ପୁରୀ ହେପାଜତରେ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ ଦାବି କଲା ଭାଜପା

ପୁରୀ ଅଫିସ,୨୨।୧୧: ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଛି। ପୋଲିସର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଉଛି। ଏଭଳି ସ୍ଥିତିରେ ଶନିବାର ମୃତକଙ୍କ ପରିବାରକୁ ଭେଟିଛନ୍ତି ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର। ମୋଚିସାହିସ୍ଥିତ କେ. ରମେଶଙ୍କ ଘରକୁ ଯାଇ ତାଙ୍କ ଦାଦା ଏବଂ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସାନ୍ତ୍ୱନା ଦେଇଛନ୍ତି । କିଭଳି ଏବଂ କେଉଁ ପରିସ୍ଥିତିରେ ଏସବୁ ଘଟିଲା ତାହା ମଧ୍ୟ ପଚାରି ବୁଝିଛନ୍ତି। ଏହା ହାଜତ ମୃତ୍ୟୁ ନୁହେଁ, ହାଜତରେ ହତ୍ୟା ବୋଲି କହିବା ସହିତ ତୁରନ୍ତ ଏହି ଘଟଣା ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟାମାମଲା ରୁଜୁ କରିବାକୁ ସମ୍ବିତ ଦାବି କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମ୍ବିତ୍‌ କହିଛନ୍ତି, ଏହା ନିଶ୍ଚିତ ଏକ ହୃଦୟବିଦାରକ ଘଟଣା । ଏନେଇ ସେ ଶୁକ୍ରବାର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି)ଙ୍କୁ ଭେଟିଥିଲେ। ଏନ୍‌ଏଚ୍‌ଆର୍‌ସି ମଧ୍ୟ ନୋଟିସ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରମେଶଙ୍କ ମୃତଦେହକୁ ହସ୍ପିଟାଲ ପଛ ଦ୍ୱାରରେ ନେଇ ତରବରିଆ ଭାବେ ଦାହ କରାଯାଇଛି। ହିନ୍ଦୁ ପରମ୍ପରାରେ ଦାହ ପୂର୍ବରୁ ଯାହାସବୁ କରାଯିବା କଥା ତାହା କରାଯାଇ ନାହିଁ। ମୃତଦେହକୁ ମଧ୍ୟ ସମ୍ମାନ ଦିଆଗଲାନି, ଏହା ଅଧର୍ମ। ଗରିବ ଲୋକଙ୍କ ସହିତ ଏଭଳି ଅନ୍ୟାୟ ଉଚିତ୍‌ ନୁହେଁ। କେ. ରମେଶ ଆତଙ୍କବାଦୀ ନ ଥିଲେ ଯେ ତାଙ୍କୁ ଏମିତି ବାଡ଼େଇ ମାରିଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ। ଏନ୍‌ଏଚ୍‌ଆର୍‌ସି ନିଶ୍ଚିତ ଏହାର ସତ୍ୟତା ବାହାର କରିବେ। ତେବେ ପୋଲିସର ଏଭଳି ବର୍ବରତା ଉଚିତ ନୁହେଁ। ଏଥିରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ୩୦୨ ଦଫା ଲଗାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କା ପ୍ରଦାନ କରନ୍ତୁ ବୋଲି ସମ୍ବିତ କହିଛନ୍ତି।
ଅପରପକ୍ଷରେ କେ. ରମେଶଙ୍କ ମା, ବାପା ଓ ଦାଦାଙ୍କୁ ପୋଲିସ ନେଇ କେଉଁଠି ରଖିଛି ତାହା ସେମାନେ ଜାଣି ନ ଥିବା ତାଙ୍କ ସମ୍ପର୍କୀୟମାନେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ। ପୋଲିସର ଏଭଳି କାର୍ଯ୍ୟକୁ ସମସ୍ତେ ତୀବ୍ର ବିରୋଧ କରୁଥିବାବେଳେ ଶୁକ୍ରବାର ରାତିରେ ଘରକୁ ଫେରିଛନ୍ତି କେ. ରମେଶଙ୍କ ଦାଦା କେ. ଆରିୟା। ପୋଲିସ ତାଙ୍କ ଭାଇ ଓ ଭାଉଜଙ୍କୁ ଛାଡ଼ିଛି, ମାତ୍ର ସେ କେଉଁଠି ଅଛନ୍ତି ଜଣାପଡ଼ିନି ବୋଲି ଗଣମାଧ୍ୟମକୁ ଆରିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବଦଳାଇଛି ପେସା, ପରିଚୟ

ବଅଁରପାଳ,୨୧ା୮(ଡି.ଏନ.ଏ.) ସାଧାରଣତଃ ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଶିବଙ୍କ ଉପାସନା ପୂର୍ବକ ଦଣ୍ଡୁଆମାନେ ବ୍ରତ ପାଳନ କରିବା ସହ ଧୂଳିଦଣ୍ଡ, ପାଣିଦଣ୍ଡ ପ୍ରଦର୍ଶନ କରିଥାନ୍ତି।...

ଲକ୍ଷାଧିକ ଟଙ୍କାର ୨ ହାତୀ ଦାନ୍ତ ଜବତ

କେନ୍ଦୁଝର, ୯।୧୧(ସ୍ବ.ପ୍ର.): ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅଧୀନ ନୁଣଘର ଗ୍ରାମରେ ଚଢାଉ କରି ବନ ବିଭାଗ ୨ଟି ହାତୀ ଦାନ୍ତ ଜବତ କରିଛି।...

ଫେରାର ପଛରେ ଅନେକ ରହସ୍ୟ

ବଲାଙ୍ଗୀର ଅଫିସ, ୨୫ା୧୦: ଟିଟିଲାଗଡ ପୋଲିସ ବାରାକ୍‌ରୁ ଫେରାର ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗତ ୧୯ ତାରିଖ ଅପରାହ୍ନରେ ବଙ୍ଗୋମୁଣ୍ଡା...

ଗାଈ ଚରାଇବାକୁ ଯାଇ ୫ ଦିନ ହେଲା ଯୁବକ ନିଖୋଜ: ଏସ୍‌ପି ଅଫିସ ଘେରିଲେ ଗ୍ରାମବାସୀ

ଖୋର୍ଦ୍ଧା ଅଫିସ,୨୮ା୧୦: ଖୋର୍ଦ୍ଧା ଟାଉନ୍‌ ଥାନା କୁମ୍ବିଲୋ ଗ୍ରାମର ସନ୍ତୋଷ ବେହେରା(୨୨) ଗତ ୫ଦିନ ହେଲା ନିଖୋଜ ଅଛନ୍ତି। ଅଭିଯୋଗ ସତ୍ତ୍ବେ ଚୁପ୍‌ ବସିଛି ପୋଲିସ।...

ସରପଞ୍ଚଙ୍କୁ କରାଗଲା ସଚେତନ

ବନ୍ତଳା, ୨୦ା୪(ଡି.ଏନ.ଏ.) ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଅଧିକ କ୍ଷମତା ଦେବା ପରେ ରବିବାର ଅପରାହ୍ନରେ ବନ୍ତଳା ଥାନା ଅଞ୍ଚଳର ସମସ୍ତ ସରପଞ୍ଚଙ୍କୁ ଡକାଇ ଥାନା ଦାୟିତ୍ୱରେ ଥିବା...

ଲିଫ୍ଟ ଇରିଗେଶନ ଅଫିସ ନିକଟ ଧାନ ଜମିରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ

ଗୁଣପୁର,୧।୧୦(ଡି.ଏନ୍‌.ଏ.): ରାୟଗଡା ଜିଲା ଗୁଣୁପୁର ଥାନା ଲିଫ୍ଟ ଇରିଗେଶନ ଅଫିସ ନିକଟରେ ଥିବା ଧାନ ଜମି ଭିତରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ମଣ୍ଡିରେ ଅବ୍ୟବସ୍ଥା: ବର୍ଷା ଆଶଙ୍କା ସତ୍ତ୍ୱେ ଧାନ ଉଠାଉ ନାହାନ୍ତି ମିଲର

କୋରୁକୋଣ୍ଡା,୩।୧(ଡି.ଏନ୍‌.ଏ.) – ବର୍ଷାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ମାଲକାନଗିରି ଜିଲାର ସମସ୍ତ ମଣ୍ଡି ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। କିନ୍ତୁ...

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା...

Advertisement


Archives

Model This Week