଦଫା ୧୪୭/୧୪୮/ ୩୪୧/୩୨୬ /୩୦୭/୧୨୦(ବି)/୧୪୯ ଏବଂ ୨୫/୨୭ ଆମର୍‌ସ ଆକ୍ଟରେ ଏକ ମାମଲା (ନଂ.୩୬୭/୨୦) ରୁଜୁକରି ୬ଜଣଙ୍କୁ ଗିରଫ କରି ୧୯ ତାରିଖରେ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ଏମାନଙ୍କୁ ନିମାପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ଅଭିଯୁକ୍ତମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ଦେଖି ପୋଲିସ ସହାୟତାରେ ଜେଲର ସନ୍ତୋଷିନୀ ଦାସ ଚିକିତ୍ସା ପାଇଁ ସେମାନଙ୍କୁ ନିମାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ଏମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ରାଜୁଙ୍କୁ ଜେଲରେ ଚିକିତ୍ସା କରାଯାଉଛି ବୋଲି ଜେଲର ଦାସ କହିଛନ୍ତି। ଅନ୍ୟପଟେ ପୋଲିସ ମାଡ଼ରେ ଅଭିଯୁକ୍ତମାନେ ଗୁରୁତର ହୋଇଥିବା ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଏପରି କି ସେମାନେ କେଉଁଠି ଏବଂ କିଭଳି ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ସେନେଇ ପୋଲିସ କୌଣସି ସୂଚନା ଦେଉନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ପୃଷ୍ଟି କହିଛନ୍ତି, ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭିଯୁକ୍ତମାନଙ୍କ କୋଭିଡ୍‌ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ନିମାପଡା ଜେଲକୁ ପଠାଯାଇଥିଲା।
ପିପିଲି-ଡେଲାଙ୍ଗର କଂଗ୍ରେସ ନେତ୍ରୀ ନିରୁପମା ପାତ୍ରଙ୍କ ନେତୃତ୍ୱରେ ବହୁ ମହିଳା ପୁରୁଷ,ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଓ କଂଗ୍ରେସ କର୍ମୀମାନେ ଧାରଣାରେ ସାମିଲ ହୋଇ ପିପିଲି ପୋଲିସ ବିରୋଧରେ ନାରାବାଜି କରିଛନ୍ତି। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବର୍ଷିବା ସହ ପୋଲିସର ଏଭଳି ବର୍ବରତାକୁ ଘୋର ନିନ୍ଦା କରିଛନ୍ତି। ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କଂଗ୍ରେସ ନେତ୍ରୀ ନିରୁପମା ପାତ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ଅଭିଯୁକ୍ତ ଗୁରୁତରମାନେ ଏବେ କଟକ ଏସ୍‌ସିବି ମେଡିକାଲରେ କେଉଁ ଅବସ୍ଥାରେ ରଖାଯାଇ ଚିକିତ୍ସା କରାଯାଉଛି ତାହାର ସାର୍ବଜନୀନ କରାଯାଇ ପରିବାର ସଦସ୍ୟଙ୍କ ସହ ସକ୍ଷାତ କରାଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri